'ମୁଁ ପାଓ୍ୱାର ହିଟର୍ ନୁହେଁ, ହେବାକୁ ମଧ୍ୟ ଚାହେଁନି,' ଏମିତି କାହିଁକି କହିଲେ କେଏଲ ରାହୁଲ ?

Published By : Prameya-News7 Bureau | November 26, 2020 IST

ସିଡନୀ,୨୬|୧୧:     ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ପାଓ୍ୱାର ହିଟରମାନେ ଲୋକପ୍ରିୟ ହୋଇଥାନ୍ତି । କିନ୍ତୁ ଭାରଚୀୟ ଦଳର ବ୍ୟାଟସମ୍ୟାନ୍ କେଏଲ ରାହୁଲ ନିଜକୁ ପାଓ୍ୱାର ହିଟର ବୋଲି କହୁନାହାଁନ୍ତି । ସେ କହିଛନ୍ତି ଯେ, ପାଓ୍ୱାର ହିଟର ସେ ନୁହନ୍ତି କିମ୍ବା କେବେ ହେବାକୁ ମଧ୍ୟ ଚାହାଁନ୍ତି ନାହିଁ । ଆକ୍ରମଣାତ୍ମକ ବ୍ୟାଟିଂ ବିନା ମଧ୍ୟ ୧୬୦, ୧୭୦ ଷ୍ଟ୍ରାଇକ୍ ରେଟରେ ରନ୍ କରିହେବ ବୋଲି ସେ କହିଛନ୍ତି ।

ରାହୁଲ କହିଛନ୍ତି ଯେ, ତାଙ୍କ ପାଖରେ କିଛି ଟେକନିକ୍ ଓ କୌଶଳ ରହିଛି । ସେ ଆବଶ୍ୟକତା ଅନୁସାରେ ଏହାର ପ୍ରୟୋଗ କରିଥାନ୍ତି । ଯଦି ସେ ୧୬୦, ୧୭୦ ଷ୍ଟ୍ରାଇକ୍ ରେଟରେ ରନ୍ କରନ୍ତି ତେବେ ଅନ୍ୟ ଉପାୟ ଅବଲମ୍ବନ କରିବେ । ଏହାସହ ସେ ନିଜ ଫର୍ମକୁ ନେଇ ଖୁସି ଥିବା କହିଛନ୍ତି ।

ସେ କହିଛନ୍ତି ଯେ, ଦୀର୍ଘ ସମୟ ଧରି ସେ କେବେହେଲେ ଖେଳିନଥିଲେ । ଦଳର ବିଜୟରେ ତାଙ୍କର ଭୂମିକା ଥିଲେ ଭଲ ଲାଗେ । ସେ ଅଷ୍ଟ୍ରେଲିଆର ମାର୍ଣ୍ଣସ୍ ଲାବୁସେନଙ୍କୁ ପ୍ରଶଂସା କରିଛନ୍ତି । କାରଣ ଲାବୁସେନ ଗତ ୫,୬ ମାସ ହେଲା ଭଲ ରନ୍ କରୁଛନ୍ତି । କରୋନା ମହାମାରୀ ପୂର୍ବରୁ ମଧ୍ୟ ସେ ଭଲ ଖେଳୁଥିଲେ । ତେବେ ଭାରତୀୟ ବୋଲିଂ ବହୁତ ଶକ୍ତିଶାଳୀ ଓ ବିପକ୍ଷ ଦଳକୁ ଚ୍ୟାଲେଞ୍ଜ୍ ଦେବାରେ ସଫଳ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଗ୍ଲେନ ମ୍ୟାକ୍ସଓ୍ୱେଲ ଜଣେ ଦୁର୍ଦ୍ଦଶ ଖେଳାଳି ବୋଲି ସେ ସ୍ୱୀକାର କରିଛନ୍ତି ।

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଆରମ୍ଭ ହେବ । ଦିନିକିଆ ସିରିଜ୍ ପରେ ଟି୨୦ ସିରିଜ ଖେଳାଯିବ । ଏହାପରେ ଡିସେମ୍ବର ୧୭ରୁ ଟେଷ୍ଟ୍ ସିରିଜ ଆରମ୍ଭ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.