Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆରୋନ ଫିଞ୍ଚଙ୍କୁ ସ୍ଵପ୍ନରେ ଡରାଉଥିଲେ ଭାରତର ଏହି ଦୁଇ ବୋଲର

15/03/2020 at 8:20 PM

ନୂଆଦିଲ୍ଲୀ ୧୫।୦୩: ୨୦୧୮ରେ ଯେବେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିଥିଲା ସେହି ସମୟରେ ଆରୋନ ଫିଞ୍ଚଙ୍କୁ ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରା ବହୁତ ହଇରାଣ କରିଥିଲେ। ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟର ଅଧିନାୟକ ଫିଞ୍ଚ ଖୁଲାସା କରିଛନ୍ତି ଯେ, ସେହି ସମୟରେ ତାଙ୍କ ସ୍ଵପ୍ନରେ ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରା ଆସି ତାଙ୍କୁ ଆଉଟ୍ କରୁଥିଲେ।

ଇନିଂସର ଆରମ୍ଭ କରି ଅଷ୍ଟ୍ରେଲିଆର ଅଧିନାୟକ ତିନୋଟି ଫର୍ମାଟରେ ବହୁତ ସଂଘର୍ଷ କରିଥିଲେ। ଭୁବନେଶ୍ଵର କୁମାରଙ୍କ ଇନ୍ ସୁଇଙ୍ଗ ବଲ ତାଙ୍କୁ ବହୁତ ଅଡୁଆରେ ପକାଉଥିଲା। ଫିଞ୍ଚ ନିକଟରେ ଅଷ୍ଟ୍ରେଲିଆ କ୍ରିକେଟ୍‌କୁ ନେଇ ରିଲିଜ୍ ହୋଇଥିବା ଏକ ଓ୍ଵେବ୍ ସିରିଜ ସମୟରେ କହିଛନ୍ତି ଯେ, ମୁଁ ଝାଳରେ ଗମ ଗମ ହୋଇ ଯାଉଥିଲି। ଭୁବନେଶ୍ଵର କୁମାର ମୋତେ ବାରମ୍ବାର ଇନ ସୁଇଙ୍ଗ ବଲରେ ଆଉଟ୍ କରୁଥିଲେ।

ଭାରତୀୟ ଦ୍ରୁତ ବୋଲର ଫିଞ୍ଚଙ୍କୁ ବାରମ୍ବାର ଆଉଟ୍ କରୁଥିଲେ। ଏଥିରୁ ତିନି ଥର ଦିନିକିଆ ଓ ଥରେ ଟି-୨୦ ଅନ୍ତଜାର୍ତୀୟ ମ୍ୟାଚରେ ଆଉଟ୍ କରିଥିଲେ। ଫିଞ୍ଚ ଏହା ମଧ୍ୟ କହିଛନ୍ତି ଯେ, ସେ ରାତିରେ ଏହା ଚିନ୍ତା କରି ଉଠି ପଡୁଥିଲେ ଯେ, ପରବର୍ତ୍ତୀ ଦିନ ବୁମରାଙ୍କୁ ସେ ସାମ୍ନା କରିବେ।

ଭାରତ ସେହି ବର୍ଷ ଦମଦାର ପ୍ରଦର୍ଶନ କରିଥିଲା। ବର୍ଡର-ଗାଭାସ୍କର ଟ୍ରଫିକୁ ୨-୧ରେ ଜିତିଥିଲା। ଅଷ୍ଟ୍ରେଲିଆ ମାଟିରେ କୌଣସି ବି ଏସିଆ ଦଳ ପକ୍ଷରୁ ଏହା ପ୍ରଥମ ଟେଷ୍ଟ ଶୃଙ୍ଖଳା ବିଜୟ ଥିଲା। ଏହା ପରେ ଦଳ ଦିନିକିଆ ଶୃଙ୍ଖଳାରେ ୨-୧ରେ ବିଜୟ ହାସଲ କରିଥିଲା। ପୁଣି ଟି-୨୦ ଶୃଙ୍ଖଳା ୧-୧ରେ ଡ୍ର ରହିଥିଲା। ବୁମରା ଭାରତର ଟେଷ୍ଟ ବିଜୟରେ ମହତ୍ଵପୂର୍ଣ୍ଣ ଯୋଗଦାନ ଦେଇଥିଲେ। ଏହି ଦ୍ରୁତ ବୋଲର ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୨୧ ଓ୍ଵିକେଟ୍ ନେଇଥିଲେ।

କେବେ ସେନ୍ ଓ୍ଵାର୍ଣ୍ଣଙ୍କୁ ଡରାଉଥିଲେ ସଚିନ

ଅଷ୍ଟ୍ରେଲିଆର ମହାନ ଲେଗ୍ ସ୍ପିନର ସେନ ଓ୍ଵାର୍ଣ୍ଣ ମଧ୍ୟ କହିଥିଲେ ଯେ, ସଚିନ ସ୍ଵପ୍ନରେ ଆସି ତାଙ୍କୁ ଡରାଉଥିଲେ। ୧୯୯୮ରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ସମୟରେ ସଚିନ ଓ୍ଵାର୍ଣ୍ଣଙ୍କୁ ପ୍ରବଳ ପ୍ରହାର କରିଥିଲେ।

   Related Posts