ଆଗାମୀ ୨ ଦଶନ୍ଧୀରେ ବାୟୁସେନା କିଣିବ ୩୫୦ରୁ ଅଧିକ ଯୁଦ୍ଧବିମାନ: ଏୟାର ଚିଫ୍ ମାର୍ସାଲ

Published By : Prameya-News7 Bureau | September 08, 2021 IST

ନୂଆଦିଲ୍ଲୀ ୮।୯:  ଭାରତୀୟ ବାୟୁସେନା (ଆଇଏଏଫ) ଆଗାମୀ ଦୁଇ ଦଶନ୍ଧୀରେ ଅନୁନ୍ୟ ୩୫୦ଟି ଯୁଦ୍ଧ ବିମାନ କ୍ରୟ ଲାଗି ବିଚାର କରୁଛି। ଏହା କହିଛନ୍ତି ଏୟାର ଚିଫ୍ ମାର୍ସାଲ ଆର.କେ.ଏସ୍. ଭଦୌରିଆ। ବୁଧବାର ଭାରତୀୟ ଏରୋସ୍ପେସ୍‌ କ୍ଷେତ୍ର ସମ୍ପର୍କିତ ଏକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସେ କହିଛନ୍ତି ଯେ ଚୀନ ପକ୍ଷରୁ ଦେଖା ଦେଇଥିବା ଆହ୍ୱାନ ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନାକୁ ସାମଗ୍ରିକ ଶକ୍ତି ବୃଦ୍ଧି ସହ ବିଷମ କ୍ଷମତା ହାସଲ ନିମନ୍ତେ ପ୍ରେରିତ କରିଛି। 

{"id":508211,"width":840,"height":375,"sizeSlug":"full","linkDestination":"none"}

ବାୟୁସେନା ମୁଖ୍ୟ କହିଛନ୍ତି ଯେ ଉତ୍ତର ପଡୋଶୀଙ୍କୁ ଦୃଷ୍ଟିରେ ରଖି ଆମେ ଏବେ ସ୍ୱତନ୍ତ୍ର ପ୍ରଯୁକ୍ତି ଆବଶ୍ୟକ କରୁଛୁ। ସୁରକ୍ଷାଗତ କାରଣରୁ ଏହି ପ୍ରଯୁକ୍ତିକୁ ଆମେ ଆମ ନିଜ ଘରେ  ବିକଶିତ କରିବା ଦରକାର ବୋଲି ସେ କହିଛନ୍ତି। ବିଭିନ୍ନ ଆହ୍ୱାନର ମୁକାବିଲା ଲାଗି ଭାରତକୁ ନିଜ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମ ନିର୍ଭର ହେବା ଏବେ ଜରୁରି ହୋଇପଡିଛି। ଏଣୁ ଆଇଏଏଫ ଆଗାମୀ ୨ ଦଶନ୍ଧୀରେ ନିଜ ଦେଶରୁ ୩୫୦ଟି ଅତ୍ୟାଧୁନିକ ଯୁଦ୍ଧବିମାନ କ୍ରୟ କରିବାକୁ ବିଚାର କରିଥିବା ଭଦୌରିଆ କହିଛନ୍ତି।

{"id":508214,"width":838,"height":628,"sizeSlug":"full","linkDestination":"none"}

ଏଥିରେ ଭଦୌରିଆ ତେଜସ ବିମାନର ଉଦାହରଣ ଦେଇଛି। ଏହି ବିମାନ ପ୍ରକଳ୍ପ ଆମ ଭିତରେ ଆତ୍ମ ବିଶ୍ୱାସ ସୃଷ୍ଟି କରିପାରିଥିବା ସେ କହିଛନ୍ତି। ଏହି ଯୁଦ୍ଧବିମାନ ପ୍ରକଳ୍ପ ଭାରତୀୟ ଏରୋସ୍ପେସ୍‌ ଉଦ୍ୟୋଗରେ ନୂଆ ବିଶ୍ୱାସ ସୃଷ୍ଟି କରିଛି। ଏରୋସ୍ପେସ୍‌ ଇନୋଭେସନ କ୍ଷେତ୍ରରେ ଏହି ପ୍ରକଳ୍ପ ଢେର ଆଗକୁ ଯାଇପାରିବ ବୋଲି ଭଦୌରିଆ ଆଶାବ୍ୟକ୍ତ କରିଛନ୍ତି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.