Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମୁଁ ବି ଜଣେ କୃଷକ…ନଡ଼ା ଜଳାଇବା ପ୍ରସଙ୍ଗରେ ଏମିତି ଜବାବ ଦେଲେ ସୁପ୍ରିମକୋର୍ଟର ବିଚାରପତି

13/11/2021 at 5:26 PM

ନୂଆଦିଲ୍ଲୀ ୧୩।୧୧: ଶୀତ ଋତୁ ଆସିବା ମାତ୍ରେ ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ଘଟିଥାଏ। ଦିଲ୍ଲୀ ସୀମାନ୍ତ ଅଞ୍ଚଳରେ ନଡ଼ା ଜଳାଯିବା କାରଣରୁ ଦିଲ୍ଲୀରେ ପ୍ରଦୂଷଣ ବଢୁଥିବା ଅନେକ ଖବର ପ୍ରକାଶ ପାଇ ଆସିଛି। ଏହା ମଧ୍ୟରେ ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଶନିବାର କହିଛନ୍ତି ଯେ, ମୁଁ ଜଣେ କୃଷକ ଏବଂ ପ୍ରଧାନ ବିଚାପରତି ଏନଭି ରମନା ମଧ୍ୟ ଜଣେ କୃଷକ ପରିବାରରୁ ଆସିଛନ୍ତି। ସେମାନେ ଜାଣିଛନ୍ତି ଯେ, ଗରିବ ଏବଂ କ୍ଷୁଦ୍ର ଚାଷୀ ନଡ଼ା କାଟିବା ପାଇଁ ମେସିନ କିଣି ପାରିବେ ନାହିଁ। ବିଚାରପତି କାନ୍ତ ସଲିସିରଟ ଜେନେରାଲ ତୁଷାର ମେହଟ୍ଟାଙ୍କୁ କହିଛନ୍ତି ଯେ, ଆପଣ କହୁଛନ୍ତି ୨ ଲକ୍ଷ ଟଙ୍କାରେ ମେସିନ ଉପଲବ୍ଧ। ମାତ୍ର ଗରିବ ଚାଷୀଟିଏ ଏତେ ଟଙ୍କା ଦେଇ କଣ ମେସିନ କିଣି ପାରିବ ତ?

ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର କଣ ପାଇଁ ଚାଷୀଙ୍କୁ ମେସିନ ଯୋଗାଇ ପାରିବେ ନାହିଁ ? ପେପର ମିଲ୍ ଏବଂ ଅନ୍ୟ ଉଦ୍ଦେଶ୍ୟ ପାଇଁ ଏହାକୁ ବ୍ୟବହାର କରାଯାଉ। ରାଜସ୍ଥାନରେ ଶୀତ ସମୟରେ ଛେଳି ଆଦି ଗୃହପାଳିତ ପଶୁଙ୍କ ପାଇଁ ଏହାକୁ ଚାରା ଭାବେ ବ୍ୟବହାର କରାଯାଇ ପାରିବ। ସର୍ବୋଚ୍ଚ ଅଦାଲତ ପବିବେଶ କାର୍ଯ୍ୟକର୍ତ୍ତା ଆଦିତ୍ୟ ଦୁବେ ଏବଂ ଆଇନ ଛାତ୍ର ଅମନ ବାଙ୍କାଙ୍କ ପକ୍ଷରୁ ଦାଖଲ ଆବେଦନ ଉପରେ ଶୁଣାଣି କରିଛନ୍ତି। କୃଷକଙ୍କୁ ମାଗଣାରେ ନଡ଼ା ହଟାଇବାର ମେସିନ ଯୋଗାଇ ଦେବାକୁ ସୁପ୍ରିମକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ କହିଥିଲେ।

କେନ୍ଦ୍ର ସରକାର ପକ୍ଷରୁ ହାଜର ମେହଟ୍ଟା କହିଛନ୍ତି, ଏହି ମେସିନକୁ ୮୦ ପ୍ରତିଶତ ସବସିଡି ଦରରେ ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ଏହା ଉପରେ ବିଚାରପତି ପଚାରିଛନ୍ତି ଯେ, କଣ କୃଷକଙ୍କୁ ସହାୟତା ଯୋଗାଉଥିବା ଅଧିକାରୀ ସବସିଡି ପରେ ମେସିନର ପ୍ରକୃତ ମୂଲ୍ୟ କହି ପାରିବେ କି ? ପ୍ରଧାନ ବିଚାରପତି ଏନଭି ରମନା ଏବଂ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ସହିତ ବସିଥିବା ବିଚାରପତି କାନ୍ତ କହିଛନ୍ତି, ବାସ୍ତବରେ କୃଷକ କଣ ଏହି ମେସିନ କିଣି ପାରିବେ। ମୁଁ ଜଣେ କୃଷକ ଏବଂ ମୁଁ ଜାଣିଛି ବାସ୍ତବ କଣ। ସିଜେଆଇ ମଧ୍ୟ କୃଷକ ପରିବାରରୁ ଆସିଛନ୍ତି ଏବଂ ସେ ମଧ୍ୟ ଏହା ଜାଣିଛନ୍ତି। ତେଣୁ ସରକାର ଏହା ଉପରେ ବିଚାର କରନ୍ତୁ। ବାୟୁ ପ୍ରଦୂଷଣ ପାଇଁ କୃଷକଙ୍କୁ ଦୋଷ ଦେବା ଏକ ଫ୍ୟାସନ ହୋଇ ଯାଇଛି ବୋଲି ବିଚାରପତି କାନ୍ତ କହିଛନ୍ତି।

   Related Posts