ବାଲକୋଟ ଏୟାର ଷ୍ଟ୍ରାଇକ୍ ସତ : ସାଟେଲାଇଟରୁ ଉଠାଯାଇଥିବା ଫଟୋରୁ ସ୍ପଷ୍ଟ

Published By : Prameya-News7 Bureau | March 05, 2019 IST

ଦିଲ୍ଲୀ ୫/୩ : ବାଲକୋଟ ଏୟାର ଷ୍ଟ୍ରାଇକ୍ ସତ । ଭାରତୀୟ ବାୟୁସେନା ଏଲଓସି ପାର ହୋଇ ପିଓକେ ବୋମା ବିସ୍ଫୋରଣ କରିଥିଲା । ବାଲକୋଟରେ ବାୟୁସେନାର ଯୁଦ୍ଧ ବିମାନ ମିରାଜ-୨୦୦୦, ଇସ୍ରାଇଲ ନିର୍ମିତ ସ୍ପାଇସ-୨୦୦୦ ବୋମା କ୍ଷେପଣ କରିଥିଲେ । ଏହାର ଓଜନ ଏକ ହଜାର କିଲୋଗ୍ରାମ ଥିଲା । ଏଥିରେ ଆତଙ୍କବାଦୀ ଶିବିରର ମୁଖ୍ୟ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସାଟାଲାଇଟରୁ ଉଠାଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ କ୍ୟାମେରାରୁ ସ୍ପଷ୍ଟ ହୋଇଛି । ବାଲକୋଟ ଆକ୍ରମଣକୁ ନେଇ ରାଜନୀତି ବୟାନବାଜି ଚାଲିଥିବା ବେଳେ ଏକ ଆନ୍ତର୍ଜାତୀୟ ସଂସ୍ଥାର ସାଟେଲାଇଟ ଫଟୋ ଆତଙ୍କବାଦ ଶିବିର ଧ୍ବଂସ ହୋଇଥିବା ପ୍ରମାଣ ମିଳିଛି ।

{"id":90728,"width":553,"height":603}

ଅନ୍ୟ ପଟେ ଭାରତୀୟ ଗୁଇନ୍ଦା ଏଜେନ୍ସି NTROର ଟେକିନିକ୍ ସର୍ଭିଲାନ୍ସରେ ଏକ ବଡ଼ ଖୁଲାସା ହୋଇଛି। ସର୍ଭିଲାନ୍ସ ମୁତାବକ, ଆତଙ୍କୀ ଶିବିରରେ ୩୦୦ ମୋବାଇଲ ଫୋନ ଆକ୍ଟିଭ ଥିବାର ସୂଚନା ସାମ୍ନାକୁ ଆସିଛି । ଫେବ୍ରୁଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଏହା ପରେ ୨୬ ତାରିଖରେ ଭୋର ସାଢେ ୩ଟାରେ ଭାରତୀୟ ବାୟୁସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.