'ମୁଁ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ', କାହିଁକି ଉତ୍ତର ପ୍ରଦେଶ ସରକାରଙ୍କୁ ଏମିତି ଚ୍ୟାଲେଞ୍ଜ କଲେ ପ୍ରିୟଙ୍କା

Published By : Prameya-News7 Bureau | June 26, 2020 IST

ଲକ୍ଷ୍ନୌ, ୨୬|୦୬ :  କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ରାଜ୍ୟ ସରକାର ପ୍ରିୟଙ୍କାଙ୍କୁ ଏକ ଛାତ୍ରୀ ନିବାସରେ ୨ ନାବାଳିକା ଗର୍ଭବତୀ ହେବା ପ୍ରସଙ୍ଗରେ ନୋଟିସ୍ ପଠାଇଥିଲେ । ଏହି ପ୍ରସଙ୍ଗରେ ପୂର୍ବରୁ ପ୍ରିୟଙ୍କା ସରକାରଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ବିରୋଧରେ ଏହି ନୋଟିସ୍ ଜାରି କରାଯାଇଛି ।

ଏହି ନୋଟିସର ଜବାବ ଦେଇଛନ୍ତି ପ୍ରିୟଙ୍କା । ସେ ଟ୍ୱିଟରେ କହିଛନ୍ତି ଯେ, ସରକାର ଯାହା ଇଚ୍ଛା ତାହା କରନ୍ତୁ । ସେ କିନ୍ତୁ ସତ ସାମ୍ନାକୁ ଆଣିବେ । ସେ ହେଉଛନ୍ତି ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ । କେଉଁ ଅଘୋଷିତ ବିଜେପି ମୁଖପାତ୍ର ନୁହେଁ ।

wp:html /wp:html

ପ୍ରିୟଙ୍କାଙ୍କ ପ୍ରତିକ୍ରିୟା ଗୋଟିଏ ଦିନ ପରେ ଆସିଛି ଯେଉଁ ଦିନ ୧୯୭୫ରେ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ କାଳୀନ ସ୍ଥିତି ଜାରି କରିଥିଲେ । ଅନେକ ବିଜେପି ନେତା ଗୁରୁବାର କଂଗ୍ରେସକୁ ଏହି ପ୍ରସଙ୍କରେ ସମାଲୋଚନା କରିଥିଲେ । ଏପରିକି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କଂଗ୍ରେସର ପରିବାରବାଦକୁ କଟାକ୍ଷ କରିଥିଲେ ।

ସୂଚନାଯୋଗ୍ୟ, ପ୍ରିୟଙ୍କା ଗତ ରବିବାର ଏକ ଫେସବୁକ ପୋଷ୍ଟରେ ଏକ ଛାତ୍ରୀନିବାସରେ ୨ ନାବାଳିକା ଗର୍ଭବତୀ ହେବା ପ୍ରସଙ୍ଗ ଉଠାଇଥିଲେ । ସରକାରୀ ଛାତ୍ରୀ ନିବାସରେ ଏହା କିପରି ହେଲା ବୋଲି ସେ ସରକାରଙ୍କୁ ଟାର୍ଗେଟ କରିଥିଲେ । ସେ ଟ୍ୱିଟ୍ କରି କହିଥିଲେ ଯେ, ତାଙ୍କ କର୍ତ୍ତବ୍ୟ ହେଉଛି ରାଜ୍ୟବାସୀଙ୍କ ପାଇଁ କାମ କରିବା । ସରକାର କିନ୍ତୁ ବିକାଶ କରିବା ବଦଳରେ ତାଙ୍କୁ ଗାଳି ଦେଇ ସମୟ ନଷ୍ଟ କରୁଛନ୍ତି । ଏହି ପ୍ରତିକ୍ରିୟାକୁ ନେଇ ରାଜ୍ୟ ଶିଶୁ ଅଧିକାର ଆୟୋଗ ପ୍ରିୟଙ୍କାଙ୍କୁ କାନପୁର ଛାତ୍ରୀନିବାସ ବାବଦରେ ମିଛ ଖବର କହିଥିବାକୁ ନୋଟିସ୍ ଜାରି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.