‘ଏୟାର ବସ୍’ ଓ IAF ମଧ୍ୟରେ ୨୨ ହଜାର କୋଟିର ରାଜିନାମା ସ୍ୱାକ୍ଷରିତ, TATA ନିର୍ମାଣ କରିବେ C-295 ବିମାନ, ଜାଣନ୍ତୁ କ’ଣ କହିଲେ ରତନ ଟାଟା

Published By : Prameya-News7 Bureau | September 24, 2021 IST

ନୂଆଦିଲ୍ଲୀ ୨୪।୯:  ପରିବହନ ବିମାନ କିଣା ଲାଗି କାରବାରକୁ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରାଳୟ ଶୁକ୍ରବାର ଚୂଡ଼ାନ୍ତ ରୂପ ଦେଇଛନ୍ତି। ଭାରତୀୟ ବାୟୁସେନା ନିମନ୍ତେ ୫୬ଟି ସି-୨୯୫ ବିମାନ କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ଏୟାରବସ୍ ଡିଫେନ୍ସ ସ୍ପେସ୍ ସ୍ପେନ୍‌ ସହ ରାଜିନାମା ସ୍ୱାକ୍ଷର କରିଛନ୍ତି। ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତି ରତନ ଟାଟା ଏକ ଟ୍ୱିଟ୍‌ ବାର୍ତ୍ତାରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ନିଷ୍ପତ୍ତିକୁ ‘ଦୃଢ ପଦକ୍ଷେପ’ ବୋଲି ଉଲ୍ଲେଖ କରିଛନ୍ତି।

wp:embed {"url":"https://twitter.com/RNTata2000/status/1441293117123039240","type":"rich","providerNameSlug":"twitter","responsive":true}
https://twitter.com/RNTata2000/status/1441293117123039240
/wp:embed

ଏହି ରାଜିନାମା ଅନୁସାରେ ଭାରତୀୟ ବାୟୁସେନାକୁ ଏୟାରବସ୍ ୫୬ଟି ସି-୨୯୫ ମଧ୍ୟମ ପରିବହନ ବିମାନ ଯୋଗାଇଦେବେ। କାରବାରକୁ ୧୫ ଦିନ ପୂର୍ବରୁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟିଙ୍କ ମଞ୍ଜୁରୀ ମିଳିସାରିଥିଲା। ସର୍ତ୍ତ ଅନୁସାରେ ରାଜିନାମା ସ୍ୱାକ୍ଷରର ୪୮ ମାସ ମଧ୍ୟରେ ସ୍ପେନର ଏୟାରବସ୍ ଡିଫେନ୍ସ ଏଣ୍ଡ ସ୍ପେସ୍‌ ଉଡିବା ଯୋଗ୍ୟ ୧୬ଟି ବିମାନ ଯୋଗାଇଦେବେ। ଏୟାରବସ୍‌ଙ୍କ ଏହି ବିମାନଗୁଡିକ ଭାରତୀୟ ବାୟୁସେନାରେ କାର୍ଯ୍ୟ କରୁଥିବା ଏଭ୍ରୋ-୭୪୮ ବିମାନର ସ୍ଥାନ ନେବେ।

{"id":516941,"width":840,"height":473,"sizeSlug":"full","linkDestination":"none"}

ଏୟାରବସ୍ ଡିଫେନ୍ସ ଏଣ୍ଡ ସ୍ପେସ୍ ସହ ଟାଟା ଆଡଭାନ୍ସଡ ସିଷ୍ଟମସ୍ ଲିମିଟେଡ ଏହି ପ୍ରକଳ୍ପରେ ମିଳିତ କାର୍ଯ୍ୟ କରିବେ। ମେକ୍-ଇନ-ଇଣ୍ଡିଆ ଅନୁସାରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଏହି ପ୍ରତିରକ୍ଷା ଡିଲ ଅନୁସାରେ ଏୟାରବସ୍‌ ଡିଫେନ୍ସ ଏଣ୍ଡ ସ୍ପେସ୍‌ ୧୬ଟି ନୂଆ ବିମାନ ଦେବେ। ପ୍ରକଳ୍ପର ବାକି ବିମାନ ଭାରତରେ ଟାଟା ଆସେମ୍ବଲ କରିବେ।

{"id":516942,"sizeSlug":"full","linkDestination":"none"}

ମେକ୍‌ ଇନ୍‌ ଇଣ୍ଡିଆ ପ୍ରକଳ୍ପରେ ଟାଟା ସମୂହ ଭାରତରେ ସି-୨୯୫ ବିମାନର ନିର୍ମାଣ କରିବେ। ସୈନ୍ୟ ପରିବହନରେ ଉପଯୋଗ ହେବାକୁ ଥିବା ଏହି ବିମାନଗୁଡିକ ଲାଗି କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ରାଜିନାମା ଅନୁସାରେ ଏୟାରଫୋର୍ସକୁ ୫୬ଟି ସି-୨୯୫ ବିମାନ ମିଳିବ। ଭାରତୀୟ ବାୟୁସେନା ବିମାନ ସ୍କ୍ୱାଡ୍ରନରେ ଥିବା ଏଭ୍ରୋ-୭୪୮ ମାଲବାହୀ ବିମାନ ୧୯୬୧ ମସିହାରେ ସାମିଲ ହୋଇଥିଲା। ଅର୍ଥାତ ପ୍ରାୟ ୬୦ ବର୍ଷ ପରେ ଭାରତ ସରକାର ଏହାର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ତେବେ ଭାରତରେ ଟାଟା ତିଆରିବାକୁ ଯାଉଥିବା ସି-୨୯୫ ପରିବହନ ବିମାନଗୁଡିକ  ବହୁଆୟାମୀ ହେବେ। ଏଗୁଡିକରେ ସର୍ବାଧିକ ୨.୯୫ ଟନ ପେ ଲୋଡ ନେଇପାରିବେ। ତେବେ ଏହି ବିମାନଗୁଡିକରେ ସବୁଠୁ ଯାହା ବଡ଼ କଥା ତାହା ହେଉଛି ଛୋଟ ରନୱେ ଥିବା ବିମାନବନ୍ଦରରୁ ମଧ୍ୟ ସଞ୍ଚାଳିତ ହୋଇପାରିବେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.