ବାୟୁସେନା ସ୍ଥାପନା ଦିବସରେ ଯୁଦ୍ଧ ବିମାନର ଶକ୍ତି ପ୍ରଦର୍ଶନ: IAF ମୁଖ୍ୟ କହିଲେ ସବୁ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ

Published By : Prameya-News7 Bureau | October 08, 2020 IST

ନୂଆଦିଲ୍ଲୀ ୦୮/୧୦ : ଭାରତୀୟ ବାୟୁସେନାର ୮୮ତମ ସ୍ଥାପନା ଦିବସ ଅବସରରେ ବାୟୁସେନା ମୁଖ୍ୟ ରାକେଶ କୁମାର ସିଂହ ଭଦୋରିୟା ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ବାୟୁସେନା ଯବାନ ସବୁ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି। ୮୮ତମ ସ୍ଥାପନା ଦିବସରେ ଅବସରରେ ଭାରତୀୟ ବାୟୁସେନା ମୁଖ୍ୟଙ୍କ ସମ୍ବୋଧନ ଓ ରାଷ୍ଟ୍ରଗାନ ପରେ ବାୟୁସେନା ବିମାନ କୌଶଳ ପ୍ରଦର୍ଶନ କରିଥିଲେ।

{"id":340447,"sizeSlug":"large"}

ବାୟୁସେନା ମୁଖ୍ୟ ନିକଟରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଭାରତ-ଚୀନ ଗତିରୋଧ ମଧ୍ୟରେ ବାୟୁସେନା ନିୟୋଜିତକୁ ନେଇ କହିଛନ୍ତି ଯେ, 'ଉତ୍ତର ସୀମାରେ ଗତିରୋଧରେ ତ୍ୱରିତ ପ୍ରତିକ୍ରିୟା ପାଇଁ ସମସ୍ତ ବାୟୁସେନା ଯବାନଙ୍କୁ ପ୍ରଶଂସା କରିବାକୁ ଚାହୁଁଛନ୍ତି।

{"id":340448,"sizeSlug":"large"}

ଯେତେବେଳେ କୌଣସି ଘଟଣାକୁ ସମ୍ଭାଳିବାକୁ କମ ସମୟରେ ନିଜର ଯୁଦ୍ଧ ବିମାନ ନିୟୋଜିତ କରିଥିଲୁ ଏବଂ ଭାରତୀୟ ସେନା ପାଇଁ ନିୟୋଜିତ ଓ ସବୁ ପ୍ରକାର ଆବଶ୍ୟକତା ପୂରଣ କରିବାକୁ ସାହାଯ୍ୟ କରିଥିଲୁ।' ସେ କହିଛନ୍ତି ଯେ, ଆମକୁ ଆମ ସେନା ଉପରେ ଗର୍ବ ଅଛି ଏବଂ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପିତ।

{"id":340442,"sizeSlug":"large"}

ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଯେତେବେଳେ ଆମେ ୮୯  ବର୍ଷରେ ପ୍ରବେଶ କରୁଛୁ ସେତେବେଳେ ଭାରତୀୟ ବାୟୁସେନା ପରିବର୍ତ୍ତନ ସମୟ ଦେଇ ଗତି କରୁଛୁ। ଆମେ ଏମିତି ଏକ ଯୁଗରେ ପ୍ରବେଶ କରୁଛୁ ଯେଉଁଠାରେ ଆମେ ଏୟାରସ୍ପେସ ପାୱାରକୁ ନିୟୋଜିତ କରିବୁ ଏବଂ ଏକାକୃତ ମଲ୍ଟି-ଡୋମେନ ଅପରେସନ କରିବୁ।'

{"id":340444,"sizeSlug":"large"}

ଭଦୋରିୟା କହିଛନ୍ତି ଯେ, ରାଷ୍ଟ୍ରକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ଭାରତୀୟ ବାୟୁସେନା ବିକଶିତ ହେବ ଏବଂ ଆମ ଦେଶର ସଂପ୍ରଭୃତ୍ୱ ଏବଂ ହିତର ରକ୍ଷା ପାଇଁ ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବ। ହିଣ୍ଡନ ଏୟାରବେଶରେ ୮୮ତମ ବାୟୁସେନା ଦିବସ ଅବସରରେ ଦୁଇ ଚିନୁକ ହେଲିକପ୍ଟର ଫ୍ଲାଇପାଷ୍ଟରେ ଭାଗ ନେଇଥିଲେ।

{"id":340450,"sizeSlug":"large"}

ବାୟୁସେନା ଦିବସ ଅବସରରେ ରାଫେଲ ବିମାନ ମଧ୍ୟ ଫ୍ଲାଇପାଷ୍ଟରେ ଭାଗ ନେଇଥିଲା। ୩ ସେନାର ପ୍ରତିବଦ୍ଧତା ତ୍ରିଶୂଳ ଫରମେସନରେ ଦେଖିବାକୁ ମିଳିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.