Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||

୯ ଦିନ ପରେ ମିଳିଲା ନିଖୋଜ AN-୩୨ ବିମାନର ଭଗ୍ନାବଶେଷ : ସର୍ଚ୍ଚ ଅପରେସନ ଜାରି

11/06/2019 at 3:26 PM


ବାୟୁସେନାର ନିଖୋଜ AN-୩୨ ବିମାନର କିଛି ଭଗ୍ନାବଶେଷ ମିଳିଛି । ସର୍ଚ୍ଚ ଅପରେସନବେଳେ ଅରୁଣାଚଳ ପ୍ରଦେଶର ଲିପୋର ଉତ୍ତରାଞ୍ଚଳରେ ବିମାନର ସୁରାଗ ମିଳିଥିଲା । ବିମାନର ବାକି ଅଂଶ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଜୁନ ୩ ତାରିଖ ଦିନ ଆସାମ ଜୋରହାଟରୁ ଉଡାନା ଆରମ୍ଭ କରିବା ପରେ ନିଖୋଜ ହୋଇଯାଇଥିଲା । ବିମାନରେ ୮ଜଣ କୃ ସଦସ୍ୟଙ୍କ ସମେତ ୧୩ ଜଣ ଥିଲେ ।

ଭାରତୀୟ ବାୟୁସେନା ସ୍ଥାନୀୟ ଅଧିକାରୀଙ୍କୁ କହିଥିଲେ ଯେ, ବିମାନର ଏକ ଅବଶେଷ ଏମଆଇ-୧୭ ବିମାନ ଖୋଜିଥିଲା । ଏମଆଇ-୧୭ ବିମାନ ବର୍ତ୍ତମାନ ସେହି ଅଂଚଳରେ ଅଛି । ସିୟାଙ୍ଗ ଜିଲ୍ଲାର ପୟୁମରେ ବିମାନର ଭଗ୍ନାବଶେଷ ମିଳିଛି । ବାୟୁସେନା ପଟ କରିବାକୁ ଚେଷ୍ଟା କରୁଛି ଯେ, ଯେଉଁ ଭଗ୍ନାବଶେଷ ମିଳିଛି ତାହା ଏଏନ-୩୨ ବିମାନର ନାଁ ନୁହେଁ । ବିମାନର ଭଗ୍ନାବଶେଷ ଲିପୋ ଠାରୁ ୧୬ କି:ମି ଦୂର ଉତ୍ତରାଞ୍ଚଳର ତଟର ଉତ୍ତର ପୂର୍ବରୁ ମିଳିଛି । ଭୁପୃଷ୍ଠରୁ ୧୨ ହଜାର ଫୁଟ ଉଚ୍ଚରେ ବିମାନର ଭଗ୍ନାବଶେଷ ମିଳିଛି ।


ଖରାପ ପାଣିପାଗ ସତ୍ୱେ ଭାରତୀୟ ବାୟୁସେନା ପରିବହନ ବିମାନ ଏଏନ -୩୨ ବିମାନ ଖୋଜିବା ପାଇଁ ବ୍ୟାପକ ତଲାସୀ ଅଭିଯାନ ଜାରି ରହିଛି । ବିମାନରେ ୧୩ ଜଣ ଥିଲେ । ସମସ୍ତ ୧୩ ଜଣ ନିଖୋଜ ଅଛନ୍ତି । ବିମାନଟି ଅରୁଣାଚଳ ପ୍ରଦେଶ ଯାଉଥିବାବେଳେ ନିଖୋଜ ହୋଇଯାଇଥିଲା । ଗତ ବୁଧବାର ଦିନ ବାୟୁସେନା ନିଖୋଜ ବିମାନକୁ ଖୋଜିବା ପାଇଁ ଇସ୍ୟୁ-୩୦ ଜେଟ ଯୁଦ୍ଧ ବିମାନ, ସି-୧୩୦ ଯେ, ଏମୀ ୧୭ ଏବଂ ଏଏଲଏଚ ହେଲିକେପ୍ଟର ଲଗାଇଥିଲା ।

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ଉପଗ୍ରହ କାଟରେସୈଟ ଏବଂ ଆରଆଇସୈଟ ମଧ୍ୟ ସେହି ଅଂଚଳର ଫଟୋ ଉଠାଉଛନ୍ତି । ଏୟାର ଅଫିସର କାମାଣ୍ଡିଙ୍ଗ ଇନ ଚିଫ ଏୟାର ମାର୍ଶାଲ ଆର.ଡି.ମାଥୁର ତଲାସୀ ଅଭିଯାନ ଏବଂ ସୁରକ୍ଷା ଅଭିଯାନ ତଦାରଖ କରୁଛନ୍ତି । ସେ ବାୟୁସେନାର ନିଖୋଜ କର୍ମୀଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଆଲୋଚନା କରିଛିନ ।

   Related Posts