ଆତଙ୍କୀଙ୍କ ବିରୋଧରେ ଅପରେସନ ଜାରି ଥିବା କହିଲେ ବାୟୁସେନା ମୁଖ୍ୟ ବିଏସ ଧନୋଆ
4/03/2019 at 2:17 PM

ଦିଲ୍ଲୀ ୪/୩ : ଆତଙ୍କବାଦ ବିରୋଧରେ ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରିଥିବା ଭାରତୀୟ ବାୟୁସେନାର ପ୍ରଥମ ପଦକ୍ଷେପ | ଆଗକୁ ଆହୁରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ ବିଏସ ଧନୋଆ | ଏନେଇ ବିଏସ ଧନୋଆ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି | ପାକିସ୍ତାନ ବିରୋଧରେ ଅପରେସନ ଏବେ ମଧ୍ୟ ଜାରି ରହିଛି ବୋଲି କହିଛନ୍ତି ବିଏସ ଧନୋଆ |
ବାୟୁସେନା ପାଖରେ ଯେଉଁ ବିମାନ ଅଛି ସେ ତାର ବ୍ୟବହାର କରୁଛନ୍ତି ବୋଲି କହିଛନ୍ତି ବିଏସ ଧନୋଆ | ପାକିସ୍ତାନ ଦାବି କରୁଛି ଯେ, ସେ ଉଭୟ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା କରିବାକୁ ଚାହୁଁଛି ଏବଂ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି | କିନ୍ତୁ ଭାରତ ପାକିସ୍ତାନ କଥାରେ ଭାରତ ବିଶ୍ୱାସ କରୁନାହିଁ | ଭାରତ ପୁରା ସତର୍କ ଅଛି ବୋଲି କହିଛନ୍ତି ବିଏସ ଧନୋଆ |
ଵାଲାକୋଟରେ ଆତଙ୍କବାଦୀଙ୍କ ଶିବିର ଧ୍ବଂସ କରିବା ପରେ ମଧ୍ୟ ଭାରତ କହିଛି ଯେ, ଯଦି ଆତଙ୍କବାଦକୁ ଧ୍ବଂସ କରିବା ପାଇଁ ଆହୁରି ବଡ ପଦକ୍ଷେପ ନେବାକୁ ପଡିବ ତାହେଲେ ମଧ୍ୟ ଭାରତ ପ୍ରସ୍ତୁତ ଅଛି | ପାକିସ୍ତାନ ଅନ୍ୟ ଦେଶମାନଙ୍କୁ ଅପିଲ କରୁଛି ଯେ, ଭାରତ ପାକିସ୍ତାନ ବିରୋଧରେ କଣ ବଡ ପଦକ୍ଷେପ ନେଇପାରେ |
ସୂଚନାଯୋଗ୍ୟ ଯେ, ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନେବା ଏବେ ବାକି ଅଛି | କାରଣ ମାସୁଦ ଆଝାର ବଂଚିଛି | ତାର ମୃତ୍ୟୁ ଖବରକୁ ନେଇ ଏବେ ଯାଏଁ କିଛି ସ୍ପଷ୍ଟ ହୋଇନାହିଁ | ମାସୁଦ ଛଡା ମଧ୍ୟ ଜୈସର ଅନେକ କମାଣ୍ଡର ବଞ୍ଚିଛନ୍ତି | ଯେଉଁମାନେ ସଂଗଠନ ଚଳାଉଛନ୍ତି | ଏୟାର ଷ୍ଟ୍ରାଇକରେ ଵାଲାକୋଟ ଭଳି ବଡ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଧ୍ବଂସ ହୋଇଯାଇଛି | ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରେଲିରେ ଯୋଗ ଦେବା ପାଇଁ ଗୁଜରାଟ ଯାଇଛନ୍ତି | ସେ କହିଛନ୍ତି ଯେ, ଆତଙ୍କୀ ସଂଗଠନର ଧ୍ବଂସ ପୁରା ଦେଶ ଚାହୁଁଛି | ଆମକୁ ନିଜ ସେନା ଏବଂ ଯବାନଙ୍କ ଉପରେ ବିଶ୍ୱାସ ରଖିବା ଉଚିତ |