ବାୟୁସେନା ନେଲା ଦାୟିତ୍ୱ: ଅକ୍ସିଜେନ ଟ୍ୟାଙ୍କର ନେଇ ସିଙ୍ଗାପୁରରୁ ଭାରତକୁ ଆସିଲା ଆଇଏଏଫ ବିମାନ

Published By : Prameya-News7 Bureau | April 25, 2021 IST

ନୂଆଦିଲ୍ଲୀ ୨୫/୦୪ : ଭାରତୀୟ ବାୟୁସେନା କୋଭିଡ ସମୟରେ ନିଜର ପ୍ରୟାସ ଜାରି ରଖିଛି। ଦେଶରୁ ବିଦେଶ ଯାଏଁ ବାୟୁସେନା ଏୟାରକ୍ରାଫ୍ଟ ଅକ୍ସିଜେନ ଯୋଗାଣ ପାଇଁ ଉଡାଣ ଆରମ୍ଭ କରିଛି। ଶନିବାର ଦିନ ବିଳମ୍ବିତ ରାତି ୨ଟାରେ ବାୟୁସେନାର ସି-୧୭ ଗ୍ଲୋବମାଷ୍ଟର ବିମାନ ଉଚ୍ଚ କ୍ଷମତା ସମ୍ପନ୍ନ କ୍ରାୟୋଜେନିକ ଅକ୍ସିଜେନ ଟ୍ୟାଙ୍କର ନେବା ପାଇଁ ହିଣ୍ଡନ ଏୟାର ବେସ (ଗାଜିଆବାଦ) ରୁ ସିଙ୍ଗାପୁର ଚାଙ୍ଗି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ଗସ୍ତରେ ବାହାରିଥିଲା। ଏହି ବିମାନ ସକାଳ ୭ଟା ୪୫ ମିନିଟରେ ସିଙ୍ଗାପୁରରେ ପହଞ୍ଚିଥିଲା। ୪ଟି ଖାଲି କ୍ରାୟୋଜେନିକ ଅକ୍ସିଜେନ ଟ୍ୟାଙ୍କର ଲୋଡ଼ କରିବା ପରେ ବିମାନ ସିଙ୍ଗାପୁରରୁ ପଶ୍ଚିମବଙ୍ଗ ପାନାଗଡ ଏୟାରବେସରେ ସନ୍ଧ୍ୟା ସାଢେ ୪ଟା ସମୟରେ ପହଞ୍ଚିଥିଲା। ସେଠାରୁ ଏହି ଟ୍ୟାଙ୍କର୍ସକୁ ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ।

ଭାରତୀୟ ବାୟୁସେନାର ଆଉ ଏକ ସି-୧୭ ବିମାନ ହିଣ୍ଡନ ଏୟାରବେସରୁ ସକାଳ ୮ଟାରେ ପୁନେ ଏୟାରବେସ ପାଇଁ ବାହାରିଥିଲା ଓ ୨ଟି ଖାଲି କ୍ରାୟୋଜେନିକ ଅକ୍ସିଜେନ କଣ୍ଟେନର ନେଇ ଜାମନଗର ଏୟାରବେସରେ ପହଞ୍ଚିଥିଲା। ବାୟୁସେନାର ଏକ ଚିନୁକ ହେଲିକେପ୍ଟର ଓ ଏକ ଏନ-୩୨ ସୈନ୍ୟ ବିମାନ କୋଭିଡ ଟେଷ୍ଟିଙ୍ଗ ଉପକରଣ ଜାମ୍ମୁରୁ ଲେହ ଓ କାରଗିଲ ଯାଏଁ ପହଞ୍ଚିଥିଲା। ଉପକରଣରେ ବାୟୋ କ୍ୟାବିନେଟ, ସେଣ୍ଟ୍ରିଫ୍ୟୁଜ ଓ ଷ୍ଟାବିଲାଇଜର ସାମିଲ ଅଛି। ଏହି ମେସିନ ବୈଜ୍ଞାନିକ ଉଦ୍ୟୋଗିକ ଅନୁସନ୍ଧାନ ପରିଷଦ (ସିଏସଆଇଆର) ଦ୍ୱାରା ତିଆରି କରାଯାଇଛି। ଯାଞ୍ଚ କ୍ଷମତା ବଢାଇବାକୁ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ଦିଆଯାଇଛି।

{"id":443841,"width":656,"height":369,"sizeSlug":"large","linkDestination":"none"}

ଦେଶରେ କରୋନା ସଂକ୍ରମଣ ସହ ଲଢ଼ିବାକୁ ଓ ପରାଜିତ କରିବାକୁ ଅନେକ ବଡ ବଡ ପଦକ୍ଷେପ ନିଆଯାଉଛି। ଭାରତୀୟ ବାୟୁସେନା ମଧ୍ୟ ସମସ୍ତ ଆବଶ୍ୟକତା ପୁରା କରିବାକୁ ନିଜର ପ୍ରତିବଦ୍ଧତା ଜାରି ରଖିଛି। ଇତି ମଧ୍ୟରେ ଖବର ଆସିଛି ଯେ ପ୍ରାଇଭେଟ ଏୟାରଲାଇନ୍ସ, ସ୍ପାଇସଜେଟ ମଧ୍ୟ ୮୦୦ ଅକ୍ସିଜେନ ଟ୍ୟାଙ୍କର ହଙ୍ଗକଙ୍ଗରୁ ନେଇ କୋଲକାତାରେ ପହଞ୍ଚିଛି। ଏହି ଅକ୍ସିଜେନ ଟ୍ୟାଙ୍କର ଦେଶର ବିଭିନ୍ନ ସ୍ଥାନକୁ ପଠାଯିବ। ନୌସେନା ମଧ୍ୟ ଦେଶର ଦୂରଦୂରାନ୍ତ ଅଞ୍ଚଳକୁ ଅକ୍ସିଜେନ ଯୋଗାଇବାରେ ଗୁରୁତ୍ତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ଶୁକ୍ରବାର ଦିନ ନୌସେନାର ଦକ୍ଷିଣ କମାଣ୍ଡ କୋଚିରୁ ଏକ ଜାହାଜ, ଅକ୍ସିଜେନ ଏକ୍ସପ୍ରେସ ଲକ୍ଷାଦ୍ଵୀପ ଓ ମିନିକୋୟ ଦ୍ୱୀପକୁ ପଠାଇଥିଲା।

ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରୀ ଦେଶରେ କୋଭିଡ ସହ ଲଢ଼ିବାକୁ ସେନା ଓ ପରଐରାକ୍ଷା ପ୍ରତିଷ୍ଠାନଗୁଡିକ ସହ ଏକ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ସୂଚନା ଦିଆଯାଇଥିଲା ଯେ ଦିଲ୍ଲୀ ସ୍ଥିତ ଡିଆରଡିଓ କୋଭିଡ ହସ୍ପିଟାଲରେ ୨୫୦ ଅତିରିକ୍ତ ବେଡ଼ ସୁବିଧା ବଢ଼ାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.