ଶିଖର ମୁହାଁ ଧାଓ୍ବନ: କହିଲେ- ‘ମୁଁ ଯାହାକୁ ଛୁଇଁବି ସୁନା ହୋଇଯିବ’

Published By : Prameya-News7 Bureau | October 23, 2020 IST

ଦୁବାଇ ୨୩/୧୦: ଇଣ୍ଡିଆନ୍‌ ପ୍ରିମତୟର ଲିଗ୍‌ (ଆଇପିଏଲ୍‌)ର ୧୩ ତମ ସଂସ୍କରଣରେ ଶିଖର ଧାଓ୍ବନ ଆରମ୍ଭରୁ ଧିମା ଖେଳୁଥିଲେ। କିନ୍ତୁ ଏବେ ୪୬୫ ରନ୍‌ ସହ ଅରେଞ୍ଜ କ୍ୟାପ୍‌ ଦୌଡ଼ରେ ଦ୍ବିତୀୟ ସ୍ଥାନରେ ଅଛନ୍ତି। ଏହି ସମୟରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ପ୍ଲେୟର ଧାଓ୍ବନ ନିଜର ଦମଦାର ଫର୍ମ, ଡିସି ଡ୍ରେସିଂ ରୁମ୍‌, ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ବିଶେଷ କରି ଅଷ୍ଟେ୍ରଲିଆ ବିପକ୍ଷରେ ହେବାକୁ ଥିବା ଶୁଙ୍ଖଳା ମ୍ୟାଚ୍‌ ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି।

{"id":349605,"sizeSlug":"large"}

ଶିଖର ଧାଓ୍ବନ କହିଛନ୍ତି, ‘ ମୋତେ ବାହାର ଲୋକଙ୍କ କଥା ଶୁଣିବାକୁ ଭଲ ଲାଗେନାହିଁ। ମୁଁ ପ୍ରେସର ନେବାକୁ ପସନ୍ଦ କରେନାହିଁ। ବାହାର ଲୋକଙ୍କ କଥାରେ ପ୍ରତିକ୍ରିୟା ଦେବାକୁ ଚାହେଁନି। ପ୍ରଥମେ ଲୋକ କଣ କହୁଛନ୍ତି ଜାଣିବାକୁ ଚାହେଁନି କି ପରେ ପ୍ରତିକ୍ରିୟା ଶୁଣିବାକୁ ପସନ୍ଦ କରେନାହିଁ। ମୋତେ ଖେଳିବାକୁ ବହୁତ ପସନ୍ଦ ଆଉ ମୁଁ ଖେଳୁଛି। ମୋତେ ଭଲ ଭାବେ ଜଣା ଯେ ମୁଁ କେତେ ପରିଶ୍ରମ କରୁଛି। ମୁଁ ଯେଉଁ ପ୍ରସ୍ତୁତି କରିଛି ତାହା ଉପରେ ପୂର୍ଣ୍ଣ ବିଶ୍ବାସ ରହିଛି। ମୁଁ ଯାହା ଛୁଇଁବି ତାହା ସୁନାରେ ବରିବର୍ତ୍ତନ ହୋଇଯିବ।’

wp:html
/wp:html

ଧିମା ଆରମ୍ଭ ଗତି ପାଇଲା କେମିତି ପ୍ରଶ୍ନରେ ଧାଓ୍ବନ କହିଛନ୍ତି,‘ ଆମ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ କହିଲେ ଯେ ମୁଁ ଭଲ ଖେଳୁଛି । କିନ୍ତୁ ମୋତେ ଜଣାଥିଲା ଯେ ଗତି ବଢ଼ାଇବାକୁ ପଡ଼ିବ। ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଟି-୨୦ରେ କଣ ଗୁରୁତ୍ବପୂର୍ଣ୍ଣ । ସେ କହିଥିଲେ ବାସ ୩୦ ରନ୍‌। ମୋତେ ଲାଗିଲା ଜଣେ ଆଗଧାଡ଼ିର ଖେଳାଳି ଭାବେ ମୁଁ ଭଲ ଖେଳୁଛି। ଯେତେବେଳେ ୫୦ ରନ୍‌ ଛୁଇଁଲି ସେତେବେଳେ ମୋର ଆତ୍ମବିଶ୍ବାସ ବଢ଼ିଲା ଆଉ ଭଗବାନଙ୍କ କୃପାରୁ ମୁଁ ଶତକ କରିପାରିଲି।’

ଅନ୍ୟପଟେ ଧାଓ୍ବନ ଅନ୍ତର୍ଜାତୀୟ କ୍ରିକେଟରେ ଏକ ଦଶକ ପୁରା କରିଛନ୍ତି। ଏନେଇ ପ୍ରଶ୍ନ ପଚାରିବାରୁ ସମୟ ସହ ସ୍ବପ୍ନ ବଦଳିଯାଏ ବୋଲି କହିଛନ୍ତି ଶିଖର ଧାଓ୍ବନ। ପ୍ରଥମେ ଅଣ୍ଡର ୧୬, ପରେ ଅଣ୍ଡର ୧୯ ଓ ପରେ ଭାରତ ପାଇଁ ଖେଳିବାକୁ ଯୋଜନା ଥିଲା ବୋଲି କହିଛନ୍ତି ଧାଓ୍ବନ । କିନ୍ତୁ ଭାରତୀୟ ଟିମ୍‌ରେ ଭଲ ଖେଳିବାକୁ ଲାଗିଲା ପରେ ଭଗବାନଙ୍କ କୃପାରୁ ଯାତ୍ରା ଚାଲିଛି। ଏଥିପାଇଁ ମୁଁ ମୋର ସବୁ ଚେଷ୍ଟା ଲଗାଇଛି। ଏମିତି ଚେଷ୍ଟା ଦେବାକୁ ଚାହୁଁଛି ଯେ ମୃତ୍ୟୁ ବେଳକୁ ଯେମିତି କିଛି ନଥିବ ଦେବାକୁ ବୋଲି କହିଛନ୍ତି ଶିଖର ଧାଓ୍ବନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.