ଆଇଏଫ ଅଧିକାରୀ ପାଇଲଟ ଅଭିନନ୍ଦନଙ୍କ ମାଁ ବାପାଙ୍କୁ ଭେଟିଲେ

Published By : Prameya-News7 Bureau | February 28, 2019 IST

ଚେନ୍ନାଇ୨୮|୨: ପାକିସ୍ତାନ ବାୟୁସେନାର ଏକ ଏଫ-୧୬ ବିମାନ ଭାରତରେ ପ୍ରବେଶ କରିଲା ପରେ ଭାରତୀୟ ବାୟୁସେନା ଏହାର ଜବାବ ଦେଇଥିଲା । ପାକିସ୍ତାନ ବିମାନକୁ ଭାରତୀୟ ବାୟୁସେନା ଖସାଇଦେଇଥିଲା । ଅପରପକ୍ଷରେ ଭାରତର ଦୁଇଟି ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବୀ କରିଥିଲା ।

{"id":89457,"width":594,"height":370}

ଦୁଇଟି ବିମାନ ମଧ୍ୟରୁ ଗୋଟିଏ ଭାରତୀୟ ସୀମାରେ ପଡିଥିବାବେଳେ ଅନ୍ୟଟି ପାକିସ୍ତାନ ସୀମାରେ ପଡିଥିଲା ବୋଲି ପାକିସ୍ତାନ ଦାବି କରିଛି ।ଭାରତୀୟ ବାୟୁସେନାର ମିଗ ୨୧ ବିମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ କ୍ରାସ ହୋଇଥିଲା। ତେବେ ଏହି ଭାରତୀୟ ବିମାନରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଉଡାଉଥିଲେ। ଏହାର ଫାଇଦା ଉଠାଇ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିଲେ। କେବଳ ସେତିକି ନୁହଁ ତାଙ୍କୁ ମାର ପିଟ କରି ସେ ଭିଡିଓ ହ୍ୱାଟ୍‌ସଅପ, ଟୁଇଟର, ଫେସବୁକ୍‌ ଓ ଇନଷ୍ଟାଗ୍ରାମରେ ସେଆର କରୁଛନ୍ତି। ଅଭିନନ୍ଦନଙ୍କ ବାପା ଏସ ବର୍ଧମାନ ମଧ୍ୟ ଭାରତୀୟ ବାୟୁ ସେନାରେ ଏୟାର ମାର୍ଶଲ ପଦରେ ଥିଲେ।

{"id":89458,"width":591,"height":443}

ବାୟୁସେନାର ଅଧିକାରୀମାନେ ପାଇଲଟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମା-ବାପାଙ୍କୁ ଭେଟିଛନ୍ତି। ଅଭିନନ୍ଦନଙ୍କୁ ଫେରାଇବାକୁ ସାରା ଭାରତ ଦାବି କରିଛି ଓ ତାଙ୍କ ପେରିବା ପାଇଁ ଜୋରସୋର ପଦକ୍ଷେପ ଉଠାଯାଉଛି। ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ରଭିଶ କୁମାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପାକିସ୍ଚାନରେ ଥିବା ଭାରତୀୟ ବାୟୁ ସେନାର ପାଇଲଟ ବିଷୟରେ ଖବର ନେବା ଜାରି ଅଛି। ଅଭିନନ୍ଦନଙ୍କ ପରିବାର ଏବେ ମିଡିଆଠୁ ଦୂରରେ ରହୁଛନ୍ତି। ସଂପର୍କିୟ କହିଛନ୍ତି ଯେ ଅଭିନନ୍ଦନ ପାକିସ୍ତାନ କବ୍‌ଜାରେ ରହିବା ପରଠୁ ତାଙ୍କ ଘର ଲୋକେ ବହୁତ ଚିନ୍ତିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କୁ ଅଭିନନ୍ଦନଙ୍କ ଫେରିବା ପାଇଁ ପଦକ୍ଷେପ ନେବା ଉଚିତ୍‌ ବୋଲି ସେ କହିଛନ୍ତି। ବିଭିନ୍ନ ରାଜନୈତିକ ଦଳର ମୁଖ୍ୟ ଅଭିନନ୍ଦନଙ୍କ ମୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଅପିଲ୍‌ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.