ମୁଁ ପୁଷ୍ପାର ଝିଅ, ମତେ ଚିହ୍ନି ପାରିଲନି ମାଉସୀ ?’ ବୋଲି କହି ବୃଦ୍ଧାଙ୍କ ହାତରୁ ୨ ପଟ ସୁନା ଚୁଢ଼ି ଲୁଟି ନେଲା କାରରେ ଆସିଥିବା ମହିଳା…

Published By : Prameya-News7 Bureau | September 26, 2019 IST

ଜଳନ୍ଧର୨୬|୯:  ଜଣେ ମହିଳା କାରରେ ଆସି ବୃଦ୍ଧ ଦମ୍ପତିଙ୍କ ପାଖରୁ ୨ ପଟ୍ ସୁନା ଚୁଢ଼ି ନେଇ ଫେରାର ହୋଇଯାଇଛି।  ପ୍ରଥମେ କାରରେ ବସିଥିବା ମହିଳା ନିଜ ଲୋକ କହି ବୃଦ୍ଧ ଦମ୍ପତିଙ୍କ ସହ କଥା ହୋଇଥିଲା। ବୃଦ୍ଧାଙ୍କ ହାତରୁ  ୨ପଟ ସୁନା ଚୁଢ଼ି ଓହ୍ଲାଇ ମହିଳା ଜଣକ ନେଇ ଫେରାର ହୋଇଯାଇଥିଲା । କାରରେ ଆସିଥିବା ମହିଳା ଘଟଣାସ୍ଥଳରୁ ଫେରାର ହେବା ପରେ ସୁନା ଚୁଢ଼ି ଚୋରି ହେବା କଥା ବୃଦ୍ଧ ଦମ୍ପତି ଜାଣି ପାରିଥିଲେ।  ଏହା ପରେ ବୃଦ୍ଧ ଦମ୍ପତି ଥାନାରେ ଅଭିଯୋଗ କରିଥିଲେ।

ପୋଲିସର ସୂଚନା ମୁତାବକ।, ଇଶରପୁରୀ କଲୋନୀର ୭୦ ବର୍ଷ ବୟସ୍କ ଓମ ପ୍ରକାଶ ତାଙ୍କ ପତ୍ନୀଙ୍କ ସହ ସକାଳୁ କେଜିଏମ ହସ୍ପିଟାଲ ଯିବା ଲାଗି ଗାଡ଼ିକୁ ଅପେକ୍ଷା କରିଥିଲେ। ସେହି ସମୟରେ ଧଳା ମାରୁତି କାରରେ ଜଣେ ମହିଳା ବୃଦ୍ଧ ଦମ୍ପତିଙ୍କ ପାଖରେ ପହଞ୍ଚି୍‌ଥିଲେ। ଗାଡି ଚାଳକ ସିଟ୍‌ରେ ଜଣେ ଯୁବକ ବସିଥିଲେ ଏବଂ ତାଙ୍କ ପାଖ ସିଟ୍‌ରେ ଜଣେ ୫୫ ବର୍ଷ ବୟସ୍କା ମହିଳା ବସିଥିଲେ। ଏହା ବ୍ୟତୀତ ପଛ ସିଟ୍‌ରେ ଦୁଇ ମହିଳା ମଧ୍ୟ ବସି ଥିଲେ। ବୃଦ୍ଧାଙ୍କ ପାଖରୁ ସୁନା ଚୁଢ଼ି ହାତେଇବା ଲାଗି ଗାଡ଼ି ଆଗରେ ବସିଥିବା ମହିଳା ଷଡ଼ଯନ୍ତ୍ର ରଚିଥିଲେ। ବୃଦ୍ଧ ଦମ୍ପତିଙ୍କୁ ମହିଳା କହିଥିଲେ, ସେ ପୁଷ୍ପାଙ୍କ ଝିଅ ଆଉ ପଛରେ ବସିଥିବା ମହିଳା ତାଙ୍କ ଝିଅ।

ଏମାନଙ୍କ କଥା ଶୁଣିବା ପରେ ଓମ ପ୍ରକାଶ ତାଙ୍କ ପତ୍ନୀଙ୍କ ସଂପର୍କୀୟ ବୋଲି ଭାବିଥିଲେ। ହଠାତ ତାଙ୍କ ସ୍ତ୍ରୀଙ୍କୁ ଡାକି ସେମାନଙ୍କ  ସହ ପରିଚୟ କରାଇଥିଲେ। ମାରୁତି ଗାଡ଼ିର ପଛ ସିଟ୍‌ରେ ବସିଥିବା ମହିଳା ବୃଦ୍ଧାଙ୍କ ସହ କଥା ହେବା ଆଳରେ ତାଙ୍କ ହାତରୁ ୨ ପଟ ସୁନା ଚୁଢ଼ି ଓହ୍ଳାଇ ନେଇ ଯାଇଥିଲେ।

ପୋଲିସର କହିବା ମୁତାବକ, ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ମାରୁତି କାର ଦେଖାଯାଉଛି  ହେଲେ କାରର ନମ୍ବର ଜଣା ପଡ଼ୁନାହିଁ। କାର ଚିହ୍ନଟ ପରେ ଅଭିଯୁକ୍ତକୁ ସହଜରେ ଗିରଫ କରାଯାଇ ପାରିବ ବୋଲି ପୋଲିସ କହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.