ଚୀନ ସୀମା ନିକଟରେ ଉଡିଲା ଭାରତୀୟ ଲଢୁଆ ବିମାନ, ଗର୍ଜୁଛି ସୁଖୋଇ-ମିରାଜ-ଜଗୁଆର ଫାଇଟର

Published By : Prameya-News7 Bureau | June 19, 2020 IST

ନୂଆଦିଲ୍ଲୀ ୧୯।୦୬: ଭାରତ-ଚୀନ ସୀମାରେ ପୂର୍ବ ଲଦାଖରେ ଉତ୍ତେଜନା ମଧ୍ୟରେ ଲେହ ଆକାଶରେ ଭାରତୀୟ ଲଢୁଆ ବିମାନ ଗର୍ଜି ଉଠୁଛି। ଆକାଶ ମାର୍ଗରେ ପଇଁତରା ମାରି ଲଢୁଆ ବିମାନ ଓ ହେଲିକପ୍ଟର ଶତ୍ରୁର ପ୍ରତିଟି ଗତିବିଧି ଉପରେ ନଜର ରଖୁଛି। ଡ୍ରାଗନକୁ ମୁହଁତୋଡ ଜବାବ ଦେବାକୁ ଭାରତୀୟ ବାୟୁସେନା ନିଜର ଲଢୁଆ ବିମାନକୁ ଅଗ୍ରୀମ ବେସ୍‌ରେ ମୁତୟନ କରିଛି। ଏହା ମଧ୍ୟରେ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିଆ ଲେହ ଓ ଶ୍ରୀନଗର ଏୟାରବେସ୍‌ ଗସ୍ତ କରିଛନ୍ତି।

{"id":288460,"sizeSlug":"large"}

ଏହା ମଧ୍ୟରେ ଭାରତ ସୁଖୋଇ 30MKI, ମିରାଜ ୨୦୦୦ ଓ ଜଗୁଆର ଫାଇଟର ଜେଟ୍‌ସକୁ ଆଗୁଆ ଘାଟିରେ ମୁତୟନ କରିଛି, ଯାହା ଫଳରେ କୌଣସି ବି ପରିସ୍ଥିତିରେ ତୁରନ୍ତ ଉଡାଣ ଭରି ପାରିବ। ଭାରତୀୟ ସେନାର ଯବାନଙ୍କ ସାହାଯ୍ୟ ଲାଗି ଆମେରିକନ ଆପାଚେ ଆଟାକ ହେଲିକପ୍ଟରକୁ ମଧ୍ୟ ମୁତୟନ କରିଛି। ଚିନୁକ ହେଲିକପ୍ଟରକୁ ବି ଲେହରେ ଷ୍ଟାଣ୍ଡବାଇ ମୋଡ୍‌ରେ ରଖାଯାଇଛି। Mi 17V5 ମିଡିୟନ ଲିଫ୍ଟ ହେଲିକପ୍ଟର ସେନା ଓ ଉପକରଣ ଯୋଗାଣରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

{"id":288461,"sizeSlug":"large"}

ନ୍ୟୁଜ୍ ଏଜେନ୍ସି ଏଏନଆଇ ଲେହ ଓ ଲଦାଖର କିଛି ସଦ୍ୟତମ ଫଟୋ ଜାରି କରିଛି, ଯେଉଁଥିରେ ହେଲିକପ୍ଟର ଓ ଲଢୁଆ ବିମାନ ଆକାଶରେ ଘୂରି ବୁଲୁଥିବା ଦେଖିବାକୁ ମିଳିଛି। ବାୟୁସେନା ମୁଖ୍ୟଙ୍କ ଗସ୍ତ ଏଥିପାଇଁ ମହତ୍ଵପୂର୍ଣ୍ଣ କାରଣ ଗଲଓ୍ଵାନ ଘାଟିରେ ଦୁଇ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ପରେ ଏଲଏସିରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

{"id":288462,"sizeSlug":"large"}

ସରକାରଙ୍କ ଜନୈକ ଅଧିକାରୀ କହିଛନ୍ତି, ବାୟୁସେନା ମୁଖ୍ୟ ଦୁଇ ଦିନିଆ ଲେହ ଗସ୍ତରେ ଥିଲେ। ସେ ଯୁଦ୍ଧଭଳି ପରିସ୍ଥିତିରେ ଶତ୍ରୁର ମୁକାବିଲା କେମିତି କରାଯିବ, ତାର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଜୁନ ୧୭ରେ ଭଦୌରିଆ ଲେହ ପହଞ୍ଚିଥିଲେ ଏବଂ ପୁଣି ୧୮ ତାରିଖରେ ଶ୍ରୀନଗର ଏୟାରବେସ୍ ଗସ୍ତ କରିଥିଲେ। ଏହି ଦୁଇ ବାୟୁସେନା ଘାଟି ପୂର୍ବ ଲଦାଖର ବହୁତ ନିକଟରେ ଅବସ୍ଥିତ। ପାହାଡି ଇଲାକାରେ କୌଣସି ବି ଏୟାରକ୍ରାଫ ଅପରେସନ ପାଇଁ ସବୁଠୁ ମହତ୍ଵପୂର୍ଣ୍ଣ ସ୍ଥାନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.