ନୂଆଦିଲ୍ଲୀ, ୧୭|୦୩: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ କୋର୍ଟରେ ପୁଣିଥରେ ଏକ ଆବେଦନ କରିଛି। ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ ଦର୍ଶାଇଛି। ତେଣୁ ଫାଶୀଦଣ୍ଡ ରବ୍ଦ କରିବାକୁ ସେ ଆବେଦନରେ କହିଛି। ମୁକେଶ ତରଫରୁ ବରିଷ୍ଠ ଓକିଲ ଏମଏଲ ଶର୍ମା ପଟିଆଲା ହାଉସ କୋର୍ଟରେ ଏହି ଆବେଦନ ଦାଖଲ କରିଛନ୍ତି।
{"id":239586,"width":756,"height":425,"sizeSlug":"large"}ମୁକେଶ ନିଜ ଆବେଦନରେ କହିଛି ଯେ, ଡିସେମ୍ବର ୧୭, ୨୦୧୨ ରାତିରେ ତାକୁ ଦିଲ୍ଲୀ ପୋଲିସ ରାଜସ୍ଥାନରୁ ଆଣିଥିଲା। ସେ ୧୬ ଡିସେମ୍ବରରେ ଦିଲ୍ଲୀରେ ନଥିଲା। ଏହା ପୂର୍ବରୁ ମୁକେଶ ଓକିଲ ବୃନ୍ଦା ଗ୍ରୋଭରଙ୍କ ବିରୋଧରେ କୋର୍ଟରେ ଆବେଦନ କରିଥିଲା। ଯାହାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ।
{"id":239587,"width":754,"height":439,"sizeSlug":"large"}ସୋମବାର ଏହି ମାମଲାରେ ଦୋଷୀ ଅକ୍ଷୟ, ପବନ ଓ ବିନୟ ଫାଶୀଦଣ୍ଡକୁ ଚ୍ୟାଲେଞ୍ଜ କରି ଅନ୍ତର୍ଜାତୀୟ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଦୋଷୀଙ୍କ ଓକିଲ ଏପି ସିଂ ଅନ୍ତର୍ଜାତୀୟ କୋର୍ଟରେ ନ୍ୟାୟ ପାଇଁ ପତ୍ର ଲେଖିଥିଲେ। ଏହାସହ ମାର୍ଚ୍ଚ ୨୦ରେ ହେବାକୁ ଥିବା ଫାଶୀ ଉପରେ ରୋକ ଲଗାଇବା ପାଇଁ ସେ ପତ୍ରରେ ଉଲ୍ଲେଖ କରିଥିଲେ।