'I Am and I Will': ଫେବୃଆରୀ ୪ ସମ୍ ହସ୍ପିଟାଲ କ୍ୟାମ୍ପସ ପରିସରରେ ସ୍ବତନ୍ତ୍ର କର୍ମଶାଳା

Published By : Prameya-News7 Bureau | January 25, 2020 IST

ଭୁବନେଶ୍ବର୨୫/୧: 'I Am and I Will' । ମୁଁ ବଞ୍ଚିଛି ଆଉ ବଞ୍ଚିବି । ଏମିତି କିଛି ବାର୍ତ୍ତା ଦେଇ ସାରା ବିଶ୍ବରେ ଆସନ୍ତା ଫେବୃଆରୀ ୪ ତାରିଖରେ ପାଳିତ ହେବ ‘ ବିଶ୍ବ କର୍କଟ ଦିବସ ’ । ଏହାକୁ ନେଇ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ । ସମ୍ ହସ୍ପିଟାଲ କ୍ୟାମ୍ପସ ପରିସରରେ ସ୍ବତନ୍ତ୍ର କର୍ମଶାଳା ମଧ୍ୟ ଅନୁଷ୍ଠିତ ହେବ ।

କ୍ୟାନସରକୁ ପରାଜିତ କରି ନୂଆ ଜୀବନ ପାଇଥିବା ବ୍ୟକ୍ତି ବିଶେଷମାନେ କାର୍ଯ୍ୟକ୍ରମରେ ନିଜର ଅନୁଭୁତି ବଖାଣିବେ । ଅନ୍ୟପଟେ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ହେବେ ଭାରତର ପ୍ରଥମ ହୁଇଲ ଚେୟାର ବଡି ବିଲଡର ଆନନ୍ଦ ଆରନଲଡ । ସେ କିଭଳି କ୍ୟାନସରକୁ ଜିତି ଥିଲେ ଏବଂ ପରେ କ୍ରୀଡା ଜଗତରେ କିଭଳି ସଫଳତା ପାଇଥିଲେ ସେ ଅନୁଭୂତି ସମସ୍ତଙ୍କ ସହ ବାଣ୍ଟିବେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.