ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ ଦ୍ୱିତୀୟ ବାର୍ଷିକରେ ଭିଡିଓ ଜାରି କରିଛନ୍ତି IAF, ଦେଖନ୍ତୁ କେତେ ଭୀଷଣ ଥିଲା ଆକ୍ରମଣ

Published By : Prameya-News7 Bureau | February 27, 2021 IST

ନୂଆଦିଲ୍ଲୀ ୨୭।୨: ଭାରତୀୟ ବାୟୁସେନା (ଆଇଏଫ)ର ବାଲାକୋଟ ବିମାନ ଆକ୍ରମଣକୁ ଦୁଇବର୍ଷ ପୁରିଛି। ୨୬ ଫେବୃଆରୀ ୨୦୧୯ରେ ବାୟୁସେନା ବିମାନ ସ୍କ୍ୱାଡ୍ରନ ପାକିସ୍ତାନ ସୀମା ପାର କରି ଆତଙ୍କବାଦୀଙ୍କ ଠିକଣା ଧ୍ୱଂସ୍ତ କରି ପୁଣି ସକୁଶଳେ ଫେରିଆସିଥିଲେ। କିପରି ମିସନ୍‌କୁ ସଫଳ କରାଯାଇଥିଲା ପ୍ରଥମ ଥର ବାୟୁସେନା ତାର ଭିଡିଓ ଜାରି କରିଛି।

wp:embed {"url":"https://twitter.com/IAF_MCC/status/1365654739745001476","type":"rich","providerNameSlug":"twitter","responsive":true,"className":""}
https://twitter.com/IAF_MCC/status/1365654739745001476
/wp:embed

୧୪ ଫେବୃଆରୀ ପୁଲୱାମା ଆକ୍ରମଣର ଜବାବ ଲାଗି ଭାରତୀୟ ବାୟୁସେନା ଏହି ପଦକ୍ଷେପ ନେଇଥିଲା। ପାକିସ୍ତାନ ଖୈବରପୁକ୍ତନଖ୍ୱାରୁ ସଞ୍ଚାଳିତ ଜୈସ-ଏ-ମୋହମ୍ମଦ ଆତଙ୍କବାଦ ସଙ୍ଗଠନ ଭାରତରେ ଏହି ଆକ୍ରମଣକୁ ରୂପା ଦେଇଥିଲା। ଜବାବରେ ଭାରତୀୟ ବାୟୁସେନା ଆତଙ୍କବାଦ ସଙ୍ଗଠନର ମୂଳ ହିଁ ଉଜାଡି ଦେଇଆସିଥିଲା।

ଏଥିଲାଗି ବାୟୁସେନା ଏକ ଷ୍ଟ୍ରାଇକ୍‌ ପ୍ୟାକେଜ୍ ପ୍ରସ୍ତୁତ କରିଥିଲା। ଯେଉଁଥିରେ କେତେକ ମିରେଜ ୨୦୦୦ ଯୁଦ୍ଧବିମାନ ସହ ଅତ୍ୟାଧୁନିକ ସୁଖୋଇ-୩୦ ଏମକେଆଇ, ଏକ ଆୱାକସ୍‌ ଓ ୨ଟି ଇନ୍ଧନ ଟ୍ୟାଙ୍କର ବିମାନ ଲ୍ୟୁସିନ-୨ବିମାନ ଏଲଓସି ପାର କରି ଏହି ଆକ୍ରମଣ କରିଥିଲେ। ଯାହାର ଘୋଷଣା ନିଜେ ପାକିସ୍ତାନ କରିଥିଲା। ତେବେ ଏଥିରେ ଭାରତ ସେପରି କିଛି କ୍ଷୟକ୍ଷତି କରିନଥିବା ଆଇଏସପିଆର ଜେନେରାଲ ଆସିଫ ଗଫୁର ଏକ ଟ୍ୱିଟ୍ ବାର୍ତ୍ତାରେ ସୂଚିତ କରିଥିଲେ।

wp:embed {"url":"https://twitter.com/IAF_MCC/status/1365118034252165122","type":"rich","providerNameSlug":"twitter","responsive":true,"className":""}
https://twitter.com/IAF_MCC/status/1365118034252165122
/wp:embed

ତେବେ ଭାରତୀୟ ଅଧିକାରୀମାନେ ସିନ୍ଥେଟିକ୍ ଆପାରେଚର ରାଡାର ଛବିକୁ ବିଶ୍ଲେଷଣ କରି କ୍ଷୟକ୍ଷତି ଆକଳନ କରିଥିଲେ।  ଏହି ଭୟାବହ ଆକ୍ରଣର ସ୍ପଷ୍ଟ ଛବି ଏପର୍ଯ୍ୟନ୍ତ ସାମ୍ନାକୁ ଆସିନଥିଲା। ହେଲେ ଭାରତୀୟ ବାୟୁସେନା ପ୍ରଥମ ଥର ଭୀଷଣ ଆକ୍ରମଣର ଛବି ସାର୍ବଜନିକ କରିଛି। ଆକ୍ରମଣର ବାର୍ଷିକକୁ ମନେ ପକାଇବାକୁ ଆଇଏଏଫ ଏକ ଅଭ୍ୟାସ ଅଭିଯାନ ହାତକୁ ନେଇଥିବା ବେଳେ ଦୁର୍ଦ୍ଦଷ ପାଇଲଟଙ୍କ ସହ ଆଇଏଏଫ ବର୍ତ୍ତମାନ ମୁଖ୍ୟ ରାକେଶ ଭଦୋରିଆ ମଧ୍ୟ ସ୍କ୍ୱାଡ୍ରନ ସହ ଉଡାଣ କରିଥିବାର ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.