Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଜମାତିଙ୍କୁ ବବିତାଙ୍କ ରୋକ୍‌ଠୋକ୍- କାନ ଖୋଲି ଶୁଣି ନିଅନ୍ତୁ, ମୁଁ ଜାୟରା ଓ୍ଵାସିମ ନୁହେଁ ଯେ ଧମକରେ ଡରି ଯିବି

17/04/2020 at 3:52 PM

ନୂଆଦିଲ୍ଲୀ ୧୭।୦୪: ଦେଶରେ କରୋନା ସଂକ୍ରମଣର ଅଧିକାଂଶ ସଂକ୍ରମିତ ପାଇଁ ଦାୟୀ କରାଯାଉଥିବା ତବଲିଗି ଜମାତ ଉପରେ ଦେଶର ଏକ ନମ୍ବର ମହିଳା ରେସଲର ବବିତା ଫୋଗାଟ ଟୁଇଟରରେ ଆକ୍ରମଣ କରିଛନ୍ତି। ବବିତା ଖୋଲାଖୋଲି ପୂର୍ବରୁ କରିଥିବା ନିଜର ଟୁଇଟ୍‌ ପାଇଁ ନିର୍ଭୟର ସହ ସାମ୍ନାକୁ ଆସିଛନ୍ତି। ଶୁକ୍ରବାର ଏକ ଭିଡିଓ ଜାରି କରି ତାଙ୍କୁ ବିରୋଧ କରୁଥିବା ଲୋକଙ୍କ ଉପରେ ଜୋରଦାର ହମଲା କରିଛନ୍ତି। ସେ କହିଛନ୍ତି ଯେ, ‘ମୁଁ ଜାୟରା ଓ୍ଵାସିମ ନୁହଁ’ ଏବଂ ନା ସେ କାହାରି ଧମକରେ ଡରିବାର ଲୋକ।

ବବିତା ଗୁରୁବାର ଟୁଇଟ୍ ଜରିଆରେ ତବଲିଗି ଜମାତ ଉପରେ ନିଶାଣ କରିଥିଲେ। ସେ ଟୁଇଟ୍‌ରେ ଯେଉଁ ହ୍ୟାସଟ୍ୟାଗ କରିଥିଲେ, ସେଥିରେ ଅନେକ ଲୋକ ନିଜର ଅସନୁଷ୍ଟ ବ୍ୟକ୍ତ କରିଥିଲେ।  ତାଙ୍କର ଏହି ଟୁଇଟ୍ ପରେ ଅନେକ ତାଙ୍କୁ ଘେରିବା ଆରମ୍ଭ କରିଥିଲେ। ଏହା ପରେ ତାଙ୍କର ପ୍ରଶଂସକ ତାଙ୍କ ସମର୍ଥନରେ ଆସିଥିଲେ। ଦୁଇ ହ୍ୟାସଟ୍ୟାଗ୍ ଟପ୍‌ ଟ୍ରେଣ୍ଡରେ ରହିଥିଲା।

ଏହା ପରେ ବବିତା ଏକ ଭିଡିଓ ସନ୍ଦେଶ ଜରିଆରେ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି ଯେ, ଗତ କିଛି ଦିନରେ ମୁଁ ଟୁଇଟ୍ ପୋଷ୍ଟ କରିଥିଲି, ଏହା ପରେ ମୋତେ କ୍ରମାଗତ ଧମକ ମିଳୁଛି। କିଛି ଲୋକ ସାମାଜିକ ଗଣମାଧ୍ୟମରେ ମୋତେ ଗାଳି ଦେଉଛନ୍ତି, ଧମକ ଦେଉଛନ୍ତି ଏବଂ କିଛି ଲୋକ ତ ଫୋନ କରି ଧମକ ଦେଉଛନ୍ତି। ମୁଁ ସେମାନଙ୍କୁ କହିବାକୁ ଚାହୁଁଛି ଯେ, ,ମୁଁ ଜାୟରା ଓ୍ଵାସିମ ନୁହେଁ, ମୁଁ ଧମକରେ ଡରିବାର ଲୋକ ନୁହଁ। ମୁଁ ଦେଶ ପାଇଁ ଲଢିଛି ଏବଂ ନିଜ ଟୁଇଟ୍‌ରେ ଅଟଳ। ଯାହା ମୁଁ ଲେଖିଛି, ସେଥିରେ କିଛି ଭୁଲ୍ ନାହିଁ।

ଏହି ଭିଡିଓ ସହିତ ସେ ଏକ କ୍ୟାପସନ୍ ମଧ୍ୟ ଦେଇଛନ୍ତି। ସେଥିରେ ଲେଖା ହୋଇଛି ଯେ, ଯଦି ବବିତା ଫୋଗାଟଙ୍କୁ ସମର୍ଥନ କରୁଛନ୍ତି ତେବେ ସେମାନଙ୍କୁ କହି ଦିଅନ୍ତୁ ଯେ କାନ ଖୋଲି ଶୁଣି ନିଅନ୍ତୁ।

କଣ କହିଥିଲେ ବବିତା

ଅର୍ଜୁନ ଆଓ୍ଵାର୍ଡ ବିଜେତା ୩୦ ବର୍ଷୀୟ ମହିଳା ରେସଲର ବବିତା ଲେଖିଥିଲେ ଯେ, କରୋନା ଭାଇରସ୍‌ ଭାରତର ଦ୍ଵିତୀୟ ସବୁଠୁ ବଡ ସମସ୍ୟା। ଜମାତି ସମସ୍ୟା ଏବେ ମଧ୍ୟ ଦେଶରେ ପ୍ରଥମ ସମସ୍ୟା  ହୋଇ ରହିଛି। ଏହି ଲେଖା ପରେ ଅନେକ ଲୋକ ନିଜର ବିରୋଧ ଜାହିର କରିଛନ୍ତି।

   Related Posts