‘ଗୁଞ୍ଜନ ସକ୍ସେନା-ଦି କାର୍ଗିଲ ଗାର୍ଲ’କୁ ନେଇ IAFର ଆପତ୍ତି, NOC ପ୍ରତ୍ୟାହାର ଲାଗି ସେନସର ବୋର୍ଡଙ୍କୁ ସୁପାରିଶ

Published By : Prameya-News7 Bureau | August 12, 2020 IST

ମୁମ୍ବାଇ ୧୨।୮: କାର୍ଗିଲ ଯୁଦ୍ଧରେ ଜଣେ ପାଇଲଟ ଭାବେ ଯୋଗଦେଇଥିବା ସ୍କ୍ୱାଡ୍ରନ ଲିଡର ଗୁଞ୍ଜନ ସକ୍ସେନାଙ୍କ ଜୀବନୀ ଆଧାରିତ ବଲିଉଡ ଫିଲ୍ମ ‘ଗୁଞ୍ଜନ ସକ୍ସେନା- ଦି କାର୍ଗିଲ ଗାର୍ଲ’କୁ ନେଇ ବିବାଦ ଦେଖାଦେଇଛି। ଖୋଦ ଭାରତୀୟ ବାୟୁସେନା ଫିଲ୍ମକୁ ନେଇ ଆପତ୍ତି କରିଥିବା ବେଳେ ପ୍ରେକ୍ଷାଳୟରେ ପ୍ରଦର୍ଶନ ନିମନ୍ତେ ଏହାର ଏନଓସି ପ୍ରତ୍ୟାହାର ଲାଗି ସେନସର ବୋର୍ଡଙ୍କୁ ପତ୍ର ଲେଖି ସୁପାରିଶ କରିଛନ୍ତି।

{"id":313669,"width":577,"height":384,"sizeSlug":"large"}

ମିଳିଥିବା ସୂଚନା ଅନୁସାରେ ଫିଲ୍ମରେ ବାୟୁସେନାକୁ ନେଗେଟିଭ୍ ଚିତ୍ରିତ କରାଯାଇଛି ବୋଲି ପତ୍ରରେ ଅଭିଯୋଗ ହୋଇଛି। ଫିଲ୍ମ ନିର୍ମାଣ ବେଳେ ନିର୍ମାତା ଏଭଳି ଫିଲ୍ମ ଦ୍ୱାରା ବାୟୁସେନାରେ ଯୋଗଦେବା ଲାଗି ଯୁବବର୍ଗ ଉତ୍ସାହିତ ହେବେ ବୋଲି କୁହାଯାଇଥିଲା। ହେଲେ ଫିଲ୍ମରେ ପୁରୁଷ ପ୍ରଧାନ ବାୟୁସେନାରେ ମହିଳା ସ୍କ୍ୱାଡ୍ରନଲିଡରଙ୍କୁ ତାଙ୍କ ଲକ୍ଷପୁରଣ ଲାଗି କାଫି ସଂଘର୍ଷ କରିବାକୁ ପଡୁଥିବାର ଦେଖାଯାଇଛି।

{"id":313670,"width":580,"height":435,"sizeSlug":"large"}

ସୂଚନା ଯୋଗ୍ୟଯେ ସ୍କ୍ୱାଡ୍ରନ ଲିଡର ଗୁଞ୍ଜନ ସକ୍ସେନା ଦେଶର ସେହି ମହିଳା ପାଇଲଟଙ୍କ ମଧ୍ୟରେ ଅନ୍ୟତମ ଯିଏ ବାୟୁସେନାରେ ହେଲିକପ୍ଟର ପାଇଲଟ ଭାବେ ଯୋଗଦେଇଥିଲେ। କାର୍ଗିଲ ଯୁଦ୍ଧ ସମୟରେ ସେ ବାୟୁସେନାରେ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅବସ୍ଥାପିତ ଥିବା ବେଳେ ଚିତା ଲାଇଟ୍ ଟ୍ରାନ୍ସପୋର୍ଟ ହେଲିକପ୍ଟର ଉଡାଉଥିଲେ। ଏଥିରେ ସେ ଯୁଦ୍ଧ ଭୂମିରେ ଥିବା ସୈନିକଙ୍କ ଲାଗି ରେସନ ଓ ସାମଗ୍ରୀ ଯୋଗାଣ କରିବା ସହ ଯୁଦ୍ଧ କ୍ଷେତ୍ରରୁ ଆହତ ସୈନିକଙ୍କୁ ବାହାର କରି ହସ୍ପିଟାଲ ପହଞ୍ଚାଉଥିଲେ।

{"id":313671,"sizeSlug":"large"}

ବାୟୁସେନାରେ ୭ ବର୍ଷ କାମ କରିବା ପରେ ତାଙ୍କର ପଦୋନ୍ନତୀ ହୋଇଥିଲା ଓ ସେ ସ୍କ୍ୱାଡ୍ରନ ଲିଡର ପଦବୀରେ ବାୟୁସେନାରୁ ଅବସର ଗ୍ରହଣ କରିଥିଲେ। ତାଙ୍କ ସ୍ୱାମୀ ମଧ୍ୟ ବାୟୁସେନା ଅଧିକାରୀ ଥିଲେ। ଭାରତୀୟ ବାୟୁସେନା ଯୁଦ୍ଧ ମୈଦାନରେ ଲଢିବା ଲାଗି ମହିଳାଙ୍କୁ ସୁଯୋଗ ଦେବାରେ ପ୍ରଥମ ଦେଶ। ତେବେ ଫିଲ୍ମକୁ ଯେପରି ଚିତ୍ରିତ କରାଯାଇଛି ତାହା ବାସ୍ତବିକ୍ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବାୟୁସେନା ସେନସର ବୋର୍ଡଙ୍କୁ ପ୍ରେରଣ କରିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି। ଫିଲ୍ମରୁ କିଛି ଅଂଶ ହଟାଇଦେବାକୁ ବାୟୁସେନା ଫିଲ୍ମର ନିର୍ମାତା ଓ ପ୍ରଡକ୍ସନ ହାଉସ୍‌କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ନେଟଫ୍ଲିକ୍ସ ରିଲିଜ କରିଥିବା ବେଳେ ସେହି ସବୁ ଭାଗ ହଟାଇନଥିବା ବାୟୁସେନା ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.