ଭାରତକୁ ଧ୍ଵଂସ ନ କରିବା ଯାଏଁ କୌଣସି ମୁସଲମାନ ଶାନ୍ତିରେ ଶୋଇବା ଉଚିତ ନୁହେଁ ; ମାସୁଦ ଅଜହର ..ପୁଲଓ୍ଵାମା ଗଣସଂହାର ପଛରେ ସେଦିନରୁ କୁହୁଳୁଥିଲା ମାସୁଦ ଅଜହରର ନିଆଁ... କରାଚିରେ କରିଥିଲା ବିଷୋଦଗାର୍

Published By : Prameya-News7 Bureau | February 16, 2019 IST

ଭାରତ ବିରୋଧୀ ଆତଙ୍କୀମାନେ ସବୁବେଳେ କୌଣସି ନା କୌଣସି କ୍ଷତି କରିବାକୁ ଯୋଜନା ତିଆରି କରୁଥାନ୍ତି । ଲ୍ୟାଣ୍ଡମାଇନ, ଆରଡ଼ିଏକ୍ସ, ମାନବବୋମାରୁ ଆରମ୍ଭ କରି ଏକେ-୪୭ ଯାଏଁ ଯେତେ ଅତ୍ୟାଧୁନିକ ଅସ୍ତ୍ରଅଛି ବ୍ୟବହାର କରି  ସବୁବେଳେ ବଦଲା ନେବାକୁ ଅନେଇଥାନ୍ତି । ଜେହାଦ ନାଁରେ ମୌଳବାଦ ଶକ୍ତିକୁ ଆଶ୍ରୟ କରି ଯେଉଁ ଧର୍ମାନ୍ଧତା ବଳରେ ସାରା ପୃଥିବୀରେ ହିଂସା ରଟୁଛନ୍ତି, ତାହା ଅକ୍ଷମଣୀୟ ।

{"id":85828,"width":477,"height":312}

ଏହିସବୁ ଧର୍ମଯୁଦ୍ଧକୁ ଝାସ ଦେଉଥିବା ଧର୍ମାନ୍ଧମାନଙ୍କର ମାଷ୍ଟରମାଇଣ୍ଡ ମାସୁଦ ଅଜହର ପରମାଣୁ ବୋମା ଠାରୁ ବି ଭୟଙ୍କର । ଆଲ୍ଲାଙ୍କୁ ଖୁସି କରିବାକୁ କେବଳ ଜେହାଦ ହିଁ ମାଧ୍ୟମ ଭାବୁଥିବା ଅଜହର ଆଜି ବିଶ୍ଵରେ ଆତଙ୍କୀ ତାଲିକାରେ ମୋଷ୍ଟ ଓ୍ଵାଣ୍ଟେଡ଼ ।

ପୁଲଓ୍ଵାମାରେ ଘଟିଥିବା ନରସଂହାର ଆଜି ନୁହେଁ, ଅନେକ ବର୍ଷତଳର ବିଷୋଦଗାର । ଅନେକ ବର୍ଷ ତଳୁ ଦେଖିଥିବା ସ୍ଵପ୍ନର ଇଏ ଏକ ଝଲକ ମାତ୍ର । ସାରା ଭାରତବର୍ଷକୁ ଧ୍ଵଂସ କରିବାର ଆସ୍ଫର୍ଦ୍ଧା ରଖୁଥିବା ଅଜହର ଲକ୍ଷ୍ୟ କେବଳ ମିଶନ କାଶ୍ମିରୀ ନୁହେଁ, ଟାର୍ଗେଟରେ ସାରା ଭାରତବର୍ଷ

wp:heading

/wp:heading

କରାଚିରେ ପାଠ ପଢ଼ିବା ସମୟରେ ହରକତ-ଉଲ-ଅନସାର ନାମକ ଏକ ଆତଙ୍କୀ ସଂଗଠନ ସହିତ ଯୋଡ଼ି ହୋଇଥିଲା । ପଂଜାବର ମୂଳବାସିନ୍ଦା ହେଲେ ମଧ୍ୟ ପାଠ ପଢ଼ିବା ସମୟରୁ ମୌଳବାଦ ସଂଗଠନ ସହ ଯୋଡ଼ିହୋଇ ରହିଥିଲା । ହରକତ-ଉଲ-ଅନସାର ସଂଗଠନର ଜେନେରାଲ ସେକ୍ରେଟାରୀ ଥିବା ସମୟରେ ଭାରତବିରୋଧି ସ୍ଵର ଉଠାଇଥିଲା । ବିଭିନ୍ନ ଆତଙ୍କୀ ସଂଗଠନ ସହିତ ସଂପର୍କ ରଖି ମିଶନ କାଶ୍ମିରୀର ଟାର୍ଗେଟରେ ଥିଲେ ଅଜହର ।ା

