Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବିଚ୍ ରାସ୍ତାରେ ମହିଳା କଲେ ହାଇଡ୍ରାମା: ମାସ୍କ ପିନ୍ଧିବନି କି ଫାଇନ ବି ଦେବିନି, ସମସ୍ତଙ୍କ ସାମ୍ନାରେ ସ୍ୱାମୀଙ୍କୁ କିସ୍ କରିବି

19/04/2021 at 12:05 PM

ନୂଆଦିଲ୍ଲୀ ୧୯/୪: ବିଚ୍ ରାସ୍ତାରେ ମହିଳାଙ୍କ ଦବଙ୍ଗଗିରି । ମୁଁ ମାସ୍କ ପିନ୍ଧିବନି କି ଚାଲାଣ ବି କାଟିବନି । ମୋର କଣ କିଏ କରିବ କର । ପୋଲିସ ସହ ଏଭଳି ଅବାସ୍ତବ ଯୁକ୍ତି ବାଢୁଛନ୍ତି ମହିଳା ଜଣଙ୍କ । କେବଳ ସେତିକି ନୁହେଁ ରୋବାବ୍ ଦେଖାଇ କହୁଛନ୍ତି ସମସ୍ତଙ୍କ ଆଗରେ ମୁଁ ମୋ ସ୍ୱାମୀଙ୍କୁ ବି କିସ୍ କରିବି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓଟି ହେଉଛି ଦିଲ୍ଲୀର । ଦିଲ୍ଲୀ ଦରିଆଗଞ୍ଜରେ ଯେଉଁଠି କର୍ଫ୍ୟୁ ଜାରି କରାଯାଇଛି । ସେଠି ମହିଳା ଓ ତାଙ୍କ ସ୍ୱାମୀ ବିନା ମାସ୍କରେ ଗାଡିରେ ବୁଲୁଥିଲେ । ଚେକିଂ ଚାଲୁଥିବାରୁ ପୋଲିସ ଏମାନଙ୍କ ଗାଡିଟିକୁ ଅଟକାଇଥିଲେ । ବାସ୍ ଏତିକିରେ ହାଇପର ହୋଇଯାଇଥିଲେ ମହିଳା ଜଣଙ୍କ ।

ବିଚ୍ ରାସ୍ତାରେ ଆରମ୍ଭ କରିଦେଇଥିଲେ ହଙ୍ଗାମା । କହିଥିଲେ ମୁଁ ମାସ୍କ ପିନ୍ଧିବିନି, କି ଫାଇନ୍ ବି ଦେବିନି । ପୋଲିସ ବାବୁମାନେ ଯେତେ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା ମାନିନଥିଲେ ମହିଳା ଜଣଙ୍କ । ଆଉ ପୋଲିସ ପ୍ରତି ମହିଳାଙ୍କ ଏପରି ବ୍ୟବହାରକୁ ବି ସ୍ୱାମୀ ବିରୋଧ କରିନଥିଲେ । ଯାହାକୁ ଦେଖି ସେଠାରେ ଦେଖମଣାହାରୀ ତାଜୁବ ହୋଇଯାଇଥିଲେ । କିଛି ସମୟ ପାଇଁ ସେଠାରେ ଟ୍ରାପିକ୍ ଜାମ୍ ବି ହୋଇଯାଇଥିଲା । କିଛି ସମୟ ପରେ ମହିଳା ପୋଲିସ ଆସି ଉକ୍ତ ମହିଳାଙ୍କୁ ଗିରଫ କରିବା ସହ ସ୍ୱାମୀଙ୍କୁ ମଧ୍ୟ ଗିରଫ କରାଯାଇଛି ।  ସୂଚନା ଥାଉ କି ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଘୋଷଣା କରିଥିଲେ ଯେ ଗାଡିରେ ୨ ଜଣ ଯିବା ମନା । ହେଲେ ଅମାନିଆଙ୍କୁ ବୁଝାଇବ କିଏ ?   

   Related Posts