ଉତ୍ତର ପ୍ରଦେଶରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ
5/10/2018 at 11:55 AM

ଉତ୍ତର ପ୍ରଦେଶ ୫/୧୦ : ଉତ୍ତର ପ୍ରଦେଶର ବଗପତ ନିକଟରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି | ବିମାନରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଅଛନ୍ତି | ଅବତାରଣା ବେଳେ ଭାରସାମ୍ୟ ହରାଇ ବିମାନଟି ଖସି ପଡିଥିଲା | ଗାଜିଆବାଦର ଇଣ୍ଡିଆନ ଏୟାର ବେସରୁ ଏହି ବିମାନଟି ଉଡାଣ ଆରମ୍ଭ କରିଥିଲା | ଦୁର୍ଘଟଣା ପରେ ବାୟୁସେନା ପକ୍ଷରୁ ଘଟଣାର ଯାଞ୍ଚ ନିର୍ଦେଶ ଦିଆଯାଇଛି |