Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

LACରେ ଉତ୍ତେଜନା ବେଳେ ଫରୱାର୍ଡ ପୋଷ୍ଟ ଉପରେ ଗର୍ଜିଲା ରାଫେଲ, ଚୀନ୍ ସେନା ସ୍ତବ୍ଧ

21/09/2020 at 8:37 PM

ଲେହ ୨୧।୯: ପୂର୍ବ ଲଦ୍ଦାଖ ଏଲଏସିରେ ଉତ୍ତେଜନା ମଧ୍ୟରେ ସୋମବାର ଭାରତୀୟ ବାୟୁସେନା ଯୁଦ୍ଧବିମାନ ରାଫେଲ ଫରୱାର୍ଡ ପୋଷ୍ଟ ଉପରେ ପାଟ୍ରୋଲିଂ କରିଛି। ଗତ ସେପ୍ଟେମ୍ବର ୧୦ ତାରିଖରେ ରାଫେଲ ଏୟାରଫୋର୍ସରେ ସାମିଲ ହୋଇଥିଲା। ଚୀନ୍‌ ସହ ସୀମାରେ ଉତ୍ତେଜନା ବେଳେ ବାୟୁସେନାର ଅନ୍ୟ ବିମାନ ସଙ୍ଗେ ରାଫେଲ ପାଟ୍ରୋଲିଂ କରିବା ଚୀନ୍‌ ସେନାକୁ ସ୍ତବ୍ଧ କରିଦେଇଛି। ଏଥିରୁ ଭାରତର ପ୍ରସ୍ତୁତି ସୁରାଗ ଚୀନ୍‌ ସେନାକୁ ମିଳିଯାଇଥିବା ବେଳେ ଏବେ ନିଜ ସୀମାରେ ନିଜକୁ ସୁରକ୍ଷିତ କରିବା ଚିନ୍ତାରେ ପଡିଯାଇଛନ୍ତି।

ଅଗଷ୍ଟ ୨୯ ଓ ୩୦ ରାତିରେ ଚୀନ୍‌ ସେନାର ଅଭିସନ୍ଧି ଜଣାପଡିବା ପରେ ଭାରତ ନିଜ ସୀମା ସୁରକ୍ଷା ଉପରେ ପ୍ରାଥମିକତା ଦେଇଥିଲା। ଏଥିରେ ବାୟୁସେନା ସହଯୋଗରେ ସ୍ଥଳସେନା ପେଙ୍ଗୋଙ୍ଗ ଲେକର ଉଭୟ ପଟେ ଥିବା ନିଜ ସୀମାର ପାହାଡଗୁଡିକର ସୁରକ୍ଷା ଏବେ କଡାକଡି କରିଛି। ଏଥିରେ ରାଫେଲର ପହରାଦାରୀ ଏବେ ଚୀନ୍‌ ସେନାକୁ ଚିନ୍ତାରେ ପକାଇଛି।

ଗୋଟିଏ ପଟେ ଭାରତ ନିଜ ରଣ ପ୍ରସ୍ତୁତିର ସୂଚନା ଦେଇ ସାରିଥିବା ବେଳେ ଅନ୍ୟପଟେ ତାଇୱାନକୁ ନେଇ ଚିନ୍ତାରେ ପଡିଛି ଚୀନ। ଏଥିରେ ଚାଇନା ଏୟାରଫୋର୍ସ ଏକ ଭିଡିଓ ଜାରି କରି ଉଭୟ ଆମେରିକା ଓ ଭାରତକୁ ଧମକ୍‌ ଦେବାକୁ ଚେଷ୍ଟା କରିଛି। ଯେଉଁଥିରେ ଆଣବିକ ସକ୍ଷମ ଏଚ୍-୬ ଯୁଦ୍ଧବିମାନ ଦ୍ୱାରା ଲକ୍ଷନଷ୍ଟ କରୁଥିବାର ଦେଖାଯାଇଛି। ପ୍ୟୁପିଲ୍ସ ଲିବରେସନ ଆର୍ମି ୱିବେ ଆକାଉଣ୍ଚରେ ଏହି ଭିଡିଓ ପୋଷ୍ଟ କରିଛି। 

   Related Posts