Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମୁଁ ସିନା ସୈନିକ, କିନ୍ତୁ ମୋ ଝିଅ ହେବ ଶିକ୍ଷକ- ରାତିରେ ଫୋନ କରିଥିଲା ନାରାୟଣ…ତା ପରଦିନ ମିଳିଲା ଏହି ଖବର

17/02/2019 at 6:00 PM

ପୁଲଓ୍ଵାମାରେ ଶହୀଦ ହୋଇଥିବା ୪୨ଜଣ ଜବାନଙ୍କ ମଧ୍ୟରେ ଥିଲେ ନାରାୟଣଲାଲ ଗୁର୍ଜର ।  ନିର ତ୍ୟାଗ ଓ ବଳିଦାନ ପାଇଁ ସବୁଦିନ ମନେରଖିବ ଭାରତ ।  ନିଜର ବିରତ୍ଵପାଇଁ ଅମର ସିନା ହେଲେ କିନ୍ତୁ ନିଜ ପରିବାର ପାଖରେ ଯେଉଁ ଲୁହ ଆଉ କୋହ ଛାଡ଼ିଗଲେ , ତାକୁ ଭରଣା କରିବ କିଏ ?

ନାରାୟଣ ରାତିରେ କରିଥିଲେ ଫୋନ । ଘରର ସମସ୍ତଙ୍କ ସହ କଥା ହୋଇଥିଲେ । ଖୁସିରେ ଗଦଗଦ୍ ହୋଇ କହିଥିଲେ ସ୍ତ୍ରୀକୁ.. ଦେଖିବୁ ମୁଁ ସିନା ଦେଶସେବା କରିବାକୁ ସୈନିକ ହେଲି ମୋ ଝିଅ କିନ୍ତୁ ହେବ ଶିକ୍ଷକ । ଲକ୍ଷ ଲକ୍ଷ ପିଲାଙ୍କର ଭବିଷ୍ୟତ ପାଇଁ ବଡ଼ ମଣିଷ କରି ଗଢ଼ି ତୋଳିବ ।

 ତାପରେ କଥା ହୋଇଥିଲେ ଝିଅ ସହିତ, ମାଆଟା ପରା ମନଦେଇ ପଢ଼ିବୁ..ମାଷ୍ଟ୍ରର ହେବୁ .. ମୁଁ ଜାଣିଛି ମୋ ଝିଅ ମୋ ଆଶା ପୂରଣ କରିବ .. ଆଉ ମନ ଦେଇ ବି ପାଠ ପଢ଼ିବ । ଏହାଥିଲା ନାରାୟଣଙ୍କର ନିଜ ସ୍ତ୍ରୀ ଓ ଝିଅ ସହ ଶେଷ କଥାବାର୍ତ୍ତା ।

ନାରାୟଣଙ୍କର ନିଜ ପରିବାର ପାଇଁ ଦେଖିଥିବା ଆଶା ପୂରଣ ହେଲା ନା ସ୍ଵପ୍ନ ପୂରଣ ହେଲା । ଗତକାଲି ରାତିରେ ଦେଖିଥିବା ସ୍ଵପ୍ନ ବି ରହିଗଲା ଅଧୁରା । ତା ପରଦିନ ଟିଭିରେ ଘନଘନ ଖବର ପ୍ରସାରଣ ହେଲା ଆତଙ୍କୀ ଆକ୍ରମଣରେ ୪୨ମୃତ । ଏହି ଖବର ପ୍ରସାରଣ ଦେଖି ମନ କାହିଁକି ପାପ ଛୁଇଁଲା ନାରାୟଣଙ୍କ  ସ୍ତ୍ରୀ ମୋହିନୀଙ୍କର । ତାଙ୍କ ସ୍ଵାମୀ ସୀମାରେ ଅଛନ୍ତି ସତ କିନ୍ତୁ ଭଗବାନଙ୍କ ଦୟାରୁ ସେମିତି କିଛି ଖବର ଏ କାନ ନ ଶୁଣୁ ।

କିନ୍ତୁ ଦଇବ କେଡ଼େ ନିଷ୍ଠୁର । ମନକୁ ପାପ ଛୁଁଉଥିବା କଥା ସତ ପାଲଟିଯିବ , କିଏ ଜାଣିଥିଲା । ଖବର ଆସିଲା ଦେଶ ପାଇଁ ଶହୀଦ ହୋଇଯାଇଛନ୍ତି ନାରାୟଣ ।

ରାଜସାଂସଦ ଜିଲ୍ଲାର ନାରାୟଣଙ୍କ ଘର । ପରିବାର କହିଲେ ନିଜର ସ୍ତ୍ରୀ ମୋହିନୀ(୩୫), ଝିଅ ହେମଲତା(୩୫),ପୁଅ ମୁକେଶ(୧୨) । ୭୦୦ ଗୁର୍ଜର ପରିବାର ମଧ୍ୟରୁ ନାରାୟଣ କେବଳ ପ୍ରତିରକ୍ଷା ବାହିନୀରେ ଯୋଗ ଦେଇଥିଲେ । ସେହି ଗୁର୍ଜର ଗାଁ ଆଖିକୁ ଲୁହରେ  ତିନ୍ତେଇ  ପାର୍ଥିବ ମରଶରୀରକୁ ଅପେକ୍ଷା କରିଥିଲେ ….  ନା କୌଣସି ସରକାରୀ କର୍ମଚାରୀ ନା ନେତା-ମନ୍ତ୍ରୀ ପହଂଚିଥିଲେ .. ନା କେହି ଜଣାଇଥିଲେ ସମବେଦନା ।

ରାଜସଂସଦ ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର ୧୫ କି.ମି. ଦୂରରେ ଥିଲେ ବି ଏହି ଗାଁ ମରଶରୀର ବ୍ୟତୀତ ନା ଅଛି କୌଣସି ସାହାର୍ଯ୍ୟ ନା ରାଜନୈତିକ ସମବେଦନା ।   

   Related Posts