Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବାୟୁସେନା ମୁଖ୍ୟ କହିଲେ- ଚୀନ ସୀମାରେ ସ୍ଥିତି ସଙ୍ଗୀନ, ଅଥଚ ଯୁଦ୍ଧ କିମ୍ବା ଶାନ୍ତି କିଛି ହେଲେ ନାହିଁ

29/09/2020 at 12:47 PM

ନୂଆଦିଲ୍ଲୀ ୨୯/୦୯: ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏହାରି ଭିତରେ ପାକିସ୍ତାନ ପକ୍ଷରୁ ମଧ୍ୟ କ୍ରମାଗତ ଅନୁପ୍ରବେଶ ପ୍ରୟାସ ଲାଗି ରହିଛି।  ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଆର କେ ଏସ ଭଦୋରିଆ କହିଛନ୍ତି ଉତ୍ତର ସୀମାରେ ସ୍ଥିତି ଚାଲେଞ୍ଜିଂପୂଣ୍ର୍ଣ ରହିଛି। ଅର୍ଥାତ୍ ସ୍ଥିତି ଭଲ ନାହିଁ। ତାଙ୍କ ଇସାରା ଥିଲା ଚୀନକୁ ଲାଗିକି ଥିବା ସୀମା ଉପରେ।

ଭଦୋରିଆ ଭିଡିଓ କନଫରେନ୍ସିଂ ଜରିଆରେ ଏ କଥା କହିଛନ୍ତି। ଉତ୍ତର ସୀମାରେ ସୁରକ୍ଷା ପରିସ୍ଥିତି ବର୍ତମାନ ଖୁବ ଅସହଜ ରହିଛି। ଯୁଦ୍ଧ କି ଶାନ୍ତିର ପରିସ୍ଥିତି ଏ ସମୟରେ ସେଠାରେ କିଛି ହେଲେ ନାହିଁ। ତେବେ ରାଫେଲ ଜେଟ୍ ସାମିଲ ହେବାରୁ ବାୟୁସେନା କ୍ଷମତା ବୃଦ୍ଧି ପାଇଛି ବୋଲି ଭଦୋରିଆ କହିଛନ୍ତି।

ଉଲ୍ଲେଖୀନୟ ଯେ ପାଞ୍ଚ ମାସ ହେବ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଓସି)ରେ ଦୁଇ ଦେଶର ସେନା ଆମ୍ନାସାମ୍ନି ଅଛନ୍ତି। ପିପୁଲ୍ସ ଲିବରେସନ ପାର୍ଟି ଓ ଭାରତୀୟ ମିଲିଟ୍ରି ଟ୍ୟାଙ୍କ, ମିଶାଇଲ ସମେତ ପ୍ରତିଟି ଜରୁରୀ ଅସ୍ତ୍ରଶସ୍ତ୍ର ସହ ଏଲଓସିରେ ମୁତୟନ ଅଛନ୍ତି। ଭାରତୀୟ ବାୟୁସେନାର ଫାଇଟର ଜେଟ ମଧ୍ୟ କ୍ରମାଗତ ସେଠାରେ ବୁଲୁଛି । ଆଇଏଏଫ ମଧ୍ୟ ସ୍ପଷ୍ଟ କରିଥିଲା ଯେ ମାର୍ଚରୁ ସେ ସ୍ଥିତି ସମ୍ଭାଳିବାକୁ ସକ୍ଷମ।

   Related Posts