Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

କୃଷ୍ଣାଙ୍କ ମୁହଁ ଦେଖିବାକୁ ଚାହୁଁ ନାହାନ୍ତି ମାଇଁ ସୁନୀତା : କପିଲ ଶର୍ମା ‘ଶୋ’ ଏପିସୋଡ୍ ସୁଟ୍ କରି ନଥିଲେ କୃଷ୍ଣା

11/09/2021 at 11:06 AM

ମୁମ୍ବାଇ ୧୧/୦୯ : ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନୀତା ନିକଟରେ ‘ଦ କପିଲ ଶର୍ମା  ଶୋ”କୁ ଅତିଥି ଭାବରେ ଯୋଗ ଦେଇଥିଲେ। କିନ୍ତୁ କୃଷ୍ଣା ସେହି ଏପିସୋଡର ଶୁଟିଂକୁ ସ୍କିପ୍ କରି ଦେଇଥିଲେ । ତେବେ ଆପଣ ମାନେ ଜାଣିଥିବେ ଯେ, କୃଷ୍ଣା ଓ ତାଙ୍କ ମାମା ଗୋବିନ୍ଦାଙ୍କ ମଧ୍ୟରେ କୋଣସି ପ୍ରକାରର ବିବାଦ ଏବେ ମଧ୍ୟ ଜାରି ରହିଛି । ତେଣୁ ଗୋବିନ୍ଦା ଯେଉଁ ଏପିସୋଡରେ ଅତିଥି ଭାବରେ ଆସିଥିଲେ ସେହି ଏପିସୋଡରେ ହିଁ କୃଷ୍ଣା ନିଜର ଶୁଟିଂ କରିନଥିଲେ । ଖାଲି ଏବେ ବୋଲି ନୁହଁ ପୂର୍ବରୁ ମଧ୍ୟ ଅର୍ଥାତ୍ ଗତବର୍ଷ ବି ଯେତେବେଳେ ଗୋବିନ୍ଦା ଦ କପିଲ ଶର୍ମା ଶୋକୁ ଆସିଥିଲେ ସେତେବେଳେ ବି କୃଷ୍ଣା ଶୁଟିଂ ଠାରୁ ନିଜକୁ ଦୂରେଇ ରଖିଥିଲେ  ଅର୍ଥାତ୍ ସେହି ଏପିସୋଡ୍ ଶୁଟ୍ କରି ନଥିଲେ ।

ତେବେ ଏନେଇ କୃଷ୍ଣାଙ୍କୁ ଏକ ସାକ୍ଷାତକାରରେ ପଚରାଯିବାରୁ ସେ କହିଥିଲେ ଯେ,  ହଁ ଦୁହେଁ ଗୋଟିଏ ଷ୍ଟେଜ୍ ସେୟାର୍ କରିବେ ନାହିାଁ  କିନ୍ତୁ ଅନ୍ୟପଟେ ଏନେଇ ଗୋବିନ୍ଦାଙ୍କ ପତ୍ନୀ ସୁନୀତା ମୁହଁ ଖୋଲିଛନ୍ତି । ଯେ କୃଷ୍ଣାଙ୍କ ଉପରେ ରାଗି ଥିବା ଦେଖିବାକୁ ମିଳିଛି । ଏନେଇ ସୁନୀତା କୃଷ୍ଣାଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ କହିଛନ୍ତି ଯେ, କୃଷ୍ଣାଙ୍କ ମୁହଁ ସେ କେବେ ଦେଖିବାକୁ ଚାହାଁନ୍ତି ନାହିଁ ।

ଏହା ବ୍ୟତୀତ ଆହୁରି ସୁନୀତା କହିଛନ୍ତି ଯେ, “ମୁଁ ଆପଣ ମାନଙ୍କୁ କହିପାରିବିନି ଯେ, କୃଷ୍ଣା ଅଭିଷେକ ସେହି ଏପିସୋଡରେ ଭାଗ ନ ନେବାକୁ ଯାଇ କଣ କଣ କହିଛନ୍ତି ସେଥିରେ ମୁଁ କେତେ ଦୁଃଖିତ । କୃଷ୍ଣା କହିଲେ ଯେ, ଦୁଇଟି ପାର୍ଟି ପାଇଁ ଷ୍ଟେଜ୍ ସେୟାର୍ କରିପାରିବେ ନାହିଁ । ଗତ ବର୍ଷ ନଭେମ୍ବରରେ ନିଜର ପକ୍ଷ ରଖି ଗୋବିନ୍ଦା କହିଥିଲେ ଯେ, ପବ୍ଲିକଙ୍କ ସାମନାରେ ସେ ନିଜର ମନ୍ତବ୍ୟ ରଖିବାକୁ ଚାହାଁନ୍ତି ନାହିଁ । ତେଣୁ ମୁଁ ପୁଣିଥରେ କହିବାକୁ ଚାହୁଁଛି ଯେ, ଆମେ ତାଙ୍କ ଠାରୁ ଦୂରତା ରଖିବାକୁ ଚାହୁଁଛୁ” ।

   Related Posts