IAF ଅଫିସର ଗୁଞ୍ଜନ ସକ୍ସେନା, ଭାରତ ଯୁଦ୍ଧ ଇତିହାସର ପ୍ରଥମ ମହିଳା ଯାହାଙ୍କୁ ମିଳିଥିଲା ଗ୍ୟାଲେଣ୍ଟ୍ରି ଆୱାର୍ଡ

Published By : Prameya-News7 Bureau | August 12, 2020 IST

ନୂଆଦିଲ୍ଲୀ ୧୨/୦୮ : ନିକଟରେ ଗୁଞ୍ଜନ ସକ୍ସେନାଙ୍କ ଜୀବନ ଉପରେ ଆଧାରିତ ଫିଲ୍ମର ଫାଷ୍ଟ ଲୁକ ସାମ୍ନାକୁ ଆସିଛି | ଫିଲ୍ମର ଟାଇଟଲ ମଧ୍ୟ ଗୁଞ୍ଜନ ସକ୍ସେନା | ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜାହ୍ନବୀ କପୁର | ଗୁଞ୍ଜନ ସକ୍ସେନାଙ୍କ ସମ୍ପର୍କରେ ବହୁତ କମ ଲୋକ ଜାଣିଛନ୍ତି | ଗୁଞ୍ଜନ ସକ୍ସେନା ଫ୍ଲାଇଙ୍ଗ ଅଫିସର ଭାବେ କାରଗିଲ ଯୁଦ୍ଧରେ ଅନେକ ଯବାନଙ୍କ ଜୀବନ ରକ୍ଷା କରିଥିଲେ |

କାରଗିଲ ଯୁଦ୍ଧରେ ଗୁଞ୍ଜନ ପ୍ରଥମ ମହିଳା ପାଇଲଟ ମଧ୍ୟରୁ ଜଣେ ଥିଲେ ଯାହାଙ୍କୁ ଭାରତୀୟ ଯୁଦ୍ଧ ଇତିହାସରେ ପ୍ରଥମଥର ପାଇଁ ଯୁଦ୍ଧ ମଇଦାନକୁ ପଠାଯାଇଥିଲା | ତାଙ୍କୁ ଦ୍ରାସ୍ ସେକ୍ଟରରୁ ଆହତ ସୈନିକଙ୍କୁ ଆଣିବା ଦାୟିତ୍ୱ ଦିଆଯାଇଥିଲା | ଚିତା ବିମାନ ସାହାଯ୍ୟରେ ଅନେକ ଆହତ ସୈନିକଙ୍କୁ ଉଦ୍ଧାର କରିଥିଲେ |

{"id":313564,"sizeSlug":"large"}

ଗୁଞ୍ଜନଙ୍କ ବାପା ଅନୁପ ସକ୍ସେନା ଜଣେ ଆର୍ମି ଅଫିସର ଥିଲେ | ତାଙ୍କ ଭାଇ ଅଂଶୁମାନ ସକ୍ସେନା ମଧ୍ୟ ସେନାରେ ଥିଲେ | ଭାରତୀୟ ବାୟୁସେନା ପାଇଲଟ ହେବାପରେ ୧୯୯୯ ମସିହାରେ ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ମଧ୍ୟରେ ତାଙ୍କୁ ଶ୍ରୀନଗର ଯିବାକୁ ଆଦେଶ ମିଳିଥିଲା ଏବଂ ସେ ରାଜି ମଧ୍ୟ ହୋଇଥିଲେ | ନିଜ ଅଭିଯାନ ସମୟରେ ଏକ ମିସାଇଲ ତାଙ୍କ ବିମାନ ସହ ଧକ୍କା ହୋଇ ରକ୍ଷା ପାଇଯାଇଥିଲା | କିନ୍ତୁ ସେ ନିଜ କାମକୁ ଠିକ ଭାବେ ତୁଲାଇଥିଲେ | ସେଥିପାଇଁ ତାଙ୍କୁ ପ୍ରତାହାମ ମହିଳା ଗ୍ୟାଲେଣ୍ଟ୍ରି ଆୱାର୍ଡରେ ସମ୍ମାନିତ କରାଯାଇଥିଲା | ଏହାପରେ ତାଙ୍କୁ କାରଗିଲ ଗାର୍ଲ ମଧ୍ୟ କୁହାଯାଇଥିଲା |

