Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ବାୟୁସେନାକୁ ମିଳିଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଷ୍ଟ୍ରା ଏମକେ-୧ କ୍ଷେପଣାସ୍ତ୍ର

18/10/2020 at 6:28 PM

ନୂଆଦିଲ୍ଲୀ ୧୮।୧୦: ଭାରତୀୟ ବାୟୁସେନା (ଆଇଏଏଫ)କୁ  ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏୟାର-ଟୁ-ଏୟାର ଆଷ୍ଟ୍ରା ଏମକେ-୧ ବେୟଣ୍ଡ ଭିଜୁଆଲ ରେଞ୍ଜ ମିଜାଇଲ ମିଳିଛି। ପ୍ରଥମ ପର୍ଯ୍ୟାୟରେ ୫୦ଟି ମିଜାଇଲ ଯୋଗାଇ ଦିଆଯାଇଥିବା ବେଳେ ବାକି ପରବର୍ତ୍ତି ପର୍ଯ୍ୟାୟରେ ମିଳିବ ବୋଲି କୁହାଯାଇଛି। ଏହି ମିଜାଇଲ ସୁଖୋଇ-୩୦ ଏମକେଆଇରେ ବ୍ୟବହୃତ ହେବ।  ୬୬ ହଜାର ଫୁଟ ଉଚ୍ଚତାରୁ ୪.୫ ମ୍ୟାକ୍‌ ସ୍ପିଡରେ ଏହାକୁ ଲଞ୍ଚ କରାଯାଇ ପାରୁଥିବା ବେଳେ ୧୦୦ କିଲୋମିଟର ଦୂରରେ ଲକ୍ଷଭେଦ କରିପାରିବ।

ବାୟୁସେନା ଓ ନୌସେନା ଅନେକ ପୂର୍ବରୁ ଏହି କ୍ଷେପଣାସ୍ତ୍ରର ଉପଯୋଗ କରିଆସୁଛନ୍ତି। ତେବେ ସୀମାରେ ଚୀନ ଯୋଗୁ ଉପୁଜିଥିବା ଉତ୍ତେଜନାରେ ଏଥିରୁ ୨୪୮ଟି କ୍ଷେପଣାସ୍ତ୍ର କ୍ରୟ ଲାଗି ଅର୍ଡର ଦିଆଯାଇଥିଲା। ଫଳରେ ଉଭୟ ବାୟୁସେନା ଓ ନୌସେନାର ସାମର୍ଥ୍ୟ ବଢିବ ବୋଲି ଆଶା କରାଯାଉଛି। ୩୪୦ ପାଉଣ୍ଡ (୧୫୪ କେଜି) ଓଜନର ଏହି କ୍ଷେପଣାସ୍ତ୍ର ୩.୬ ମିଟର ଲମ୍ବା ଓ ଏହାର ଗୋଲେଇ ୧୭୮ ମିଲିମିଟର( ୭ଇଞ୍ଚ)। ଏଥିରେ ଇଲେକ୍ଟ୍ରୋନିକ କାଉଣ୍ଟର-କାଉଣ୍ଟର ମେସର୍ଶ ରହିଛି। ଏଣୁ ଶତ୍ରୁକୁ ଚକମା ଦେଇ ନିଜର ଲକ୍ଷ ସାଧନ କରିବାକୁ ସକ୍ଷମ ବୋଲି କୁହାଯାଇଛି।

ଆଷ୍ଟ୍ରା ମାର୍କ-୧ ପରେ ଆଉ ୨ଟି ନୂଆ ଭାରିଏଣ୍ଟର ପରିକଳ୍ପନା କରାଯାଇଛି ଆଷ୍ଟ୍ରା ମାର୍କ-୨ ଓ ମାର୍କ-୩। ଏଗୁଡିକ ଫ୍ରାନ୍ସର ଅତ୍ୟାଧୁନିକ କ୍ଷେପଣାସ୍ତ୍ର ମେଟର ସମକକ୍ଷ ହେବ ବୋଲି କୁହାଯାଇଛି। ଏହି ସବୁ କ୍ଷେପଣାସ୍ତ୍ରରେ କଠିନ ଇନ୍ଧନ ଏସଏଫଡିଆର ଉପଯୋଗ କରାଯିବ ଯାହାର ଆକ୍ରମକ କ୍ଷମତା ୩୪୦ କିଲୋମିଟର ଦୂର ପର୍ଯ୍ୟନ୍ତ ରହିବ।    

   Related Posts