ପାକିସ୍ତାନ ଯିବାର ଥିଲେ ୧୯୪୭ରେ ଚାଲି ଯାଉଥାନ୍ତୁ, ୩୭୦ ପୁନଃ ଲାଗୁ ନହେବା ଯାଏ ମୁଁ ମରିବି ନାହିଁ: ଫାରୁକ ଅବଦୁଲ୍ଲା

Published By : Prameya-News7 Bureau | November 06, 2020 IST

ଜାମ୍ମୁ ୦୬।୧୧: ଜମ୍ମୁ-କାଶ୍ମୀରରେ ଗୁପକାର ମେଣ୍ଟର ବୈଠକକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଛି। ମୁଫତିଙ୍କ ଜାମ୍ମୁ-କାଶ୍ମୀର ପହଞ୍ଚିବା ପରେ ଏବେ ନ୍ୟାସନାଲ କନଫରେନ୍ସର ନେତା ଫାରୁକ ଅବଦୁଲ୍ଲା ଓ ଉମର ଅବଦୁଲ୍ଲା ପହଞ୍ଚିଛନ୍ତି। ଏହି ସମୟରେ ଦୁଇ ନେତା କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ଫାରୁକ କହିଛନ୍ତି ଆମକୁ ପାକିସ୍ତାନୀ କୁହାଯାଉଛି। କିନ୍ତୁ ଆମେ ଚାହିଁଥିଲେ ୧୯୪୭ ମସିହାରେ ପାକିସ୍ତାନ ଚାଲି ଯାଇଥାନ୍ତୁ। ଆମେ ମହାତ୍ମା ଗାନ୍ଧୀଙ୍କ ଭାରତ ସହ ନିଜକୁ ଯୋଡିଛୁ ଏବଂ ବିଜେପିର ଭାରତ ସହ ନୁହେଁ।

ସେ କହିଛନ୍ତି ଯଦି ମୋତେ ମାରିବାକୁ ଚାହୁଁଛ ତେବେ ମାରି ଦିଅ। ବଞ୍ଚିବା ଏବଂ ମରିବା ଉପର ବାଲାଙ୍କ ହାତାରେ। ମୋ ବୟସ ୮୦ରୁ ଅଧିକ  ହେଲେ ମଧ୍ୟ ମୁଁ ଏବେ ବି ଦୃଢ ଅଛି ଏବଂ ଜାମ୍ମୁ-କାଶ୍ମୀର ଲୋକଙ୍କୁ ସେମାନଙ୍କର ଅଧିକାର ନଦେବା ପର୍ଯ୍ୟନ୍ତ ମରିବି ନାହିଁ। ମୁଁ ବିଜେପିକୁ ଭୟ କରେ ନାହିଁ। ବିଜେପି ନିଜର ବାହାଦୂରୀ ସୀମାରେ ଯାଇ ଦେଖାଉ।

wp:html /wp:html

ଫାରୁକ କହିଛନ୍ତି ବିଜେପି କାଶ୍ମୀର ପଣ୍ଡିତଙ୍କୁ ଭୋଟ୍ ପାଇଁ ବ୍ୟବହାର କରିଛି। ଟ୍ରମ୍ପଙ୍କ ପରି ବିଜେପିର ସରକାର ମଧ୍ୟ ଚାଲିଯିବ। ବିଜେପି ଜନତାଙ୍କୁ ଆଉ କେତେ ମିଛ କହିବ। ଆମ ଲଢେଇ ଏକ ବିଚାରଧାରା ବିରୋଧରେ ବୋଲି ଫାରୁକ ଅବଦୁଲ୍ଲା କହିଛନ୍ତି।

ଜାମ୍ମୁ କାଶ୍ମୀରରେ ବଦଳୁଥିବା ନିୟମକୁ ନେଇ ଉମର ଅବଦୁଲ୍ଲା ବିଜେପିକୁ ଟାର୍ଗେଟ୍ କରି କହିଛନ୍ତି ଯେ, ପାର୍ଟିର ୪୪ ପ୍ଲସ୍ ମିଶନ ପୂରା ନହେବାର ପ୍ରତିଶୋଧ ବିଜେପି କାଶ୍ମୀରବାସୀଙ୍କଠୁ ନେଉଛି। ସେ କହିଛନ୍ତି ଗତ ଗୋଟିଏ ବର୍ଷରେ ସରକାର କଣ କରିଛନ୍ତି ? ମୁଁ ରାଜ୍ୟପାଳଙ୍କୁ ପଚାରିବାକୁ ଚାହୁଁଛି ରାଜ୍ୟରେ କେତେ ଫ୍ୟାକ୍ଟ୍ରି ପ୍ରତିଷ୍ଠା ହୋଇଛି। ୨୦୧୯ ଅଗଷ୍ଟ ୫ରେ ନିଆଯାଇଥିବା ନିଷ୍ପତ୍ତି ଏ ପର୍ଯ୍ୟନ୍ତର ସବୁଠୁ ବେକାର ନିଷ୍ପତ୍ତି ବୋଲି ଉମର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.