ଅଭିନନ୍ଦନ ବର୍ତ୍ତମାନଙ୍କ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ; ଦେଖନ୍ତୁ ଭିଡିଓରେ କଣ କହୁଛନ୍ତି
6/03/2019 at 10:00 AM

ନୂଆଦିଲ୍ଲୀ ୬|୩ : ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ପାକିସ୍ତାନୀ ସେନାର କବଜାରେ ଥାଇ ମଧ୍ୟ ଯେଉଁଭଳି ଭାବେ ବୀରତ୍ବ ଦେଖାଇ ପାକିସ୍ତାନୀ ସେନାର ପ୍ରଶ୍ନର ଉତ୍ତର ଦେଇଛନ୍ତି ତାକୁ ନେଇ ସାରା ଦେଶବାସୀ ଗର୍ବିତ । ଭାରତୀୟ ଓ୍ବିଙ୍ଗ୍ କମାଣ୍ଡର ଗିରଫ କରି ନେବା ପରେ ପାକିସ୍ତାନ ତରଫରୁ ତାଙ୍କର କେତେକ ଭିଡିଓ କରାଯାଇ ଛଡାଯାଇଥିଲା । ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସେ ପାକିସ୍ତାନୀ ସେନାଙ୍କ ପ୍ରଶ୍ନର ଉତ୍ତର ଖୁବ୍ ଦମ୍ଭରେ ଦେଉଛନ୍ତି ।

ପାକିସ୍ତାନୀ ସେନାର କବଜାରେ ଥିବା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ସହ ଜଡିତ ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଭିଡିଓରେ ପାକିସ୍ତାନୀ ଆର୍ମିର କିଛି ସେନା ଆହତ ଅଭିନନ୍ଦନଙ୍କୁ ପ୍ରାଥମିକ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି । ଭିଡିଓର ଦେଖିବାକୁ ମିଳିଛି ଯେ, ପାକିସ୍ତାନ ଆର୍ମିର କିଛି ସେନା ଅଭିନନ୍ଦନଙ୍କୁ ସେଫ୍ ହାଉସରେ ପ୍ରାଥମିକ ଚିକିତ୍ସା କରାଉଛନ୍ତି । ଏହି ସମୟରେ ସମସ୍ତଙ୍କ ମୁହଁରେ ଉଭୟ ଚିନ୍ତା ଏବଂ ଭୟ ପୂରା ପୂରି ପ୍ରତିଫଳିତ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ୪୯ ସେକେଣ୍ଡର ଏହି ଭିଡିଓରେ ଅଭିନନ୍ଦନ ସଂପୂର୍ଣ୍ଣ ସାହାସର ସହ ପାକ୍ ସେନା ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିବାର ଦେଖିବାକୁ ମିଳିଥିଲା । ଭିଡିଓରେ ଅଭିନନ୍ଦନ କହିଛନ୍ତି ଯେ, ସେ ଭାରତୀୟ ସେନା କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ତା ପରେ ପାକିସ୍ତାନ ସେନା ଅଧିକାରୀ ଅଧିକ ତଥ୍ୟ ମାଗିବାରୁ ନିର୍ଭିକତାର ସହ ଅଭିନନ୍ଦନ ଉତ୍ତର ଦେଇଥିଲେ ଯେ, କ୍ଷମା କରନ୍ତୁ, ମୁଁ ୟାଠୁ ବେଶି କିଛି କହିପାରିବି ନାହିଁ । ଏହା ପରେ ପାକିସ୍ତାନ ପକ୍ଷରୁ ଅଭିନନ୍ଦନଙ୍କ ଅନ୍ୟ ଏକ ୧ ମିନିଟ୍ ୧୯ ସେକେଣ୍ଡର ଏକ ଭିଡିଓ ଜାରି କରାଯାଇଥିଲା । ଅଭିନନ୍ଦନ ହାତରେ ଚା କପ୍ ଧରିଥିବାର ଦେଖିବାକୁ ମିଳିଥିଲା । ସେ ସମୟରେ ଅଭିନନ୍ଦନ କହିଥିଲେ ଯେ, ପାକ୍ ସେନା ତାଙ୍କୁ ଭଲ ବ୍ୟବହାର କରୁଛନ୍ତି । ଯତ୍ନ ମଧ୍ୟ ନେଉଛନ୍ତି ।ପାକ୍ ସେନାର ଅଧିକାରୀ ମାନେ ଖୁବ୍ ଭଦ୍ର । ତାଙ୍କୁ ମାରଧର କରୁଥିବା ଭିଡ ଭିତରୁ ସେମାନେ ମୋତେ ଉଦ୍ଧାର କରିଛନ୍ତି ବୋଲି । ଶୁଣନ୍ତୁ ଅଭିନନ୍ଦନ କଣ କହୁଛନ୍ତି ଏହି ଭିଡିଓରେ ।
ସୂଚନାଯୋଗ୍ୟ ଯେ, ୨୬ ଫେବୃଆରୀ ଦିନ ଅଭିନନ୍ଦନଙ୍କର ବିମାନ ମିଗ୍-୨୧ କ୍ରାସ୍ ହୋଇଯାଇଥିଲା । ଫଳରେ ସେ ପାରାଚୁଟ ମାଧ୍ୟମରେ ଅବତରଣ କରିଥିଲେ । ହେଲେ ପାକିସ୍ତାନ ମାଟିରେ ଖସିଯାଇଥିଲେ ଅଭିନନ୍ଦନ । ଆଉ ଏହାପରେ ସେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଶୀକାର ହୋଇଥିଲେ । ପାକ୍ ଆର୍ମି ସେଠାରେ ପହଂଚି ଅଭିନନ୍ଦନଙ୍କୁ ସେମାନଙ୍କ କବଳରୁ ଛଡାଇ ଆଣିଥିଲେ । ଏହା ପରେ ତାଙ୍କୁ ସେଫ୍ ହାଉସକୁ ନେଇଆସିଥିଲେ ପାକ୍ ଆର୍ମି । ଯାହାର ଏକ ଭିଡିଓ ଏବେ ଭାଇରାଲ ହେଉଛି ।