Thursday, September 19, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମୁଁ ବାହା ହୋଇଗଲି, ତୁ ବି ହେଇଯା….ପ୍ରେମିକାକୁ ବିବାହ ପରେ ସ୍ତ୍ରୀକୁ ମେସେଜ ଲେଖି ଜଣାଇଲା ସ୍ଵାମୀ

ସୁପ୍ରିମକୋର୍ଟ ପରକୀୟା ପ୍ରେମ ଉପରୁ କଟକଣା ଉଠାଇଦେବା ପରେ ଯିଏ ଯେମିତି ଚାହିଁଲା ସେମିତି ଜୀବନକୁ ଉପଭୋଗ କଲା । କିଏ ଘରେ ସ୍ତ୍ରୀ ଥାଉଥାଉ ଅନ୍ୟ ଯୁବତୀଙ୍କୁ ବିବାହ କଲାଣି ତ କିଏ ସ୍ଵାମୀ ଥାଉଥାଉ ଅନ୍ୟ ପୁରୁଷ ସହିତ ସଂପର୍କ ରଖିଲାଣି । କିନ୍ତୁ ମୁରାଦାବାଦରେ ଘଟିଛି ଏମିତି ଏକ ଘଟଣା ବିରଳ ଘଟଣା ।

ହ୍ଵାଟସଆପ ଡ଼ିପିରେ ପ୍ରେମିକା ସହ ବିବାହ ଫଟୋ ଦେଖି ସ୍ଵାମୀଙ୍କୁ  ଫୋନ କରିଥିଲେ ମହିଳା ।  ମହିଳାଙ୍କୁ ସ୍ଵାମୀ ସିଧା ସିଧା ଶୁଣାଇଦେଇଥିଲେ ତାଙ୍କର ନିଷ୍ଫତ୍ତି । ମହିଳାଙ୍କ ସ୍ଵାମୀ କହିଥିଲେ-ମୁଁ ବାହା ହୋଇଗଲି, ତୁ ବି ବାହା ହୋଇଯା ।

ଏହି କଥା ମହିଳା ପରିବାର ଲୋକଙ୍କୁ ଜଣାଇଥିଲେ ।  ପରିବାର ଲୋକ ଏହି କଥାକୁ ମଧ୍ୟ ବିରୋଧ କରିଥିଲେ  । ମହିଳାଙ୍କ ସ୍ଵାମୀ ଗାଜିଆବାଦରେ ଏକଘରୋଇ କଂପାନୀରେ ଚାକିରୀ କରୁଥିଲେ । ସେଠାରେ ଜଣେ ଝିଅ ସହିତ ପ୍ରେମ ସଂପର୍କ ଗଢ଼ି ଉଠିଥଲା  । ପ୍ରେମକୁ ବିବାହର ରୂପଦେଇ ଘରକୁ ବୋହୂ କରି ନେଇଆସିଥିଲେ ।

ଏହି ଘଟଣା ଘରେ ଜାଣିବା ପରେ ପୋଲିସର ଆଶ୍ରୟ ନେଇଥିଲେ ମହିଳା । ପୋଲିସ ସଂପୃକ୍ତ ଯୁବକଙ୍କୁ ଥାନାକୁ ଡ଼ାକି ଆଣ  ପଚାଉଚରା ଜାରି ରଖିଛି ।      

   

431 Views

   ସମ୍ବନ୍ଧିତ ଖବର