ଆହୁରି ମଜ୍‌ଭୁତ ହେବ ଭାରତୀୟ ବାୟୁସେନା, ୧.୩ ଲକ୍ଷ କୋଟିରେ ୧୧୪ ଲଢ଼ୁଆ ବିମାନ କିଣିବାକୁ IAFର ପ୍ରସ୍ତୁତି

Published By : Prameya-News7 Bureau | January 31, 2021 IST

ନୂଆଦିଲ୍ଲୀ ୩୧/୦୧: ଆଗାମୀ ଏରୋ ଇଣ୍ଡିଆ ସମୟରେ ୮୩ ଏଲସିଏ ତେଜସ୍ ମାର୍କ ୧ଏ ବିମାନ କ୍ରୟ ଉପରେ ମୋହର ବାଜିବା ପରେ ଭାରତୀୟ ବାୟୁସେନା ଏବେ ମଲ୍ଟିରୋଲ୍‌ ଲଢ଼ୁଆ ବିମାନ ପରିଯୋଜନା ଉପରେ ଧ୍ୟାନ ଦେଇଛି। ଏହା ଜରିଆରେ ୧.୩ ଲକ୍ଷ କୋଟି ଟଙ୍କାର ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରିଛି ଆଇଏଏଫ୍‌।

କିନ୍ତୁ ଏହା ପୂର୍ବରୁ ବାୟୁସେନା ଅନ୍ୟ ଏକ ଯୋଜନା ରଖିଥିଲା। ୮୩ ଏଲସିଏ ତେଜସ୍ ମାର୍କ ୧ଏ ଲଢ଼ୁଆ ବିମାନ କ୍ରୟ ଉପ​‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବସିଥିବା କ୍ୟାବିନେଟ କମିଟି ମୋହର ମାରିଥିଲା। ଏରୋ ଇଣ୍ଡିଆ ସମୟରେ ବେଙ୍ଗାଲୁରୁରେ ୫୦ ହଜାର କୋଟି ଡିଲରେ ହସ୍ତାକ୍ଷର ହେବା ପାଇଁ ପ୍ରସ୍ତୁତି ହୋଇଛି।

ଏଏନଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୮୩ ଏସିଏ ତେଜସ୍‌ ମିଗ-୨୧, ଫାଇଟର ଜେଟସର ୪ଟି ସ୍କ୍ବାର୍ଡନର ସ୍ଥାନ ନେବ। ଏବେ ଭାରତୀୟ ବାୟୁସେନା ୧୧୪ ଲଢ଼ୁଆ ବିମାନ କିଣିବା ଉପରେ ଲକ୍ଷ୍ୟ ରଖିଛି। ଆମେରିକା ଏଫ ୧୫ ଷ୍ଟ୍ରାଇକ୍‌ ଇଗଲ, ଏଫ-୧୮ ସୁପର ହରନେଟ୍‌ ଏବଂ ଏଫ ୧୬ ଭାରିଏଣ୍ଟକୁ ଏଏଫ-୨୧ ନାଁରେ ପ୍ରବେଶ କରାଇବ।

ତେବେ ଭାରତୀୟ ବାୟୁସେନା ୧୧୪ ଲଢ଼ୁଆ ବିମାନ କ୍ରୟ କରିବାକୁ ଯୋଜନା କରୁଥିବା ବେଳେ ଏହାର କ୍ଷମତା ଉପରେ ନଜର ରହିବ। ଲଢ଼ୁଆ ବିମାନ ଚୟନ କରିବା ପାଇଁ ଆଇଏଏଫ ବିଭିନ୍ନ ମାପଦଣ୍ଡ ଧାର୍ଯ୍ୟ କରିଛି। ଏଥିରେ ଉଭୟ ସିଙ୍ଗଲ ଓ ଡବଲ୍‌ ଇଞ୍ଜିନ୍‌ ଫାଇଟର ଜେଟ୍‌ ସାମିଲ ରହିବ।

ଏହି ୧୧୪ ବିମାନ ମେଡ୍‌ ଇନ ଇଣ୍ଡିଆ ହେବ। ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ବିଦେଶୀ କମ୍ପାନୀ ଭାରତରେ ଲଢ଼ୁଆ ବିମାନ ଉତ୍ପାଦନ ଉପରେ କେନ୍ଦ୍ର ସରକାର ଜୋର ଦେଉଥିବା ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.