ବିମାନବନ୍ଦରରେ ଅବତରଣ ବେଳେ ବାୟୁସେନା ବିମାନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କ୍ରୁ ମେମ୍ବର

Published By : Prameya-News7 Bureau | May 31, 2021 IST

ନୂଆଦିଲ୍ଲୀ ।୫: ଭାରତୀୟ ବାୟୁସେନା (IAF) ର ଏକ ଡୋର୍ନିୟର୍ ୨୨୮ ପରିବହନ ବିମାନରେ ନିଆଁ ଲାଗିଯାଇଥିଲା । ରବିବାର ସନ୍ଧ୍ୟାରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟିରେ ନିଆଁ ଲାଗିଯାଇଥିଲା । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ରବିବାର ସନ୍ଧ୍ୟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନୱେରେ ଅବତରଣ କରିବା ସମୟରେ ଭାରତୀୟ ବାୟୁସେନାର ଡୋର୍ନିୟର ୨୨୮ ବିମାନଟିରେ ନିଆଁ ଲାଗିଯାଇଥିଲା । ବିମାନର ଚକରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ବିମାନ ବନ୍ଦର ଉଦ୍ଧାରକାରୀ ଟିମ୍ ଏବଂ ଅଗ୍ନିଶମ କର୍ମଚାରୀ ପହଞ୍ଚି ଟର୍ବୋପ୍ରୋପ ଏୟାରଲାଇନର ଚକରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ ।

IAF ଏକ ବିବୃତ୍ତିରେ କହିଛି ଯେ, କ୍ରୁ ଏବଂ ବିମାନ ସୁରକ୍ଷିତ ଅଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାର କାରଣ ଜାଣିବା ପାଇଁ ଅଧିକ ତଦନ୍ତ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.