Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ମୁଁ କୌଣସି କୋଭିଡ୍ ନିୟମ ଭାଙ୍ଗି ନାହିଁ- ସମୀର ରଞ୍ଜନ ଦାଶ

5/10/2020 at 6:58 PM

ଭୁବନେଶ୍ବର୫/୧୦: ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ନେତା, ମନ୍ତ୍ରୀ ଯୋଗଦେବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମୁଁ କୌଣସି କୋଭିଡ୍ ନିୟମ ଭାଙ୍ଗି ନାହିଁ। ଗତ ୧୨ ତାରିଖରେ ସେ କରୋନା ଟେଷ୍ଟ କରିଥିଲେ। ତାର ଦୁଇଦିନ ପରେ ଅର୍ଥାତ ୧୪ ତାଙ୍କର କୋଭିଡ୍ ପଜିଟିଭ ବାହାରିଥିଲା। ସେହିଦିନ ସେ କଟକ ଅଶ୍ବିନୀ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ଗତ ସେପ୍ଟେମ୍ବର ୨୧ ତାରିଖରେ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ। ଗତକାଲି ପିପିଲିର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସେ ଯୋଗ ଦେଇଥିଲେ। ସେ ଆହୁରି  ମଧ୍ୟ କହିଛନ୍ତି, କାଲି ସୁଦ୍ଧା ତାଙ୍କର ପଜିଟିଭ୍‌ ବାହାରିବାର ୨୧ ଦିନ ହୋଇଛି। ୨୭ ତାରିଖରେ ମଧ୍ୟ ସେ ଆଉ ଥରେ କୋଭିଡ୍‌ ଟେଷ୍ଟ କରିଥିଲେ। ଶେଷରେ କହିଛନ୍ତି ଯେ, ମୁଁ କୌଣସି କୋଭିଡ୍‌ ନିୟମ ଭାଙ୍ଗିନାହିଁ।ରିପୋର୍ଟରେ ମୋର କମ୍‌ ସଂକ୍ରମଣ ଥିବାରୁ ବିଧାନସଭା ଯାଉନଥିଲି।

   Related Posts