Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଞ୍ଚାଇପାରିଲେନି ଡାକ୍ତର : ପାର୍କରେ କାହିଁକି ନିଜ ଦେହରେ ନିଜେ ନିଆଁ ଲଗାଇଦେଇଥିଲେ ଦଶମ ଶ୍ରେଣୀ ଛାତ୍ରୀ

7/12/2019 at 10:37 AM

ପଞ୍ଚକୁଲା ୭/୧୨: ଏଠାରେ ଦଶମ ଶ୍ରେଣୀର କନିକା ନାମ୍ନୀ ଜଣେ ଛାତ୍ରୀ ଗତ ଗୁରୁବାର ରାତିରେ ସେକ୍ଟର-୭ର କର୍ଣ୍ଣର ପାର୍କରେ ନିଜ ଶରୀରରେ ନିଆଁ ଲଗାଇ ଦେଇଛନ୍ତି। ଯେତେବେଳେ ଲୋକେ ତାଙ୍କୁ ବଞ୍ଚାଇବାକୁ ଆସିଥିଲେ ସେମାନଙ୍କୁ ସେ ପଛକୁ ହଟିବାକୁ କହିଥିଲେ। ସେ ବାରମ୍ବାର କହୁଥିଲେ ‘ଆଇ ଡୋଣ୍ଟ ଓ୍ବାଣ୍ଟ ଟୁ ଲିଭ , ଆଇ ହେଟ୍ ଦିସ୍ ପ୍ଲେସ୍’ (ମୁଁ ବଞ୍ଚିବାକୁ ଚାହେଁ ନାହିଁ,ମୁଁ ଏହି ସ୍ଥାନକୁ ଘୃଣା କରେ।’) ସ୍ଥାନୀୟ ଲୋକେ ତାଙ୍କୁ ଯେକୌଣସିମତେ ବଞ୍ଚାଇ ହସ୍ପିଟାଲକୁ ନେଇଥିଲେ। ଚିକିତ୍ସାଧୀନ ସମୟରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା।

କନିକା ମାନବ ମଙ୍ଗଲ ସ୍କୁଲର ଛାତ୍ରୀ ଥିଲେ। ତାଙ୍କ ବାପା ମାଆଙ୍କ ବୟାନ ରୁଜୁ କରାଯାଇଛି। ବୁଧବାର କନିକାଙ୍କ ବାପା ତାଙ୍କୁ ଗାଳି ଦେବାର କଥା ମଧ୍ୟ ସାମନାକୁ ଆସିଛି। କିଛି ଦିନ ହେବ ସେ ମାନସିକ ଅବସାଦରେ ଥିଲେ। ସେ ଗଣିତରେ ଦୁର୍ବଳ ଥିଲେ। ଘଟଣାସ୍ଥଳରୁ ତାଙ୍କ ପର୍ସରୁ ତାଙ୍କ ମୋବାଇଲ୍ ଏବଂ ପାଣି ବୋତଲରେ ପେଟ୍ରୋଲ୍ ମିଳିଥିଲା। କନିକା ଢ଼କୌଲିରେ ରହୁଥିଲେ।

ଗତ ବୁଧବାର ସ୍କୁଲରୁ ଆସିବା ପରେ ସେ ଘରୁ ଟ୍ୟୁସନ୍ ଯାଇଥିଲେ,କିନ୍ତୁ ସେଠାରେ ପହଞ୍ଚିନଥିଲେ। ଏହା ପରଦିନ ସେ ନିଜକୁ ନିଜେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଲୋକେ କହିଥିଲେ ଯେ ଏଠାରେ ଜଣେ ବାଇକ୍ ଚାଳକ ସେହି ରାସ୍ତା ଦେଇ ଅତିକ୍ରମ କରୁଥିଲେ। ନାବାଳିକା ପୋଡ଼ି ଯାଉଥିବାର ସେହି ଯୁବକ ଜଣକ ଚିତ୍କାର କରିଥିଲେ । ୩/୪ଜଣ ଘରୁ ବାହାରି ଆସି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଜଣେ ଜ୍ୟାକେଟ୍ ଯୋଗେଁ ନିଆଁ ଲିଭାଇବାକୁ ଉଦ୍ୟମ କରିଥିବାବେଳେ ଅନ୍ୟ ଜଣେ ଘରୁ ପାଣି ଆଣି ନିଆଁ ଲିଭାଇଥିଲେ। ପୋଲିସ୍ ଆସୁ ଆସୁ ଝିଅ ତଳେ ପଡ଼ିଯାଇଥିଲେ। ଏହା ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।

ପଞ୍ଚକୁଲା ପୋଲିସର ସାଇବର ସେଲକୁ ଘଟଣାସ୍ଥଳରେ ଡକାଯାଇଥିଲା କାରଣ ନାବାଳିକାଙ୍କ ଫୋନ୍ ଲକ୍ ପଡ଼ିଯାଇଥିଲା,ଫୋନ୍ ଖୋଲି ହେଉନଥିଲା। ସାଇବର ସେଲର ଟିମ୍ ତଦନ୍ତ କରୁଛି। ଗତ ଦୁଇ ଦିନର ଲୋକେସନ୍ ସହ ଗୋଟିଏ ମାସର କଲ୍ ଡିଟେଲ୍ ବାହାର କରାଯାଉଛି। ପୋଲିସକୁ ଜଣେ ଯୁବକକୁ ସନ୍ଦେହ କରୁଛି ଯିଏ କନିକା​ଙ୍କ ସହ ମନାଲି ଯାଇଥିଲେ। ଯୁବକ ସହ ଝଗଡ଼ା ହେବାରୁ କନିକା ଆତ୍ମହତ୍ୟା କରିବା ଭଳି ନିଷ୍ପତ୍ତି ନେଇଥିଲେ। କନିକାଙ୍କ ପର୍ସରୁ କିଛି ମନାଲିର ଟିକେଟ ମିଳିଥିବାବେଳେ ଗୋଟିଏ ବଡ଼ ଛୁରୀ ମିଳିଛି।

କନିକାଙ୍କ ବାପାଙ୍କ କହିବା ଅନୁସାରେ ସେ ଟ୍ୟୁସନ ଯିବା କଥା କହି ଘରୁ ବାହାରି ଯାଇଥିଲେ। ତାଙ୍କ ଟ୍ୟୁସନ ଫିସ୍ ଦେବା ପାଇଁ ଯେତେବେଳେ ଘର ଲୋକେ ଶିକ୍ଷକଙ୍କ ଘରକୁ ଯାଇଥିଲେ ତାଙ୍କୁ ଜଣା ପଡ଼ିଥିଲା ଯେ ସେ ଟ୍ୟୁସନ ଯାଇ ନାହାନ୍ତି। ଏହା ପରେ କନିକାଙ୍କୁ ଫୋନ୍ କରିବାରୁ ସେ ତାଙ୍କ ସାଙ୍ଗଙ୍କ ଘରକୁ ଯାଇଥିବା କଥା କହିଥିଲେ। ଏହା ପରେ କନିକା ହଠାତ୍ ଫୋନ୍ ବନ୍ଦ କରି ଦେଇଥିଲେ। ଏହା ପରେ ତାଙ୍କ ଆତ୍ମହତ୍ୟା ଖବର ଜଣା ପଡ଼ିଥିଲା। ପରିବାରରେ ତାଙ୍କର କହା ସହ କୌଣସି ଝଗଡ଼ା ହୋଇନଥିଲା ଏବଂ ତାଙ୍କର କାହା ଉପରେ କୌଣସି ସନ୍ଦେହ ନାହିଁ।


   Related Posts