Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲିମ୍ପିକ୍ସରେ ସ୍ଥାନ ପାଇବ ପଶ୍ଚିମ ଓଡିଶାର କଳାକୃତୀ, ୮ ଓଡିଆ କଳାକାର ହାସଲ କଲେ ସଫଳତା
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୫ ଜଣଙ୍କ ଜୀବନ
  • ||
  • ଆଉ ଏକ ଲଘୁଚାପ, ୩୦ ଯାଏଁ ସାରା ରାଜ୍ୟରେ ବର୍ଷା
  • ||
  • ବରଗଡ଼ : ଗାଁ ମୁଣ୍ଡରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ, ହତ୍ୟା ନା ଆଉ କିଛି ?
  • ||
  • ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ମିଳିଲା ମୃତଦେହ, ଶାଢୀରେ ଝୁଲିପଡିଲେ ଯୁବକ
  • ||
  • ଦିନେ ବଢିବା ପରେ ପୁଣି କମିଲା ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୧୫ କରୋନା ପଜିଟିଭ୍
  • ||

‘ମୋ ଭିତରେ ଯାହା ଆଉ କାହା ଆଖିକୁ ଦିଶିଲା ନାହିଁ, ତାହା ଦେଖି ପାରିଲେ ରାମ ଗୋପାଳ ବର୍ମା’

23/07/2020 at 3:33 PM

 ଭୁବନେଶ୍ବର୨୩/୭: ଓଡ଼ିଆ ଝିଅ ଅପସରା ରାନିଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। ତାଙ୍କ ପ୍ରକୃତ ନାଁ ଅଙ୍କିତା ମହାରଣା।  ବର୍ତ୍ତମାନ ସୋସିଆଲ ମିଡିଆର ସେନ୍ସସନ୍ ପାଲଟିଛନ୍ତି ଅପସରା ରାନି।  ନୟାଗଡ଼ର ଝିଅ ଅପସରା ପ୍ରଥମେ ତେଲୁଗୁ ଫିଲ୍ମରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପୁଣି ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ରାମ ଗୋପାଲ ବର୍ମାଙ୍କ ନିର୍ଦ୍ଦେଶିତ ଫିଲ୍ମ ଥ୍ରୀଲର ରେ ଅଭିନୟ କରିଛନ୍ତି। ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଅପସରା ବା ଅଙ୍କିତା କହିଛନ୍ତି, ସେ ତାଙ୍କ ଟ୍ୟାଲେଣ୍ଟ ଦେଖାଇ ନାହାନ୍ତି। ତାଙ୍କ ଟ୍ୟାଲେଣ୍ଟ ଦେଖିବାକୁ ହେଲେ ଟିକେ ଅପେକ୍ଷା କରିବାକୁ ପଡିବ।

ସେ ଆହୁରି ମଧ୍ୟ କହିଛନ୍ତି, ଜ​‌ଣେ ଅଭିନେତ୍ରୀ ପାଖରେ ସୁନ୍ଦରତା ସହ ସବୁ ଗୁଣ ଥିବା ଅବଶ୍ୟକ। ପ୍ରଥମେ ଦେଖାରେ ରାମ ଗୋପାଳ ବର୍ମା ତାଙ୍କ ସହ ଫିଲ୍ମ କରିବାକୁ ରାଜି ହୋଇଯାଇଥିଲେ। ରାମ ଗୋପାଲ ବର୍ମାଙ୍କ ଟ୍ବିଟ୍‌ରେ ଅପସରାଙ୍କ ଫଟୋକୁ ନେଇ ଚାଲିଥିବା କଣ୍ଟ୍ରୋଭର୍ସି ସଂପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ସେ ସଂପର୍କରେ ମଧ୍ୟ ନିଜ ମତାମତ ରଖିଥିଲେ। ରାମ ଗୋପାଳ ବର୍ମା ଟ୍ବିଟ୍‌ରେ ଲେଖି ଥିଲେ, ସେ ଓଡ଼ିଶାକୁ ଜାଣି ନାହାନ୍ତି। କେବଳ ଅପସରାଙ୍କୁ ଜାଣିଛନ୍ତି। ଓଡ଼ିଶାକୁ ତାଚ୍ଛଲ୍ୟକଲା ଭଳି ମନ୍ତବ୍ୟ ନିଜ ଟ୍ବଟ୍‌ରେ ଲେଖିଥିଲେ। ଅପସରା କହିଥିଲେ ଯେ, ରାମ ଗୋପାଲ ବର୍ମା ଯେଉଁଟା ମୋ ଭିତରେ ଦେଖିଲେ ହୁଏତ ଆଉ କେହି ଦେଖି ପାରିନଥିଲେ । ସେଥିପାଇଁ ସେ ମୋତେ ବଲିଉଡ଼ରେ ସୁଯୋଗ ମିଳୁ ନଥିଲା।  ଶୁଣନ୍ତୁ କଣ କହୁଛନ୍ତି ଅପସ୍‌ରା…

   Related Posts