{"id":313565,"sizeSlug":"large"}

ଦିଲ୍ଲୀ ୟୁନିଭର୍ସିଟିର ହଂସରାଜ କଲେଜରେ ପଢିବା ସମୟରେ ସେ ସଫଦରଗଞ୍ଜ ସ୍ଥିତ ଦିଲ୍ଲୀ ଫ୍ଲାଇଙ୍ଗ କ୍ଲବ ଜଏନ କରିଥିଲେ | ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ଭାରତୀୟ ବାୟୁସେନାରେ ମହିଳା ପାଇଲଟଙ୍କର ଭର୍ତ୍ତି ହେଉଛି | ସେ SSB ପରୀକ୍ଷା ପାସ କଲେ ଓ ୧୯୯୪ ମସିହାରେ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଟ୍ରେନି ବ୍ୟାଚର ୨୩ ମହିଳାଙ୍କ ମଧ୍ୟରେ ସାମିଲ ହେଲେ | ଏହି ୨୩ ମହିଳା ପାଇଲଟଙ୍କ ମଧ୍ୟରୁ କେବଳ ୨ ଜଣ ମହିଳା ପାଇଲଟଙ୍କୁ କାରଗିଲ ଯୁଦ୍ଧରେ ସାମିଲ ହେବାକୁ ମଉକା ମିଳିଥିଲା | ଗୁଞ୍ଜନଙ୍କ ସହ ବିଦ୍ୟାଶ୍ରୀ ମଧ୍ୟ କାରଗିଲ ଯୁଦ୍ଧରେ ସାମିଲ ହୋଇଥିଲେ | ଯୁଦ୍ଧ ସମୟରେ ଆହତ ଯବାନଙ୍କୁ ଉଦ୍ଧାର କରିବା ସହ ପାକିସ୍ତାନୀ ସେନାର ସ୍ଥିତି ଉପରେ ମଧ୍ୟ ନଜର ରଖୁଥିଲେ ଗୁଞ୍ଜନ ସକ୍ସେନା |  

{"id":313569,"sizeSlug":"large"}

୧୯୭୫ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଗୁଞ୍ଜନ | ବାପା ଭାଇ ସେନାରୁ ଥିବାରୁ ସେ ମଧ୍ୟ ପିଲାଦିନୁ ସେନାରେ ଭର୍ତ୍ତି ହେବାକୁ ପ୍ରେରିତ ହୋଇଥିଲେ | ପଞ୍ଚମ ଶ୍ରେଣୀରେ ପଢିବା ସମୟରେ ଗୁଞ୍ଜନଙ୍କୁ ଭାରତୀୟ ବାୟୁସେନାର କକପିଟ ଦେଖିବାକୁ ମଉକା ମିଳିଥିଲା | ସେତେବେଳେ ସେ ଭାବି ନେଇଥିଲେ ଯେ ସେ ବଡ ହୋଇ ପାଇଲଟ ହେବେ | ଗୁଞ୍ଜନଙ୍କ ସ୍ୱାମୀ ମଧ୍ୟ ବାୟୁସେନାରେ ପାଇଲଟ ଅଛନ୍ତି | ୭ ବର୍ଷ ଭାରତୀୟ ବାୟୁସେନାରେ ପାଇଲଟ ଭାବେ କାର୍ଯ୍ୟ କରିବା ପରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା | ଏହାପରେ ୨୦୦୪ ମସିହାରେ ତାଙ୍କ ଝିଅ ପ୍ରଜ୍ଞା ଜନ୍ମ ହୋଇଥିଲେ | ବର୍ତ୍ତମାନ ଗୁଞ୍ଜନ ଗୃହିଣୀ ଅଛନ୍ତି ଏବଂ ଗୁଜରାଟ ଜାମନଗରରେ ରହୁଛନ୍ତି |

{"id":313568,"sizeSlug":"large"}

ଗୁଞ୍ଜନ ସକ୍ସେନାଙ୍କ ଜୀବନି ଉପରେ ଆଧାରିତ ବଲିଉଡ ଫିଲ୍ମ 'ଗୁଞ୍ଜନ ସକ୍ସେନା' ଖୁବ ଶୀଘ୍ର ରିଲିଜ ହେବାକୁ ଯାଉଛି | ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜାହ୍ନବୀ କପୁର | ଗୁଞ୍ଜନଙ୍କ ପିତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ପଙ୍କଜ ତ୍ରିପାଠୀ | ଗୁଞ୍ଜନଙ୍କ ଭାଇ ଭୂମିକାରେ ଅଭିନୟ କରୁଛନ୍ତି ଅଙ୍ଗଦ ବେଦି | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.