ପୁଲଓ୍ବାମା ହମ୍‌ଲା ପରେ କ୍ରୋଧାନ୍ବିତ ହେଲେ ଆନ୍ନା ହଜାରେ, କହିଲେ ‘ମୁଁ ବନ୍ଧୁକ ଉଠାଇ ପାରିବିନାହିଁ ହେଲେ ସେନାର ଟ୍ରକ୍ ଚଳାଇପାରିବି’

Published By : Prameya-News7 Bureau | February 18, 2019 IST

ଡେହରାଡୁନ ୧୮|୨:  ଜମ୍ମୁକାଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସମଗ୍ର ଦେଶରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ସରକାରଙ୍କ ନିକଟରେ ପ୍ରତିଶୋଧ ନେବା ପାଇଁ ଦାବି ମଧ୍ୟ କରାଯାଉଛି । ବର୍ତ୍ତମାନ ସମାଜସେବୀ ଅନ୍ନା ହଜାରେ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ସେ ମଧ୍ୟ ଏବେ ପ୍ରତିକ୍ରିୟା ଦେବାକୁ ଲାଗିଲେଣି । ସେ ସରକାରଙ୍କ ଉପରେ କ୍ରୋଧାନ୍ବିତ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ।

ସେ କହିଛନ୍ତି ଯେ, ତାଙ୍କୁ ଯଦି ସେନାର ଟ୍ରକ୍ ଚାଳକ କରି ପଠାଯାଏ ତେବେ ସେ ତାଙ୍କର ଭୂମିକା ୱିର୍ବାହ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ବୟସ ହୋଇଯିବା ହେତୁ ସେ ବନ୍ଧୁକ ଉଠାଇପାରିବେ ନାହିଁ ସିନା କିନ୍ତୁ ସେନାର ଟ୍ରକ୍ ତ ଚଳାଇପାରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଆନ୍ନା ହଜାରେ ୧୯୬୦ ସେନାବାହିନୀରେ ଯୋଗଦେଇଥିଲେ । ସେ ସେହି ସମୟରେ ଜଣେ ଟ୍ରକ୍ ଚାଳକ ଭାବେ କାମ କରୁଥିଲେ । କେବଳ ସେତିକି ନୁହେଁ ୧୯୬୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କୁ ଖେମକରନ ସେକ୍ଟରରେ ନିୟୋଜିତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.