ଆଜିଠାରୁ ମହଙ୍ଗା ହୋଇଛି ଆଇ ଫୋନ୍ , ଜାଣନ୍ତୁ କେଉଁ ଫୋନ୍‌ କିଣିଲେ ଆପଣ କେତେ ଅଧିକ ଟଙ୍କା ଦେବେ, ଦେଖନ୍ତୁ ହିସାବ

Published By : Prameya-News7 Bureau | April 01, 2020 IST

ନୂଆଦିଲ୍ଲୀ ୦୧.୦୪- ଗତ ମାସରେ ସାମଗ୍ରୀ ଓ ସେବା ଟିକସ ବିପରିଷଦ  ବା ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ କାଉନସିଲ ( ଜିଏସ୍‌ଟି) ମୋବାଇଲ ଫୋନ୍ ଉପରେ ଟିକସ ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରିଥିଲେ ।  ଏପରି ଟିକସ ବୃଦ୍ଧି ଆଜି ଠାରୁ ଅର୍ଥାତ୍‌ , ଏପ୍ରିଲ ୧  ତାରିଖରୁ ଲାଗୁ ହୋଇଛି  । ଏହି ଆଧାରରେ ବର୍ତ୍ତମାନ ସ୍ମାର୍ଟ ଫୋନ୍‌ କମ୍ପାନୀ ମାନେ ସାରା ଦେଶରେ ମୋବାଇଲ ଫୋନ୍‌ର ଦାମ୍ ବଢାଇଦେଇଛନ୍ତି । ତେଣୁ ଏବେ ସ୍ମାର୍ଟ ଫୋନ୍ ପାଇଁ ଆପଣଙ୍କୁ ଅଧିକ ଟଙ୍କା ଗଣିବାକୁ ହେବ ।

 ଜିଏସଟିର ବର୍ଦ୍ଧିତ ଦରଲାଗୁ ପରେ ସ୍ମାର୍ଟ ଫୋନ୍‌ କମ୍ପାନୀ  ଆପଲ, ଜିଓମି, ସାମସଙ୍ଗ, ପୋକୋ, ଏବଂ  ରିଲିମ୍ ଆଦି ବ୍ରାଣ୍ଡ୍  ଦରବୃଦ୍ଧି ନିଷ୍ପତ୍ତି ନେଇ ନୂଆ ଦର ଘୋଷଣା ମଧ୍ୟ କରିଦେଇଛନ୍ତି ।ଏହି ଦର ବୃଦ୍ଧି କେବଳ ନୂଆ ମଡେଲ ନୁହେଁ ପୁରୁଣା ମଡେଲ ପାଇଁ ମଧ୍ୟ ଲାଗୁ ହୋଇଛି ।

{"id":247617,"sizeSlug":"large"}

 ଏହି ଖବର ଅନୁଯାୟୀ ଆପଲ ତାର ବିଭିନ୍ନ ଫୋନ୍‌ ଉପରେ ପାଖାପାଖି ୫ ପ୍ରତିଶତ ଦର ବୃଦ୍ଧି ଘୋଷଣା  କରିଛି । ଆଇ ଫୋନ 11 ପ୍ରୋ, ଆଇଫୋନ୍  11, ଆଇ ଫୋନ୍ ଏବଂ ଆଇ ଫୋନ୍ 7 ଦାମ୍ ବଢିଛି । ଆଇ ଫୋନ 11 ପ୍ରୋ ମ୍ୟାକ୍ସ ( 64 GB ) ଦାମ୍‌ ପୂର୍ବରୁ ୧ ଲକ୍ଷ ୧୧ ହଜାର ୨୦୦ ଟଙ୍କା ଥିବା ବେଳେ  ଏବେ ତାହା ୧ ଲକ୍ଷ ୧୭ ହଜାର ୧୦୦ ଟଙ୍କା ହୋଇଛି। ସେହି ଭଳି  ଆଇ ଫୋନ୍ 11 ପ୍ରୋ ( 64 GB) ର ଦାମ୍‌ ୧ ଲକ୍ଷ ୧ ହଜାର ୨୦୦ ଟଙ୍କାରୁ ୧ ଲକ୍ଷ ୬ ହଜାର ୬୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି  64 GB  ଆଇ ଫୋନ୍ 11 ର ପୁରୁଣା ରେଟ୍‌ ୬୪ ହଜାର ୯୦୦ ଟଙ୍କାରୁ  ୬୮ ହଜାର ୩୦୦ ଟଙ୍କାକୁ ବୃଦ୍ଧି ପାଇଛି ।

{"id":247618,"sizeSlug":"large"}

ଆଇ ଫୋନ  XR ( 64 GB)  ବର୍ତ୍ତମାନ ୫୨ ହଜାର ୫୦୦ ଟଙ୍କା ହୋଇଛି । ତାହା ପୂର୍ବରୁ ୪୯ ହଜାର ୯୦୦ ଟଙ୍କା ଥିଲା। ଅନ୍ୟ ଆଇଫୋନ୍‌ ମଧ୍ୟରୁ ଆଇ ଫୋନ୍‌ 7(32 GB) ର ଦାମ୍ ୨୯ ହଜାର ୯୦୦ ଟଙ୍କାରୁ ୩୧ ହଜାର ୫୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଅନ୍ୟ ଫୋନ୍‌ ମଧ୍ୟ ଅଧିକ ମହଙ୍ଗା ହୋଇଛି । ସାମସଙ୍ଗ ତାର ବିଭିନ୍ନ ମଡେଲର ଦାମ୍ ବୃଦ୍ଧି ଘୋଷଣା କରିଛି । ନୂଆ ସାମସଙ୍ଗ ଗାଲାକ୍ସି S 20  ଦାମ୍‌ ବର୍ତ୍ତମାନ ୭୦ ହଜାର ୫୦୦ ଟଙ୍କା,ସାମସଙ୍ଗ ଗାଲାକ୍ସି S20+ ଦାମ୍‌ ୭୭ ହଜାର ୯୦୦ ଟଙ୍କା , ଏବଂ ସାମସଙ୍ଗ ଗାଲାକ୍ସି  S20 Ultra ଦାମ୍‌ ୯୭ ହଜାର ୯୦୦ ଟଙ୍କା ହୋଇଛି ।  ସାମସଙ୍ଗ ବ୍ୟତୀତ ଜିଓମି, ପୋକୋ ଏବଂ ରିଲିମ ଫୋନ୍ ମଧ୍ୟ ସେମାନଙ୍କର ବିଭିନ୍ନ ମଡେଲର ଦାମ୍‌ ବଢାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.