ହିଂସାକାରୀଙ୍କୁ ଅକ୍ଷୟ କୁମାରଙ୍କ ମୁହଁତୋଡ ଜବାବ, ଧର୍ମ ଉପରେ ଦେଲେ ଗୁରୁତ୍ଵପୂର୍ଣ୍ଣ ବୟାନ

Published By : Prameya-News7 Bureau | March 09, 2020 IST

ନୂଆଦିଲ୍ଲୀ ୦୯।୦୩- ବଲିଉଡ୍ ଖିଲାଡି ଅକ୍ଷୟ କୁମାର ସଂପ୍ରତି ନିଜର ଆଗାମୀ ସିନେମା ‘ସୂର୍ଯ୍ୟବଂଶୀ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି, ମାତ୍ର ଫିଲ୍ମ ରିଲିଜ୍ ହେବା ପୂର୍ବରୁ ସେ ଧର୍ମ ନାମରେ ହିଂସା କରୁଥିବା ଲୋକଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି। ଅକ୍ଷୟ କୁମାର କହିଛନ୍ତି ଯେ, ସେ କୌଣସି ଧର୍ମକୁ ମାନନ୍ତି ନାହିଁ। ଏହି ବୟାନ ସାମ୍ନାକୁ ଆସିବା ପରେ ଅକ୍ଷୟ କୁମାରଙ୍କ ପ୍ରଶଂସକ ତାଙ୍କର ଭୂରି ଭୂରି ପ୍ରଶଂସା କରିଛନ୍ତି।

ନିକଟରେ ଏକ ସାକ୍ଷାତକାରରେ ଅକ୍ଷୟଙ୍କୁ ଯେବେ ନିକଟରେ ଘଟିଥିବା ଦଙ୍ଗାକୁ ନେଇ ତାଙ୍କ ଫିଲ୍ମର ବିଷୟ ସହ ସମ୍ବନ୍ଧିତ ପ୍ରଶ୍ନ ପଚରାଗଲା, ସେ ଚକିତ କରିବା ଭଳି ଜବାବ ଦେଇଥିଲେ। ଅକ୍ଷୟ କହିଥିଲେ ଯେ, ଏହା ଏକ ସଂଯୋଗ। ଆମେ ଫିଲ୍ମକୁ ଜାଣି ଶୁଣି ଏମିତି ନିର୍ମାଣ କରିନୁ। ଏହା ଠିକ୍ ଯେ, ସାଂପ୍ରତିକ ପରିସ୍ଥିତିକୁ ଦେଖିଲେ ଏହି ଫିଲ୍ମର ପ୍ରାସଙ୍ଗିକତା ଅଧିକ ରହିଛି।

{"id":235710,"width":748,"height":427,"sizeSlug":"large"}

ଅକ୍ଷୟ କୁମାର ଏହା ମଧ୍ୟ  କହିଛନ୍ତି ଯେ, ଫିଲ୍ମରେ ଭାରତୀୟଙ୍କ ବିଚାରକୁ ସାମ୍ନାକୁ ଅଣାଯାଇଛି। ଏଥିରେ ହିନ୍ଦୁ, ପାର୍ସି କିମ୍ବା ମୁସଲିମଙ୍କୁ ନେଇ ଫିଲ୍ମ ନିର୍ମାଣ କରାଯାଇ ନାହିଁ। ଫିଲ୍ମର କାହାଣୀ ଧର୍ମର ଚଷମାରେ ଦୁନିଆକୁ ଦେଖେ ନାହିଁ ଆଧାରରେ ତିଆରି ହୋଇଛି।

କେବଳ ଏତିକି ନୁହେଁ ନିଜର ଫିଲ୍ମକୁ ସକରାତ୍ମକ ଦର୍ଶାଇ ଅକ୍ଷୟ କହିଛନ୍ତି, ଆମେ ନକରାତ୍ମକ ଓ ସକରାତ୍ମକ ଅଭିନୟ ବିଶିଷ୍ଟ ଫିଲ୍ମ ତିଆରି କରିଥାଉ। ମୁଁ କେବଳ ଏକ ଭୂମିକାରେ ଅଭିନୟ କରିଥାଏ। ପ୍ରତ୍ୟେକ ଫିଲ୍ମରେ ଦୁଇ ପ୍ରକାରର ଚରିତ୍ର ରହିଥାଏ, ମାତ୍ର ଦର୍ଶକ ବହୁତ ଚାଲାକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.