ସମଲିଙ୍ଗୀ ସମ୍ପର୍କ ପ୍ରସଂଗ : ”ମୋତେ ମୋ ହିସାବରେ ଜିଇଁବାକୁ ଦିଅ” କହିଲେ ଦୌଡରାଣୀ ଦୁତି

Published By : Prameya-News7 Bureau | May 21, 2019 IST

ଭୁବନେଶ୍ବର ୨୧|୫: ଦେଶର ଏକନମ୍ବର ଦୌଡ ରାଣୀ ଦୁତୀ ଚାନ୍ଦଙ୍କ ସମିଲଙ୍ଗୀ ସଂପକର୍କୁ ନେଇ ଥମୁନି ଚର୍ଚ୍ଚା । ତେବେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦୁତୀ ଚାନ୍ଦ । ସମଲିଙ୍ଗୀ ସଂପର୍କ ନେଇ ନିଜେ ଦୂତୀ ଗମମାଧ୍ୟମରେ ସ୍ବିକାର କରିବା ସହ, ତାଙ୍କ ବିରୋଧରେ ଏକ ବଡ ସଡଯନ୍ତ୍ର ହୋଇଛିବା ସେ ସ୍ବିକାର କରିଛନ୍ତି …..

{"id":114592,"width":580,"height":290}

”ମୋତେ ମୋ ହିସାବରେ ଜିଇଁବାକୁ ଦିଅ” । ମୋର ବ୍ୟକ୍ତିଗତ ମାମଲାରେ ହସ୍ତକ୍ଷେପ କରନି । ନିଜର ଜଣେ ବାନ୍ଧବୀଙ୍କୁ ବାହା ହେବା ଚର୍ଚ୍ଚାକୁ ଖୁଲମଖୁଲା ସ୍ବିକାର କରିଛନ୍ତି ଦୂତି । ଏନେଇ ଦୂତୀ କହିଛନ୍ତି ସେ କିଛି ଭୁଲ୍ କରିନାହାଁନ୍ତି । ମୋ ବିରୋଧରେ ହୋଇଛି ସାଂଘାତିତ ସଡଯନ୍ତ୍ର । ପୂର୍ବରୁ ମଧ୍ୟ ମୋ ଖେଳ କ୍ୟାରିଅରକୁ ସମାପ୍ତି କରିବାସହ ମୋତେ ପୁଅ ଭାବେ ପ୍ରମାଣ କରିବାକୁ ବଡ ମସୁଧା ହୋଇଥିଲେ । ଆଉ ମୋତେ ଠିକ୍‌ ପ୍ରମାଣ କରିବାକୁ ଓ ନ୍ୟାୟ ପାଇବାକୁ ୨ବର୍ଷର ନ୍ୟାୟିକ ସଂଘର୍ଷ ପରେ ମୋତେ ନ୍ୟାୟ ମଳିଲା । ନିଜର ସମଲୀଙ୍ଗୀ ସଂପର୍କକୁ ପୂର୍ବରୁ ସ୍ବିକାର କରିଥିବା ଦ୍ବିତି ଆଜି ମଧ୍ୟ ଗଣମାଧ୍ୟମ ସାମନାରେ ସେହି କଥା ହିଁ  ଦୋହରାଇଛନ୍ତି ।

{"id":114593,"align":"center","width":580,"height":325}

ଦୂତୀଙ୍କ ଏଭଳି କଠୋର ନିଷ୍ପତ୍ତିକୁ ତାଙ୍କ ପରିବାର ମା ଓ ବଡ ଭଉଣୀ ଘୋର ବିରୋଧ କରି ଆସୁଛନ୍ତି । ସମଲିଙ୍ଗୀ ବିବାହ କରିବାକୁ ଦୂତି ନେଇଥିବା ନିଷ୍ପତ୍ତି ଆମ ମୁ୍ଣ୍ଡ ତଳକୁ କରିଛି ବୋଲି ତାଙ୍କ ମା କହିଛନ୍ତି । ଦୂତୀଙ୍କୁ ଫସଯାଇ ଟଙ୍କା ହଡପ କରିବା ପାଇଁ  ଷଡଯନ୍ତ୍ର କରାଯାଇଥିବା ଦୂତୀଙ୍କ ବାପା ମା ପୂର୍ବରୁ ଅଭିଯୋଗ କରିଛନ୍ତି । ଯାହାକୁ ବିରୋଧ କରି  ଗତ କିଛି ମାସ ହେଲା ଦୂତୀ ତାଙ୍କ ମା କିମ୍ବା ପରିବାର ସହ କଥା ହେଉନାହାନ୍ତି ଏବଂ ପରିବାର ଠାରୁ ଦୂରେଇ ଯାଇଥିବା ତାଙ୍କ ମା ଅଭିଯୋଗ କରିଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.