ଆନନ୍ଦ ମହିନ୍ଦ୍ରା ସେୟାର କଲେ ୱାର୍କ ଫ୍ରମ ହୋମର ମଜାଦାର ମେମ୍ : "ମୁଁ ବି ଲୁଙ୍ଗି ପିନ୍ଧି କରେ ମିଟିଙ୍ଗ"

Published By : Prameya-News7 Bureau | April 06, 2020 IST

ନୂଆଦିଲ୍ଲୀ ୦୬/୦୪ : କରୋନା ଭାଇରସ ପ୍ରକୋପକୁ ରୋକିବା ପାଇଁ ଦେଶକୁ ଲକଡାଉନ କରାଯାଇଛି | ଅଧିକାଂଶ କମ୍ପାନୀ ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ କରିବାକୁ କହିଛନ୍ତି | ଲକଡାଉନ ବେଳେ ୱାର୍କ ଫ୍ରମ ହୋମକୁ ନେଇ ନାନା ମେମ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି | ଲୋକେ କିଭଳି ୱାର୍କ ଫ୍ରମ ହୋମ କରୁଛନ୍ତି ତାହା ଦେଖିବା ଯୋଗ୍ୟ | ମହିନ୍ଦ୍ରା କମ୍ପାନୀ ଅଧ୍ୟକ୍ଷ ଓ ପ୍ରବନ୍ଧକ ନିର୍ଦେଶକ ଆନନ୍ଦ ମହିନ୍ଦ୍ରା ମଧ୍ୟ ନିଜ ଟ୍ୱିଟର ପେଜରେ ୱାର୍କ ଫ୍ରମ ହୋମ ସହ ଜଡିତ ମଜାଦାର ମେମ ସେୟାର କରିଛନ୍ତି |   

ଆନନ୍ଦ ମହିନ୍ଦ୍ରା ଏକ ଫଟୋ ଟ୍ୱିଟ କରି ଗୋଟେ ପଟେ ଏକ୍ସପେକ୍ଟେସନ ଓ ଅନ୍ୟପଟେ ରିଆଲିଟି ଲେଖି ପୋଷ୍ଟ କରିଛନ୍ତି | ଯେଉଁପଟେ ଏକ୍ସପେକ୍ଟେସନ ଲେଖା ହୋଇଛି ସେପଟେ ଜଣେ ବ୍ୟକ୍ତି ଅଫିସ ଡ୍ରେସ ପିନ୍ଧି ଆରାମରେ ଘରେ ବସି କାମ କରୁଛନ୍ତି | କିନ୍ତୁ ଅନ୍ୟପଟେ ରିଆଲିଟି ଲେଖାଥିବା ଜାଗାରେ ଉକ୍ତ ବ୍ୟକ୍ତି ଲୁଙ୍ଗି ପିନ୍ଧି ରୋଷେଇ ଘରେ ରୋଷେଇ କରୁଛନ୍ତି |

ଆନନ୍ଦ ମହିନ୍ଦ୍ରା ଏହି ଫଟୋ ସେୟାର କରି ଟ୍ୱିଟ କରିଛନ୍ତି ଯେ, "ମୁଁ ଏହା ସ୍ୱୀକାର କରୁଛି ଯେ ମୁଁ ମଧ୍ୟ ଘରୁ ଅଫିସ କାମ କଲାବେଳେ ଭିଡିଓ କନଫରେନସିଂ ବେଳେ ସାର୍ଟ ତଳେ ପ୍ୟାଣ୍ଟ ନପିନ୍ଧି ଲୁଙ୍ଗି ପିନ୍ଧି ବସିଥାଏ | ସେଥିପାଇଁ ମିଟିଙ୍ଗ ସମୟରେ ଏହାକୁ ଧ୍ୟାନରେ ରଖେ ଯେପରି ମୋତେ ଛିଡା ହେବାକୁ ନପଡେ଼ |"

ଆନନ୍ଦ ମହିନ୍ଦ୍ରାଙ୍କ ଏହି ମଜାଦାର ମେମକୁ ୧୯ ହଜାରରୁ ଅଧିକ ଲାଇକ ମିଳିଛି | ଏହାସହ ଲକ୍ଷ ଲକ୍ଷ ଲୋକେ ପ୍ରତିକ୍ରିୟା ରଖିଛନ୍ତି | ଯେଉଁମାନେ ବର୍ତ୍ତମାନ ଘରୁ କାମ କରୁଛନ୍ତି ପ୍ରାୟତଃ ସେମାନେ ଏହି ମେମରେ କମେଣ୍ଟ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.