ଶ୍ରୀଲଙ୍କା ବାୟୁସେନା ସ୍ଥାପନାର ୭୦ତମ ବାର୍ଷିକ ଉତ୍ସବର ଶୋଭା ବର୍ଦ୍ଧନ କରିବ IAF, ଭାଗନେବେ ଏହି ସବୁ ବିମାନ ସ୍କ୍ୱାଡ୍ରନ

Published By : Prameya-News7 Bureau | February 27, 2021 IST

କଲମ୍ବୋ ୨୭।୨: ଶ୍ରୀଲଙ୍କା ବାୟୁସେନା ସ୍ଥାପନକୁ ୭୦ ବର୍ଷ ପୂରଣ ହୋଇଛି। ଏଥିଲାଗି ମାର୍ଚ୍ଚ ୩ରୁ ୫ତାରିଖ ପର୍ଯ୍ୟନ୍ତ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ, ସାରଙ୍ଗ ଓ ତେଜସ ସ୍କ୍ୱାଡ୍ରନ ଆମନ୍ତ୍ରିତ ହୋଇଛନ୍ତି।  ଭାରତୀୟ ବାୟୁସେନାର ଏହି ସବୁ ବିମାନ ସ୍କ୍ୱାଡ୍ରନ ଶନିବାର ଶ୍ରୀଲଙ୍କା ରାଜଧାନୀ କଲୋମ୍ବୋରେ ପହଞ୍ଚିଛନ୍ତି।

{"id":415698,"sizeSlug":"large","linkDestination":"none"}

 କଲମ୍ବୋ ଗାଲେ ଫେସ୍‌ରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଲଙ୍କା ଏୟାର ଫୋର୍ସ(ଏସଏଲଏଫ) କାର୍ଯ୍ୟକ୍ରମରେ ଭାରତୀୟ ବାୟୁସେନାର ଏହି ସବୁ ବିମାନ ସ୍କ୍ୱାଡ୍ରନମାନେ ସେମାନଙ୍କ କଳାକୌଶଳ ପ୍ରଦର୍ଶନ କରିବେ ବୋଲି ଆଇଏଏଫ ଶନିବାର କହିଛି। ଏସଏଲଏଫ ସହ ଭାରତୀୟ ବାୟୁସେନାର ସମ୍ପର୍କ ଦୀର୍ଘବର୍ଷରୁ ରହି ଆସିଛି। ସାମରିକ ଶିକ୍ଷା ପାଠ୍ୟକ୍ରମ ହେଉ ଅଥବା ବିଭିନ୍ନ କ୍ଷେତ୍ରରେ ସକ୍ରିୟ ବିନିମୟରେ ଦୁଇ ବାୟୁସେନା ପରସ୍ପରର ସହଯୋଗୀ ରହି ଆସିଛନ୍ତି।

{"id":415699,"sizeSlug":"large","linkDestination":"none"}

ଏଥିରେ ଏସଏଲଏଫର ୭୦ତମ ବାର୍ଷିକ ଉତ୍ସବରେ ଭାରତୀୟ ବାୟୁସେନାର ଅଂଶଗ୍ରହଣ ହେଉଛି ଦୁଇ ବାୟୁସେନା ଅଂଶୀଦାରଙ୍କ ଶକ୍ତିଶାଳୀ ବୃତ୍ତିଗତ ବନ୍ଧନର ଆଉ ଏକ ଉଦାହରଣ ବୋଲି ଆଇଏଏଫ କହିଛନ୍ତି। ଏହା ପୂର୍ବରୁ ଭାରତୀୟ ବାୟୁସେନାଙ୍କ ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍‌ (ଏସକେଏଟି) ୨୦୦୧ରେ ଏସଏଲଏଫର ୫୦ତମ ବାର୍ଷିକରେ ଯୋଗଦେବାକୁ ଶ୍ରୀଲଙ୍କା ଗସ୍ତରେ ଯାଇଥିବାର ନଜିର ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.