Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଏ ଜନ୍ମରେ ଆଉ ବର୍ଷାଙ୍କ ସହ ରହିବିନି, ଅର୍ଥ ଖର୍ଚ୍ଚ କରାଯାଇ ମୋତେ ବଦନାମ କରାଯାଉଛି

11/09/2020 at 4:55 PM

ଭୁବନେଶ୍ଵର ୧୧।୦୯:  ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବୈବାହିକ ଜୀବନ ମାମଲା ସଂପ୍ରତି ଅଦାଲତରେ ବିଚାରଧୀନ ରହିଛି। ରାଜ୍ୟରେ ଅନୁଭବ ଓ ବର୍ଷାଙ୍କ ହାଇପ୍ରୋଫାଇଲ ଯୋଡିଙ୍କ ବୈବାହିକ ଜୀବନ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ମଧ୍ୟ ଖୋରାକ ଯୋଗାଇଛି। ଏହା ମଧ୍ୟରେ ଅନୁଭବ ମହାନ୍ତି ଟ୍ଵିଟ୍‌ କରି ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଏ ଜନ୍ମରେ ବର୍ଷାଙ୍କ ସହ ଆଉ ରହବିନି। ଅର୍ଥ ଖର୍ଚ୍ଚ କରି ମୋତେ ବଦନାମ କରାଯାଉଛି।

ଅନୁଭବଙ୍କ ଘରକୁ ମାନବାଧିକାର କର୍ମୀ ସଦସ୍ୟ ଯିବା ପ୍ରସଙ୍ଗରେ ଅନୁଭବ ଟ୍ଵିଟ୍ କରି କହିଛନ୍ତି ବର୍ଷାଙ୍କ ସହ ଏ ଜନ୍ମରେ ମୋର ଆଉ ରହିବାର ନାହିଁ। ବର୍ଷାକୁ ମୁଁ କିମ୍ବା ମୋ ପରିବାର ଆଦୌ ଗ୍ରହଣ କରିବୁ ନାହିଁ। ମୋତେ ଓ ମୋ ପରିବାରକୁ ମାରି ଦେବାକୁ ଚାହୁଁଥିବା ଝିଅକୁ ଗ୍ରହଣ କରିବୁନି। ବର୍ଷା ମାନବାଧିକାର କର୍ମୀ ଗୀତାଶ୍ରୀଙ୍କ ସଂପର୍କରେ ଅଛନ୍ତି। ଗ୍ରୀତାଶ୍ରୀ ବର୍ଷାଙ୍କ ସଂପର୍କୀୟ ଅଟନ୍ତି। ମାନବାଧିକାର କର୍ମୀ ମୋ ପରିବାରକୁ ଠକିଛନ୍ତି। ମିଡିଆକୁ ଆମ ପାରିବାରିକ ସଂପର୍କରେ କିଛି କହିବେ ନାହିଁ ବୋଲି ବର୍ଷା କହିଥିଲେ। ହେଲେ ସେ ବାହାରେ ମାନବାଧିକାର କର୍ମୀ ଏବଂ ମିଡିଆକୁ କହିଛନ୍ତି। ଏପରିକି ଅର୍ଥ ଖର୍ଚ୍ଚ କରି ମୋତେ ବଦନାମ କରାଯାଉଛି। ତେଣୁ ଏସବୁକୁ ଆଉ ବରଦାସ୍ତ କରି ହେବନି। ଏ ଜନ୍ମରେ ଆଉ ବର୍ଷାଙ୍କ ସହ ରହିବାର ନାହିଁ ବୋଲି ଅନୁଭବ ଶୁକ୍ରବାର ଟ୍ଵିଟ୍ କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ ଅନୁଭବ ଓ ଅନୁଭବଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ବାରା ଦାୟର କଟକ  ଏସ ଡି ଜେ ଏମ୍ କୋର୍ଟରେ ବିଚାରଧୀନ ରହିଛି। ଏହା ପୂର୍ବରୁ ୭ ତାରିଖରେ ସାଂସଦ ତଥା ଅଭିନେତା ଅନୁଭବ କହିଥିଲେ ଯେ  ବର୍ଷା ତାଙ୍କ ଘରେ ଅଛନ୍ତି। ଅନୁଭବ କହିଥିଲେ ଯେ ସେ ବର୍ଷାଙ୍କୁ ସମ୍ମାନ କରନ୍ତି। ସାଂସଦ ଅନୁଭବ ନିଜ କଥା କହିବା ବେଳେ ସେପଟେ ପୋଲିସର ଆଶ୍ରୟ ନେଇଥିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ତାଙ୍କ ଘରେ କେହି ପଶି ଭିଡିଓ ସୁଟିଂ କରୁଥିବାରୁ ସେ ପୋଲିସଠୁ ସୁରକ୍ଷା ମାଗିଥିଲେ।

ବର୍ଷା ପ୍ରିୟଦର୍ଶିନୀ  ଅନୁଭବଙ୍କ ବିରୋଧରେ ଯେଉଁ ଘରୋଇ ହିଂସାର ଅଭିଯୋଗ ଆଣିଛନ୍ତି ଏହାର ପ୍ରାରମ୍ଭିକ ଶୁଣାଣି କଟକ ଏସଡିଜେଏମ କୋର୍ଟରେ ହୋଇଥିଲା। ବର୍ଷାଙ୍କ ବୟାନ ରେକର୍ଡ କରି ରିପୋର୍ଟ ପ୍ରଦାନ କରିବା ଲାଗି କଟକ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କୁ ଆଜି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ମାସ ୧୨ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣୀ ହେବ। ଏଥିସହିତ କଟକ ଫ୍ୟାମିଲି କୋର୍ଟରେ ବର୍ଷା ଯେଉଁ  ମାମଲା ଦାଏର କରିଥିଲେ, ଏହାର ମଧ୍ୟ ଆଜି ଶୁଣାଣୀ ହେବାର ଥିଲା। ଦାଏର ପିଟିସନରେ ସମ୍ଭବତଃ କିଛି ତ୍ରୁଟି ରହିଯାଇଥିବା କୋର୍ଟ ଅନୁଭବ କରିଥିଲେ। ତେଣୁ ତ୍ରୁଟି ସଂଶୋଧନ କରି ପୁନଃ ଆବେଦନ କରିବା ଲାଗି ଆସନ୍ତା ମାସ ୧୪ ତାରିଖ  ପର୍ଯ୍ୟନ୍ତ ବର୍ଷାଙ୍କୁ ମହଲତ ଦେଇଛନ୍ତି ଫାମିଲି କୋର୍ଟ କଟକ।

ତେଣେ ବର୍ଷାଙ୍କୁ ଛାଡପତ୍ର ଦେବା ଲାଗି ସାସଂଦ ଅନୁଭବ ଦିଲ୍ଲୀ ପାଟିଆଲା ହାଉସକୋର୍ଟରେ ଆବେଦନ କରିଛନ୍ତି। ଯାହାର ଗ୍ରହଣୀୟତାକୁ ଚ୍ୟାଲେଞ୍ଜ କରିବାଲାଗି ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ବର୍ଷାଙ୍କ ଓକିଲ।

   Related Posts