୧୯୭୧ ମସିହା ପରେ ପ୍ରଥମଥର ପାଇଁ ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଆକ୍ରମଣ : ୩୦୦ ଆତଙ୍କବାଦୀ ନିହତ

Published By : Prameya-News7 Bureau | February 26, 2019 IST

ଦିଲ୍ଲୀ ୨୬/୨ : ପୁଲୱାମା ଆତ୍ମଘାତୀ ହମଲାର ୧୧ ଦିନ ପରେ ଭାରତ ପାକିସ୍ତାନ ଠାରୁ ପରିଶୋଧ ନେଇଛି | ମଙ୍ଗଳବାର ଭୋର ୩ଟା ୩୦ ମିନିଟରେ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାରି କରି ଜୈସର ଆତଙ୍କୀ ଶିବିର ଧ୍ବଂସ କରିଛି | ଏହାସହ ହିଜବୂଲ ମୁଜାହିଁଦ୍ଦିନର ଟ୍ରେନିଂ କ୍ୟାମ୍ପ ମଧ୍ୟ ଧ୍ବଂସ କରିଛି | ବାୟୁସେନାର ୧୨ଟି ମୀରାଜ- ୨୦୦୦ ବିମାନ ହଜାର କିଲୋର ବୋମା ପକାଇ ଆତଙ୍କୀ ଶିବିର ସହ ଲଞ୍ଚ ପ୍ୟାଡ଼ ଧ୍ବଂସ କରିଥିଲା | ଏହି ଆକ୍ରମଣରେ ୩୦୦ ଆତଙ୍କବାଦୀ ପ୍ରାଣ ହାଇଥିବା ସୂଚନା ମିଳିଛି |

{"id":88871}


୧୯୭୧ ମସିହା ପରେ ପ୍ରଥମଥର ପାଇଁ ଭାରତ ନିୟନ୍ତ୍ରଣ ରେଖା ପାର କରି ପାକିସ୍ତାନ ଉପରେ ଆକ୍ରମଣ କରିଛି | ଶେଷଥର ପାଇଁ ୧୯୭୧ ମସିହାରେ ଭାରତୀୟ ବାୟୁସେନା ନିୟନ୍ତ୍ରଣ ରେଖା ପାର କରିଥିଲା | ୧୯୯୯ ମସିହା କାର୍ଗିଲ ଯୁଦ୍ଧ ସମୟରେ ମଧ୍ୟ ବାୟୁସେନା ଏଲଓସି ପାର କରିଥିଲା |

{"id":88872}


ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ଆଜି ମୁଜାଫରପୁର ଵାଲାକୋଟରେ ଆତଙ୍କୀ ଶିବିରରେ ବୋମାମାଡ କରିଥିଲା | ପାକିସ୍ତାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଲଞ୍ଚ ପ୍ୟାଡ଼କୁ ଧ୍ବଂସ କରିଛି | ସଫାସଫି କହିବାକୁ ଗଲେ, ଭାରତ ନିୟନ୍ତ୍ରଣ ରେଖା ପାର କରି ସିଧାସଳଖ ପାକିସ୍ତାନକୁ ପୁଲୱାମା ହମଲାର ଜବାବ ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.