କାର୍ଗିଲ ଯୁଦ୍ଧ ବେଳେ ପାକିସ୍ତାନରେବନ୍ଦୀ ହୋଇଥିଲେ ପାଇଲଟ ନଚିକେତା, ଜାଣନ୍ତୁ କେମିତି ହୋଇଥିଲେ ମୁକ୍ତ…
28/02/2019 at 11:51 AM

୨୦ ବର୍ଷ ତଳେ ହୋଇଥିଲା କାର୍ଗିଲ ଯୁଦ୍ଧ । ପାକିସ୍ତାନ ସେନାଙ୍କ କବ୍ଜାରେ ଥିଲେ ଭାରତୀୟ ପାଇଲଟ ନଚିକେତା। ନଚିକେତା ୭ ଦିନ ଧରି ପାକିସ୍ତାନୀଙ୍କ କବ୍ଜାରେ ଥିଲେ। ତେବେ ୨୦ ବର୍ଷ ପୂର୍ବରୁ କିଭଳି ପାକିସ୍ତାନରୁ ଆଇଏଫ କ୍ୟାପଟନ ନଚିକେତା ସ୍ୱଦେଶ ଫେରିଥିଲେ ଜାଣନ୍ତୁ।

୧୯୯୯ ମସିହା ଜୁନ ମାସ ୩ ତାରିଖରେ କାର୍ଗିଲ ଯୁଦ୍ଧରେ ଆଇଏଫର ଯବାନ ନଚିକେତାଙ୍କୁ “ଅପରେସନ ସଫେଦ ସାଗର”ରେ ଏମଆଇଜି ୨୭ ଉଡାଇବାର ଦାୟିତ୍ୱ ଦିଆଯାଇଥିଲା। ତୀବ୍ର ଗତିରେ ନଚିକେତା ୧୭ ହଜାର ଫୁଟରେ ରକେଟ ଉଡାଇବାରେ ସଫଳ ହୋଇଥିଲେ। କିନ୍ତୁ ମଝିରେ ରକେଟ ଇଂଜନ ଖରାପ ହୋଇଥିବାରୁ ଏମଆଇଜି ୨୭ କ୍ରାଶ କରିଯାଇଥିଲା। ଫଳରେ ପାକିସ୍ତାନ ନଚିକେତାଙ୍କୁ ନିଜ କବ୍ଜାରେ ବନ୍ଦୀ କରିନେଇଥିଲେ। ସେଠାରେ ତାଙ୍କୁ ବହୁ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବାକୁ ପଡିଥିଲା। ପାକିସ୍ତାନୀ ତାଙ୍କୁ ମାରପିଟ୍ କରି ବହୁ ନିର୍ଯାତନା ମଧ୍ୟ ଦେଇଥିଲେ। ମାନସିକ ଓ ଶାରିରୀକ କଷ୍ଟ ଦେଇ ହଇରାଣ କରୁଥିଥିଲେ। ନଚିକେତା କହିଥିଲେ ଯେ ମାରପିଟ୍ କରି ପାକିସ୍ତାନୀ ତାଙ୍କଠୁ ଭାରତୀୟ ସେନାଙ୍କ ବିଷୟରେ ସୂଚନା ପଚାରାଉଚରା କରୁଥିଲୋ।

ରିପୋର୍ଟ ଅନୁସାରେ ନଚିକେତାଙ୍କ ମୁକ୍ତ ହେବା ପଛରେ ସେତେବେଳେ ପାକିସ୍ତାନରେ ଅବସ୍ଥାପିତ ଭାରତର ହାଇକମିଶନର ପାର୍ଥସାରଥିଙ୍କ ବିଶେଷ ଭୂମିକା ରହିଥିଲା। ପାର୍ଥସାରଥିଙ୍କୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କେବଳ ଏତିକି କୁହାଯାଇଥିଲା ଯେ, ଯେମିତି ହେଲେ ଭାରତୀୟ ପାଇଲଟଙ୍କୁ ଫେରାଇଆଣିବାକୁ ହେବ । ଏହା ପରେ ପାର୍ଥସାରଥୀ ନିଜ ଉଦ୍ୟମ ଆରମ୍ଭ କରିଦେଇଥିଲେ ।

ଶେଷରେ ପାକିସ୍ତାନର ପୂର୍ବତନ ପ୍ରଧାନ ମନ୍ତ୍ରୀ ନୱାଜ ଶରିଫ ନଚିକେତାଙ୍କ ମୁକ୍ତି ବିଷୟରେ ଘୋଷଣା କରିଥିଲେ। ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ କାର୍ଯ୍ୟାଳୟରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଆୟୋଜନ ହୋଇଥିଲା । ତେବେ ସେଠାକୁ ଯିବା ପାଇଁ ପାର୍ଥସାରଥି ମନା କରିଥିଲେ। ପାକିସ୍ତାନ ସେଠାରେ ବଡପଣିଆ ଦେଖାଇ ଭାରତୀୟ ବାୟୁସେନାର ପାଇଲଟଙ୍କୁ ମୁକ୍ତ କରୁଛି ବୋଲି ପ୍ରଚାର କରିଥିଲା।

ପାର୍ଥସାରଥିଙ୍କ ଅନୁସାରେ ସେ ଯଦି ସେ ଦିନ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ସାମ୍ବାଦିକ ସମ୍ମିଳନୀକୁ ଯାଇଥାନ୍ତେ ତାହେଲେ ଆମ ଦେଶର ପାଇଲଟଙ୍କ ମଜାକ ଉଡାଯାଇଥାନ୍ତା।

ଜୀନେଭା ସଂନ୍ଧି ଅନୁସାରେ କୌଣସି ଯୁଦ୍ଧବନ୍ଦୀଙ୍କ ସହ ଅମାନବୀୟ ବ୍ୟବହାର କରାଯାଇପାରିବ ନାହିଁ । ଯୁଦ୍ଧବନ୍ଦୀଙ୍କୁ ଡରାଇ ଓ ମାରପିଟ୍ କରି ତାଙ୍କ ଠାରୁ କଥା ହାସଲ କରିବା ମଧ୍ୟ ବେଆଇନ। ଭାରତୀୟ ବାୟୁସେନାର ପାଇଲଟ୍ର ନିଜ ଦେଶକୁ ଫେରିବା ଦାୟିତ୍ୱ ପାକିସ୍ତାନର ଥିଲା। କୌଣସି ଯୁଦ୍ଧବନ୍ଦୀ ଯଦି ଆହତ ଅବସ୍ଥାରେ ମିଳେ ତେବେ ତାଙ୍କର ଉଚିତ୍ ଦେଖାରେଖା କରିବା ଆବଶ୍ୟକ। କେବଳ ସେତିକି ନୁହଁ ତାଙ୍କ ଖାଇବା ପିଇବାର ମଧ୍ୟ ଧ୍ୟାନ ରଖିବା ଉଚିତ୍।