Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ରାଜ୍ୟସଭା ଅଫର ମିଳିବା ନେଇ କହିଲେ ସିଜେଆଇ ଗୋଗୋଇ- ଶପଥ ନେବା ପରେ କହିବି କଣ ପାଇଁ ସ୍ଵୀକାର କଲି ସାଂସଦ ପଦ

17/03/2020 at 6:55 PM

ନୂଆଦିଲ୍ଲୀ ୧୭।୦୩: ରାଜ୍ୟସଭା ପାଇଁ ମନୋନୀତ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶପଥ ନେବା ପରେ ଏହି ଅଫର ନେଇ ସେ ନିଜର ମତାମତ ଦେବେ। ଗୌହାଟୀରେ ମଙ୍ଗଳବାର ସେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ କହିଛନ୍ତି ଯେ, ମୁଁ ସମ୍ଭବତଃ ଆସନ୍ତକାଲି ଦିଲ୍ଲୀ ଯିବି। ମୋତେ ପ୍ରଥମେ ଶପଥ ନେବାକୁ ଦିଅନ୍ତୁ, ଏହା ପରେ ମୁଁ ଗଣମାଧ୍ୟମକୁ ବିସ୍ତାର ସହ କହିବି ଯେ, ମୁଁ କଣ ପାଇଁ ଏହି ଅଫରକୁ ସ୍ଵୀକାର କଲି।

ଜଷ୍ଟିସ ଗୋଗୋଇ ଦେଶର ୪୬ତମ ପ୍ରଧାନ ବିଚାରପତି। ସେ ୧୩ ମାସ ଏହି ପଦରେ ରହିବା ପରେ ୨୦୧୯ ନଭେମ୍ବରରେ ଅବସର ନେଇଥିଲେ। ଜଷ୍ଟିସ ଗୋଗୋଇ ହେଉଛନ୍ତି ସେହି ବିଚାରପତି ଯିଏ ଦେଶର ସବୁଠୁ ବହୁ ପ୍ରତୀକ୍ଷତି ଓ ସମ୍ବେଦନଶୀଳ ମାମଲା ଅଯୋଧ୍ୟା ରାମ ଜନ୍ମଭୂମି-ବାବ୍ରି ମସଜିଦ ଉପରେ ରାୟ ଦେଇଥିଲେ।

କେବଳ ଏତିକି ନୁହଁ, ସେ ସର୍ବୋଚ୍ଚ ଅଦାଲତର ସେହି ଚାରି ଜଜଙ୍କ ମଧ୍ୟରୁ ଜଣେ, ଯିଏ ଦେଶର ଇତିହାସରେ ପ୍ରଥମ ଥର ୨୦୧୮ ଜାନୁଆରୀରେ ସୁପ୍ରିମକୋର୍ଟର ଅନିୟମିତତାକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଜଷ୍ଟିସ ଗୋଗୋଇ ସେହି ପୀଠର ଅଂଶ ଥିଲେ, ଯେଉଁ ପୀଠ ରାଫେଲ ଜେଟ୍ ବିମାନ କ୍ରୟ ସମ୍ବନ୍ଧିତ ମାମଲାରେ କେନ୍ଦ୍ର ସରକାରଙ୍କୁ କ୍ଲିନ ଚିଟ୍ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜଷ୍ଟିସ ଗୋଗୋଇଙ୍କୁ ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର କାର୍ଯ୍ୟକାଳରେ ରାଜ୍ୟସଭାର ଅଫର ମିଳିବା ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ଏହାକୁ ପ୍ରସଙ୍ଗ କରି ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି।

   Related Posts