Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପଜିଟିଭ୍ ଥିବାରୁ ଭୋଟ୍ ଦେଇ ପାରିବିନି, ତଥାପି ନିଜ କର୍ତ୍ତବ୍ୟ ପାଳନ କରିବି, ଅଧିକ ଖୁସି ନହେଉ ଟିଏମସି

25/04/2021 at 10:51 PM

କୋଲକାତା ୨୫।୦୪: ପଶ୍ଚିମବଙ୍ଗର ସପ୍ତମ ପର୍ଯ୍ୟାୟ ମତଦାନ ପୂର୍ବରୁ ବିଜେପି ନେତା ବାବୁଲ ସୁପ୍ରିୟୋ କରୋନା ଭାଇରସ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ ସେ ଆସନ୍ତାକାଲି ଭୋଟ୍ ଦେଇ ପାରିବେ ନାହିଁ। ବିଜେପି ନେତା ତଥା ଟଲିଗଞ୍ଜ ବିଧାନସଭା ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଦ୍ଵିତୀୟ ଥର କୋଭିଡ୍-୧୯ ଚିହ୍ନଟ ହୋଇଛନ୍ତି। ତାଙ୍କ  ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି। ଉଲ୍ଲେଖନୀୟ ସୋମବାର ପଶ୍ଚିମବଙ୍ଗରେ ସପ୍ତମ ପର୍ଯ୍ୟାୟ ମତଦାନ ହେବାକୁ ଯାଉଛି।

ରବିବାର ଅପରାହ୍ନରେ ବିଜେପି ନେତା ଟ୍ଵିଟ୍ କରିଛନ୍ତି ଯେ, ମୁଁ ଦ୍ଵିତୀୟ ଥର କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ମୋର ପତ୍ନୀ ମଧ୍ୟ ସଂକ୍ରମିତ। ଦୁଃଖର ବିଷୟ ମୁଁ ଆସନସୋଲରେ ମତଦାନ କରି ପାରିବି ନାହିଁ। ୨୬ ତାରିଖ ମତଦାନ ପାଇଁ ସେଠାକୁ ମୋର ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ଟିଏମସିର ଗୁଣ୍ଡାମାନେ ସ୍ଵାଧୀନ ଏବଂ ଅବାଧ ନିର୍ବାଚନକୁ ବାଧା ଦେବାକୁ ଆତଙ୍କ ଜାରି ରଖିଛନ୍ତି।

ସେ ଟ୍ଵିଟ୍ କରିଛନ୍ତି ଯେ, ଏଥିପାଇଁ ଟିଏମସିକୁ ଅଧିକ ଖୁସି ହେବାର ଆବଶ୍ୟକତା ନାହିଁ। କାରଣ ମୁଁ ୨୦୧୪ରେ ଟିଏମସିର ଟେରର ମେସିନାରୀକୁ ଭଲ ଭାବେ ପରିଚାଳନା କରିଛି। ଏଥର ମଧ୍ୟ ନିଜର କର୍ତ୍ତବ୍ୟ ପାଳନ କରିବି ଏବଂ ଆସନସୋଲର ସମସ୍ତ ୯ ଆସନର ପ୍ରାର୍ଥୀଙ୍କୁ ସମର୍ଥନ ଦେବି।

   Related Posts