ଭାରତ ବିରୋଧି କାର୍ଯ୍ୟକଳାପ ପାଇଁ ମାସୁଦକୁ ଫେବୃଆରୀ ୧୧୯୪ ମସିହାରେ ଗିରଫ କରାଯାଇଥିଲା । ୧୯୯୫ ମସିହାରେ କିଛି ବିଦେଶୀ ପର୍ଯ୍ୟଟକଙ୍କୁ ଅପହରଣ କରି ମାସୁଦକୁ ଛାଡ଼ିଦେବାକୁ ସର୍ତ୍ତ ରଖିଥିଲା ଗୋଟିଏ ମୌଳବାଦୀ ସଂଗଠନ । କିନ୍ତୁ ଏଥିରେ କିଛି ଫଳ ମିଳିପାରି ନଥିଲା ।

୧୯୯୯ ମସିହାରେ ଇଣ୍ଡିଆନ ଏୟାର ଲାଇନ୍ସି ଅପହରଣ କରାଯାଇଥିଲା । ଅପହରଣ ପରେ  କାନ୍ଧାହାର ନେଇ ଯାତ୍ରୀମାନଙ୍କୁ ପଣବନ୍ଦୀ କରି ରଖିଥିଲେ । ଫଳରେ ତିନିଜଣ କୁଖ୍ୟାତ ଆତଙ୍କୀଙ୍କୁ ଛାଡ଼ିବା ପାଇଁ ସର୍ତ୍ତ ରଖିଥିଲେ ମୌଳବାଦୀ । ମାସୁଦ ଅଜହର ଥିଲା ଏହି କୁଖ୍ୟାତ ଆତଙ୍କୀ ମଧ୍ୟରୁ ଜଣେ । ଫଳରେ  ଯାତ୍ରୀମାନଙ୍କର ଜୀବନ ରକ୍ଷା କରିବାକୁ ଭାରତ ମୁଣ୍ଡ  ନୁଆଁଇଥିଲା । ସେହି ତିନିଜଣ କୁଖ୍ୟାତ ଆତଙ୍କୀଙ୍କୁ ମୁକ୍ତିଦେବା ପରେ ଉଦ୍ଧାର ପାଇଥିଲେ  ବିମାନ ଅପହରଣ ଯାତ୍ରୀ ।

ଆଜାହର ମୁକ୍ତିହେବାର ମାତ୍ର କିଛିଦିନ ପରେ କରାଚୀରେ ଆୟୋଜିତ ଏକ ସାଧାରଣ ସଭାରେ ୧୦,୦୦୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଥିଲା ଉଦବୋଧନ । ଭାରତ ପ୍ରତିଥିବା ବିଦ୍ଵେଷଭାବ ସେଇଠି ଭାଷଣ ମାଧ୍ୟମରେ କରିଥିଲା ବିଷୋଦଗାର ।

‘’ମୁଁ ଏଠିକୁ ଆସିବାର କାରଣ ମୁଁ ଆପଣମାନଙ୍କୁ ସୂଚେଇ ଦେବାକୁ ଚାହୁଁଛି, ଯେଉଁଦିନ ଭାରତବର୍ଷ ଧ୍ଵଂସ ନ ପାଇଛି, ସେହିଦିନ ପର୍ଯ୍ୟନ୍ତ କୌଣସି ମୁସଲମାନ ବ୍ୟକ୍ତି ଶାନ୍ତିରେ ଶୋଇବା ଉଚିତ ନୁହେଁ ‘’– ଏହାଥିଲା  କରାଚୀରେ ଦେଇଥିବା ସାଧାରଣସଭାର ଭାଷଣ ।

ଭାରତ ଜେଲରୁ ଆଜାହର ମୁକୁଳିବା  ପରେ  ଏହାଥିଲା ଭାରତ ବିରୋଧି  ଶାଣିତ ମନ୍ତବ୍ୟ । ଭାରତର ବଡ଼ବଡ଼ ଆତଙ୍କୀ ହମାଲାରେ ଅଜହରର ଥିଲା ହାତ । ପୁଲଓ୍ଵାମାରେ ଘଟିଥିବା ନରସଂହାର କେବଳ ଆଜିର ଯୋଜନା ନୁହେଁ, ମାଷ୍ଟର ମାଇଣ୍ଡ ଅଜହର ହିଁ ଏସବୁର ମୂଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.