ଲୁଚାଛପାରେ ୨ ବାନ୍ଧବିଙ୍କ ସହ ଚାଟିଂ କରୁଥିଲେ ସ୍ୱାମୀ, ଏମିତି କିଛି ଲେଖା ଦେଖି ଛାଡ଼ପତ୍ର ମାଗିଲେ ପତ୍ନୀ

Published By : Prameya-News7 Bureau | November 27, 2021 IST

ନୂଆଦିଲ୍ଲୀ ୨୭/୧୧ : କୁହାଯାଏ ସବୁ ଜିନିଷର ଗୋଟିଏ ସୀମା ରହିଥାଏ। କିନ୍ତୁ ଯଦି ଆପଣ ଏହାକୁ ଅତିକ୍ରମ କରନ୍ତି, ତେବେ ଏହାର ପରିଣାମ ଭୋଗିବାକୁ ପଡିଥାଏ। ବ୍ରିଟେନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ନେଇ ସାଙ୍ଗ ମାନଙ୍କ ସହ ଥଟ୍ଟା କରିବା ସ୍ୱାମୀଙ୍କୁ ଭାରି ପଡିଛି । ସ୍ୱାମୀ ତାଙ୍କ ସାଙ୍ଗମାନଙ୍କୁ ଏକ ମେସେଜ ପଠାଇଥିଲେ ଯେଉଁଥିରେ ଲେଖାଥିଲା, 'ପାର୍ଟନର ଡିପାର୍ଟମେଣ୍ଟ ଅପଡେଟ୍ କରିବାର ସମୟ ଆସିଛି '। ପତ୍ନୀ ଏହି ମେସେଜ ପଢି ଏତେ ରାଗିଗଲେ ଯେ ସେ ଛାଡପତ୍ର ମାଗିଛନ୍ତି।

ସୋସିଆଲ ମିଡିଆରେ ଏହି ବ୍ୟକ୍ତି କହିଛନ୍ତି, ତାଙ୍କ ବିଦ୍ୟାଳୟର ଦୁଇଜଣ ମହିଳା ବନ୍ଧୁଙ୍କ ସହ ଥଟ୍ଟା କରି ଏହା କହିଥିଲେ। ସୋସିଆଲ ମିଡିଆ ମାଧ୍ୟମରେ ସେ ଏହି ପୁରୁଣା ବନ୍ଧୁମାନଙ୍କୁ ପାଇଥିଲେ ଏବଂ ସେମାନଙ୍କୁ ମଜାଳିଆ ମେସେଜ ପଠାଇଥିଲେ। ପ୍ରାରମ୍ଭରେ ମେସେଜ କେବଳ କ୍ୟାଚ୍ ଅପ୍ ଥିଲା, କିନ୍ତୁ ପରେ ଏହା ଫ୍ଲର୍ଟି ହୋଇଗଲା। ପରସ୍ପର ସହ ଫ୍ଲର୍ଟିଂ କରି ଜଣେ ବନ୍ଧୁ ତାଙ୍କୁ ଏକ ସେକ୍ସି ମେସେଜ ପଠାଇ ପଚାରିଥିଲେ, ତାଙ୍କ ପାଦ ପୂର୍ବ ପରି ସେକ୍ସି ଅଛି କି? ଅନ୍ୟ ଜଣେ ବନ୍ଧୁ କହିଥିଲେ ସେ ତାଙ୍କୁ ସବୁବେଳେ ମସାଜ କରିବାକୁ ଚାହୁଁଥିଲେ। ଏହାର ଜବାବରେ, ଏହି ବ୍ୟକ୍ତି ତାଙ୍କ ପାଦର ଏକ ଫଟୋ ପଠାଇଥିଲେ ଏବଂ ମେସେଜ ଲେଖିଥିଲେ ମୋ ବଡି ଏବେ ବି ସେକ୍ସି ଅଛି କିନ୍ତୁ ମୋ ପତ୍ନୀ ଏହାକୁ କେବେ ପ୍ରଶଂସା କରନ୍ତି ନାହିଁ ।

ବ୍ୟକ୍ତି କହିଛନ୍ତି, ଏ ସବୁ ପୁରା ଚାଟ୍ ପଢିବା ପରେ ମୋ ପତ୍ନୀ ଅନୁଭବ କଲେ ଯେ ମୋର ଆଫେୟାର୍ ଚାଲିଛି। ଏହା ମଜାକ୍ ଥିଲା ବୋଲି ମୁଁ ତାଙ୍କୁ ବୁଝାଇଥିଲି କିନ୍ତୁ ସେ ଏହାକୁ ଗମ୍ଭୀରତାର ସହ ନେଇଥିଲେ। ଏହି ଘଟଣା ପରେ ମୋ ପତ୍ନୀ ବହୁତ ସନ୍ଦେହଜନକ ହୋଇଗଲେ ଏବଂ ସେ ମୋ ଫୋନ ଉପରେ ଲଗାତାର ନଜର ରଖୁଥିଲେ। ଯେତେବେଳେ ମୁଁ ମୋର ବନ୍ଧୁଙ୍କୁ ଏକ ମେସେଜ୍ ପଠାଇଥିଲି ଯେ 'ପାର୍ଟନର ବିଭାଗକୁ ଅପଡେଟ୍ କରିବାର ସମୟ ଆସିଛି', କିନ୍ତୁ ପରେ ମୁଁ ଡିଲିଟ୍ କରିବାକୁ ଭୁଲିଯାଇଥିଲି। କିନ୍ତୁ ମୋ ପତ୍ନୀ ଏହାକୁ ଗମ୍ଭୀରତାର ସହ ନେଇ ଏବେ ଛାଡପତ୍ର ଦେବାକୁ ଜିଦ୍ ଧରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.