Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ୟୁଏସରେ ଆଇସୋଲେସନରେ ଥିବା ସାକିବ କହିଲେ- ଝିଅକୁ ଦେଖି ନପାରିବା ମୋ ପାଇଁ ବହୁତ ଯନ୍ତ୍ରଣାଦାୟକ

24/03/2020 at 3:40 PM

ଓ୍ଵାଶିଂଟନ ୨୪।୦୩: ବାଂଲାଦେଶର ତାରକା ଅଲରାଉଣ୍ଡର ସାକିବ ଉଲ ହାସନ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଆବେଗପୂର୍ଣ୍ଣ ବାର୍ତ୍ତା ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ ନିଜ ଝିଅ ସହିତ ଦେଖା ହୋଇ ପାରୁନଥିବାର ବ୍ୟଥା ବଖାଣିଛନ୍ତି। କରୋନା ଭାଇରସ୍ କାରଣରୁ ସାକିବ ସଂପ୍ରତି ଆମେରିକାର ସେଲ୍‌ଫ ଆଇସୋଲେସନରେ ଅଛନ୍ତି। ସମଗ୍ର ବିଶ୍ଵରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ପାଖାପାଖି ପହଞ୍ଚିଲାଣି। ମୃତ୍ୟୁ ସଂଖ୍ୟା ୧୫୦୦୦ ଛୁଇଁଲାଣି।

ନିଜର ଫେସବୁକ ଆକାଉଣ୍ଟରେ ଭିଡିଓ ପୋଷ୍ଟ କରି ସାକିବ କହିଛନ୍ତି ଯେ ନିଜର ଆଖପାଖ ଲୋକଙ୍କ ସୁରକ୍ଷା ଓ ନିରାପଦ ଲାଗି ସେ ୧୪ ଦିନ ସେଲ୍‌ଫ ଆଇସୋଲେସନରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ମୁଁ କିଛି ଦିନ ହେବ ଆମେରିକା ପହଞ୍ଚିଛି। ବିମାନ ଉଡାଣକୁ ନେଇ କିଛିଟା ଚିନ୍ତିତ ଥିଲି। ମାତ୍ର ସ୍ଵଚ୍ଛତା ଓ ନିରାପଦକୁ ଦୃଷ୍ଟିରେ ରଖିବାକୁ ଚେଷ୍ଟା କରିଛି। ଆମେରିକା ପହଞ୍ଚିବା ପରେ ମୁଁ ସିଧାସଳଖ ଗୋଟିଏ ହୋଟେଲ୍‌କୁ ଗଲି। ସେଠାରେ ପହଞ୍ଚିବା ପରେ ନିଜର ପତ୍ନୀ ଓ ଝିଅଙ୍କୁ ଏଠାରେ ରହିବାର ସୂଚନା ଦେଇଥିଲି।

ଭିଡିଓରେ ସାକିବ ଏହା ମଧ୍ୟ କହିଛନ୍ତି ଯେ, ଯେବେଠୁ ମୁଁ  ଆମେରିକା ପାଇଁ ଉଡାଣ ଭରିଲି, ମୋତେ ଭାଇରସ ସଂକ୍ରମିତ ହେବାର ବିପଦ ରହିଥିଲା। ତେଣୁ ମୁଁ ନିଜକୁ ଅଲଗା ରଖିବାକୁ ନିଷ୍ପତ୍ତି ନେଇଛି। ଏଠାକୁ ଆସିବା ପରଠୁ ମୁଁ ନିଜ ଝିଅକୁ ଦେଖି ପାରି ନାହିଁ। ଏହା ମୋ ପାଇଁ ବହୁତ ଦୁଃଖର କଥା, ଯାହାକୁ ଦେଖା ଯାଇ ପାରିବ ନାହିଁ। ମାତ୍ର ମୋତେ ଲାଗୁଛି ଯେ, ଏହି ବଳିଦାନ ବର୍ତ୍ତମାନ ସମୟ ପାଇଁ ବହୁତ ମହତ୍ଵପୂର୍ଣ୍ଣ ଅଟେ।

ଯିଏ ବର୍ତ୍ତମାନ ବିଦେଶରେ ରହୁଛନ୍ତି, ସେମାନଙ୍କ ପାଇଁ ମହତ୍ଵପୂର୍ଣ୍ଣ ଏହା ଯେ ଘର ଭିତରେ ରୁହନ୍ତୁ ଏବଂ ବାହାରକୁ ବାହାରନ୍ତୁ ନାହିଁ। ଏହା ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, ନିଜ ପାଖକୁ କୌଣସି ସଂପର୍କୀୟଙ୍କୁ ଡାକନ୍ତୁ ନାହିଁ। ସବୁଠୁ ବଡ ମହତ୍ଵପୂର୍ଣ୍ଣ ଘରେ ୧୪ ଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରୁହନ୍ତୁ ବୋଲି ସାକିବ ଉଲ ହାସନ କହିଛନ୍ତି।

   Related Posts